Advertisment

ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବଢ଼ିଚାଲିଛି ତାଲିକା

ସୁନା ବିସ୍କୁଟ, ସୁନା ଅଳଙ୍କାର, କିଛି ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଭିଜିଲାନ୍ସ ଜବତ କରିଛି।

ଅଦ୍ୟତନ ହୋଇଛି
undefined

Odisha Vigilance's crackdown

Advertisment

ଦୁର୍ନୀତିର ଚେର ଉପାଡ଼ିବାକୁ ପଣ କରିଛି ଭିଜିଲାନ୍ସ। ହେଲେ ସେହି ଭିଜିଲାନ୍ସ ବିଭାଗର ଅଧିକାରୀ ଏବେ ନିଜେ ପଡ଼ିଛନ୍ତି ଭିଜିଲାନ୍ସ ହାତରେ। ଏ ହେଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା। ହଜାରେ କି ଲକ୍ଷେ ନୁହେଁ, ଲାଞ୍ଚ ନେଉଥିଲେ ୧୦ ଲକ୍ଷ ଟଙ୍କା। ଜଣେ ସରକାରୀ କର୍ମଚାରୀଙ୍କ ପିଟିସନ ରଫାଦଫା ପାଇଁ ମଧ୍ୟସ୍ଥି ଜରିଆରେ ୧୦ ଲକ୍ଷ ଟଙ୍କା ନେଉଥିଲେ ମାଡ଼ାମ୍ ମାନସୀ। ଠିକ୍ ଏହି ସମୟରେ ଆଗୁଆ ସୂଚନା ପାଇଥିବା ଭିଜିଲାନ୍ସ ମାଡ଼ି ବସିଲା। ସେହି ୧୦ ଲକ୍ଷର ଲାଞ୍ଚ ଟଙ୍କାକୁ ଜବତ କରିଛି ଭିଜିଲାନ୍ସ। ତାସହ ମାନସୀଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। 

Advertisment

ଏହେଲେ ମାହାଙ୍ଗାର ବହୁଚର୍ଚ୍ଚିତ ଡବଲ୍ ମର୍ଡର ମାମଲାର ବିବାଦୀୟ IIC ନିହାର ରଂଜନ ମହାନ୍ତିଙ୍କ ପତ୍ନୀ ତଥା ରାୟଗଡ଼ା ଅବକାରୀ ଅଧିକ୍ଷକ ନିନା ବେଉରା। ରାୟଗଡ଼ାରୁ ଗାଡ଼ିରେ ୬ ଲକ୍ଷ ଧରି ଭୁବନେଶ୍ୱର ଫେରିବାବେଳେ ଖୋର୍ଦ୍ଧାରେ ଧରିଥିଲା ଭିଜିଲାନ୍ସ। କେଉଁଠୁ ଆସିଲା ଏତେ ଟଙ୍କା ସେନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏହି ଘଟଣା ପରେ କଟକ ସ୍ଥିତ ଘରେ, ଭୁବନେଶ୍ୱର ପଳାସପଲ୍ଲୀ ସ୍ଥିତ ନିନାଙ୍କ ପୈତୃକ ଘରେ ଚଢ଼ାଉ କରାଯାଇଥିଲା।

ସେଠାରୁ ସୁନା ବିସ୍କୁଟ, ସୁନା ଅଳଙ୍କାର, କିଛି ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ଭିଜିଲାନ୍ସ ଜବତ କରିଛି। ତାସହ ଅଫିସକୁ ଡାକି ମାହାଙ୍ଗା IIC ନିହାର ରଂଜନ ମହାନ୍ତିଙ୍କୁ ମଧ୍ୟ ପଚରାଉଚରା କରିିଛନ୍ତି ଭିଜିଲାନ୍ସ ଅଧିକାରୀ। କାରଣ ମାହାଙ୍ଗାରେ ନିହାରଙ୍କ ସରକାରୀ ବାସଭବନକୁ ଭିଜିଲାନ୍ସ ସର୍ଚ୍ଚ ପାଇ ଯାଇଥିବାବେଳେ ଘରକୁ ବନ୍ଦ କରି ଅନ୍ୟତ୍ର ଖସିଯାଇଥିଲେ ନିହାର। ତେଣୁ ଭିଜିଲାନ୍ସ କର୍ତ୍ତୃପକ୍ଷ ତାଙ୍କୁ ନୋଟିସ୍ କରି ତଦନ୍ତର ସାମ୍ନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିହାର କିନ୍ତୁ ଘରେ ତାଲା ବନ୍ଦ କଥାକୁ ଅସ୍ବୀକାର କରିବା ସହ ମୋତେ କେହି ଯୋଗାଯୋଗ କରିନଥିବା କହିଛନ୍ତି। 

Advertisment

ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ଏବେ ବଢ଼ିଚାଲିଛି ତାଲିକା। ଗତ ପ୍ରାୟ ୧୫ ଦିନର ଭିଜିଲାନ୍ସ ଚଢ଼ାଉର ତଥ୍ୟ ଯଦି ଦେଖିବା, ତେବେ ଲାଞ୍ଚ କାରବାର ଓ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରାୟ ୧୦ ଜଣ ସରକାରୀ କର୍ମଚାରୀ ଧରାପଡ଼ିଛନ୍ତି। ଜିଆରଏସ୍, ପ୍ରାଣୀଧନ ନିରୀକ୍ଷକ, ପୋଲିସ ଏଏସଆଇ, ଅତିରିକ୍ତ ତହସିଲଦାର, ଜଳସେଚନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଧରାପଡ଼ିଛନ୍ତି ଭିଜିଲାନ୍ସ ହାତରେ। ତେବେ ଭିଜିଲାନ୍ସ ନିର୍ଦ୍ଦେଶକ କହିଛନ୍ତି, ଭିଜିଲାନ୍ସ ହେଉ କିମ୍ବା ଯେକୌଣସି ବିଭାଗର ଅଧିକାରୀ ହୁଅନ୍ତୁ, କାହାକୁ ବି ଛଡ଼ାଯିବ ନାହିଁ। ଭିଜିଲାନ୍ସ ବିଭାଗରେ ଥିବା ଆଭ୍ୟନ୍ତରୀଣ ଦୁର୍ନୀତି ନିବାରଣ ୟୁନିଟକୁ ମଜଭୁତ କରି ଅଧିକାରୀଙ୍କ ଉପରେ ନଜର ରଖାଯାଇଛି।

ରିପୋର୍ଟ: ସଞ୍ଜୟ କୁମାର ଜେନା ଓ ଆଲୋକ ମହାନ୍ତି

Vigilance Raid Vigilance Scanner
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ