Advertisment

କୋଟିପତି ଲେଡି ଅଫିସରଙ୍କ ମାଳ ମାଳ କୋଠା, ଜମି...

ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଦୁର୍ନୀତିର ଚେର ବହୁ ଗଭୀର ପର୍ଯ୍ୟନ୍ତ ଥିବା ଜଣାପଡ଼ିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ବେଳେ ଠାବ ହୋଇଛି ମାଳ ମାଳ କୋଠା ବାଡ଼ି ଓ ଜମି ପ୍ଲଟ୍‌।

ଅଦ୍ୟତନ ହୋଇଛି
Odisha Vigilance Raids properties of ex-DSWO of Bhadrak

Odisha vigilance raids properties of ex-DSWO of Bhadrak

Advertisment

ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଦୁର୍ନୀତିର ଚେର ବହୁ ଗଭୀର ପର୍ଯ୍ୟନ୍ତ ଥିବା ଜଣାପଡ଼ିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ବେଳେ ଠାବ ହୋଇଛି ମାଳ ମାଳ କୋଠା ବାଡ଼ି ଓ ଜମି ପ୍ଲଟ୍‌। ବାଲେଶ୍ୱରରେ ରହିଛି ବହୁ ତଳ ବିଶିଷ୍ଟ ୩ଟି କୋଠା, ଭୁବନେଶ୍ୱରରେ ୨ଟି ଫ୍ଲାଟ୍‌ ଓ ୪ଟି ପ୍ଲଟ୍‌।

Advertisment

ବ୍ୟାଙ୍କ, ବୀମା ଓ ପୋଷ୍ଟାଲ ଜମା ୧ କୋଟି ୪୦ ଲକ୍ଷ ଟଙ୍କାରୁ ଅଧିକ। ୨ କେଜି ରୂପା ବି ଜବତ ହୋଇଛି। ଏହାସହ ୨ ଲକ୍ଷ ୮୦ ହଜାର ନଗଦ ଟଙ୍କା ମଧ୍ୟ ଜବତ ହୋଇଛି। ବାଲେଶ୍ୱରରେ ୩ ମହଲା ବିଶିଷ୍ଟ ୨ଟି କୋଠା ଥିବାବେଳେ ଗୋଟିଏ ଦ୍ୱିତଳ ପ୍ରାସାଦ ବି ରହିଛି ।

ସେହିପରି ଭୁବନେଶ୍ୱର ଗୌତମ ନଗରରେ ୩ BHK ଫ୍ଲାଟ୍‌, ଓଲ୍ଡ ଟାଉନରେ ୩ BHK ଫ୍ଲାଟ୍‌ ଥିବା ଜଣାପଡ଼ିଛି । ବାଲେଶ୍ୱରରେ ୪ଟି ପ୍ଲଟ୍‌ ଥିବାବେଳେ ଅନ୍ୟ ବ୍ୟାଙ୍କ ଓ ବୀମାର ଭେରିଫିକେସନ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ଜଣାପଡ଼ିଛି।

Advertisment

ବର୍ତ୍ତମାନ ଜୟନ୍ତୀ ବେହେରା ଭୁବନେଶ୍ୱର ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ଅବସ୍ଥାପିତ ଅଛନ୍ତି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ରେଡ୍‌ ହୋଇଥିଲା। ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱରର ୧୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଥିଲା। 

Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ