Advertisment

ଟ୍ରେନ୍ ଟ୍ରାଜେଡି: ପୁଣି ୪ ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ

ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ୪ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି ସ୍ପେଶାଲ କୋର୍ଟ । ତେବେ ରିମାଣ୍ଡକୁ ବିରୋଧ କରିଛନ୍ତି ଅଭିଯୁକ୍ତମାନଙ୍କ ଓକିଲ ।

ଅଦ୍ୟତନ ହୋଇଛି
Odisha train tragedy

Odisha train tragedy

Advertisment

ବାହାନଗା ଟ୍ରେନ୍ ଟ୍ରାଜେଡି ମାମଲାରେ ପୁଣି ୪ ଦିନ ରିମାଣ୍ଡରେ ଯିବେ ଅଭିଯୁକ୍ତ । ସେମାନଙ୍କୁ ପୁଣି ଥରେ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚୁରା କରିବ ସିବିଆଇ । ଆଜି ଏନେଇ ସ୍ପେଶାଲ କୋର୍ଟ ଅନୁମତି ଦେଇଛନ୍ତି । ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କୁ କୋର୍ଟରେ ହାଜର କରିବା ପୂର୍ବରୁ ପ୍ରଥମେ ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ମେଡିକାଲକୁ ନିଆଯାଇଥିଲା ।

Advertisment

ସେଠାରେ ମେଡିକାଲ ଟେଷ୍ଟ ପରେ ଚନ୍ଦକା ଥାନାକୁ ଅଣାଯାଇଥିଲା । ପରେ ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ୪ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି ସ୍ପେଶାଲ କୋର୍ଟ । ତେବେ ରିମାଣ୍ଡକୁ ବିରୋଧ କରିଛନ୍ତି ଅଭିଯୁକ୍ତମାନଙ୍କ ଓକିଲ ।

ପୂର୍ବରୁ ମଧ୍ୟ ୫ ଦିନିଆ ରିମାଣ୍ଡରେ ଯାଇଥିଲେ ୩ ଅଭିଯୁକ୍ତ । ଜୁଲାଇ ୭ ତାରିଖ ଦିନ ସ୍ୱତନ୍ତ୍ର ସିବିଆଇ କୋର୍ଟ ଶୁଣାଣି କରି ରିମାଣ୍ଡ ଅନୁମତି ପ୍ରଦାନ କରିଥିଲେ । ତାହାସହିତ ସମସ୍ତ ଅଭିଯୁକ୍ତ ମାନଙ୍କୁ ଜେରା କରିବା ପରେ ୧୧ ତାରିଖ ଅର୍ଥାତ୍‌ ଆଜି କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ ଆଜି ସିବିଆଇ ସେମାନଙ୍କୁ ହାଜର କରିବା ସହ ପୁଣି ଥରେ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ।

Advertisment

ସୂଚନା ଥାଉ କି ପୂର୍ବରୁ କୋର୍ଟଙ୍କ ନିକଟରେ ଅଭିଯୁକ୍ତଙ୍କୁ ଜେରା ପାଇଁ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା ସିବିଆଇ । ହେଲେ କୋର୍ଟ ଅଭିଯୁକ୍ତମାନଙ୍କୁ ସିବିଆଇ ୫ ଦିନିଆ ରିମାଣ୍ଡରେ ନେବାକୁ କହିଥିଲେ । ଯାହାକି ଆସନ୍ତାକାଲି ଶେଷ ହେଉଛି । ତେଣୁ ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଗତ ୭ ତାରିଖରେ ସିବିଆଇ ପକ୍ଷରୁ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା

CBI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ