Advertisment

ରୁମ୍‌ ବୁକ୍ କରୁଥିଲେ ସାବଧାନ ! ପୁରୀ-ଭୁବନେଶ୍ୱରର ବିଭିନ୍ନ ହୋଟେଲ୍‌ ନାଁରେ ରହିଛି ଫେକ୍‌ ୱେବ୍‌ସାଇଟ୍

ନକଲି ୱେବସାଇଟ୍ ଖୋଲି ପର୍ଯ୍ୟଟକଙ୍କୁ ଲଗାଉଛନ୍ତି ଚୂନ । ପୁରୀ ଓ ଭୁବନେଶ୍ବରରେ ଠକେଇକୁ ନେଇ ବଢ଼ିଲା ଚିନ୍ତା

undefined

Hotel Fake Website

Advertisment

ଅନଲାଇନରେ ହୋଟେଲ ବୁକ୍ ବେଳେ ସାବଧାନ ! ଆପଣ ହୋଇପାରନ୍ତି ସାଇବର ଠକାମୀର ଶିକାର । କାହିଁକି ନା ଅନଲାଇନରେ ଏବେ ମାଳ ମାଳ ନକଲି ହୋଟେଲ୍ ୱେବସାଇଟ। ପର୍ଯ୍ୟଟନ ସହର ପୁରୀ ଆଉ କ୍ୟାପିଟାଲ ଭୁବନେଶ୍ୱରର ବିଭିନ୍ନ ହୋଟେଲ୍ ନାଁକୁ ବ୍ୟବହାର କରି ମାତିଛନ୍ତି ସାଇବର ଠକ। ଅନଲାଇନରେ ନକଲି ୱେବସାଇଟ ତିଆରି କରି ପର୍ଯ୍ୟଟକଙ୍କୁ ଲଗାଉଛନ୍ତି ଚୂନା। ଛୋଟ ନୁହେଁ ଥ୍ରୀ-ଷ୍ଟାର, ଫାଇଭ ଷ୍ଟାର ଭଳି ହୋଟେଲର ୱେବସାଇଟ ବି ନକଲି କରି ଲୁଟ କରୁଛନ୍ତି ବୁକିଂ ଟଙ୍କା।

Advertisment

ପୁରୀର ପୁଲ୍ ଇନ ପୁରୀ ନାମକ ଏକ ପ୍ରତିଷ୍ଠିତ ହୋଟେଲର ଏକ ନକଲି ୱେବସାଇଟ୍‌ ସାମ୍ନାକୁ ଆସିଛି । ସେହି ନକଲି ୱେବସାଇଟ୍ ସାଇବର ଠକଙ୍କ ଦ୍ୱାରା ତିଆରି କରାଯାଇଛି । ଏଠାରେ ବୁକିଂ କଲେ ସିଧା ଆପଣଙ୍କ ବୁକିଂ ଟଙ୍କା ପହଞ୍ଚିଯିବ ଠକଙ୍କ ଆକାଉଣ୍ଟରେ। ଏହି ହୋଟେଲ ନାଁରେ ଅନେକ ଗ୍ରାହକ ଠକେଇର ଶିକାର ହେବା ପରେ ପୋଲିସର ସାହାଯ୍ୟ ନେଇଛନ୍ତି ଏହାର ମାଲିକ।

ସେହିପରି ଆଉ ଏକ ନକଲି ୱେସାଇଟ ହେଲା, WWW.HOTELSPURI.NET । ଏହି ନକଲି ୱେବସାଇଟରେ ରହିଛି ପୁରୀର ୩୦୪ଟି ହୋଟେଲର ତାଲିକା। ସେମିତି ହୋଟେଲ ଶକ୍ତି ଇଣ୍ଟରନ୍ୟାସନାଲ ନାଁରେ ବି ଖୋଲାଯାଇଛି ଫେକ୍ ୱେବ୍‌ସାଇଟ୍। ସାଇଟ୍‌ରେ ଦିଆଯାଇଥିବା ନମ୍ବରକୁ ଟ୍ରୁ କଲରରେ ପକାଇଲେ ବି ଦେଖାଉଛି ହୋଟେଲ ନାଁ, ହେଲେ ନକଲି ।

Advertisment

ତେବେ ଏଭଳି ଠକାମୀରୁ ଆପଣ ବଞ୍ଚିବେ କିପରି। କେମିତି ଜାଣିବେ ଆପଣ ବୁକ୍ କରୁଥିବା ୱେବସାଇଟ ଅସଲି ନା ନକଲି ?

ସାଇବର ଏକ୍ସପର୍ଟଙ୍କ ମତରେ ୱେବସାଇଟ ଅପେକ୍ଷା ଟୁର୍ ଏଗ୍ରିଗେଟର ଜରିଆରେ ହୋଟେଲ ବୁକ କରିବା ନିରାପଦ। ଏହା ସହ ବୁକିଂ କରିବା ପୂର୍ବରୁ ୱେବସାଇଟକୁ ଭଲ ଭାବେ ଯାଞ୍ଚ କରନ୍ତୁ। ବୁକିଂ ଆମାଉଣ୍ଟ ଡିପୋଜିଟ୍ କରିବା ପୂର୍ବରୁ ସଂପୃକ୍ତ ଆକାଉଣ୍ଟ ଏବଂ IFSC କୋଡ୍ ସେହି ଅଞ୍ଚଳର ନା ନାହିଁ ଯାଞ୍ଚ କରନ୍ତୁ।

Advertisment

ଅନ୍ୟପଟେ ଏଭଳି ଅନେକ ଅଭିଯୋଗ ସାମ୍ନାକୁ ଆସିବା ପରେ ହୋଟେଲ ମାଲିକ ଏବଂ ସାଇବର୍ ଏକ୍ସପର୍ଟଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛି କ୍ରାଇମବ୍ରାଞ୍ଚ । ହୋଟେଲିଅରଙ୍କୁ ସଚେତନ ସହିତ ନିୟମିତ ୱେବସାଇଟ୍ ଉପରେ ନଜର ରଖିବାକୁ କୁହାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଏସପି । ଠକେଇର ଶୀକାର ହେଉଥିବା ପର୍ଯ୍ୟଟକଙ୍କ ପାଇଁ ହେଲପଲାଇନ ନମ୍ବର 63709 67100 ଜାରି କରାଯିବା ସହ ଜଣେ ନୋଡାଲ ଅଫିସର ନିଯୁକ୍ତ ହେବେ ।

Cyber Crime Cyber Fraud Online Fraud Cyber Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ