Advertisment

ପିଏସ୍‌ଙ୍କ ଘରେ ରେଡ୍, ୨୫ ଲକ୍ଷ ଟଙ୍କା ନଗଦ ସହ ଦେଢ଼ କେଜି ସୁନା ଜବତ

OSSC ସଦସ୍ୟଙ୍କ ପିଏସ୍‌ଙ୍କ ଘରେ ଭିଜିଲାନ୍ସ ରେଡ୍ ଘଟଣା । ଘର ରେଡ୍ ବେଳେ ମିଳିଲା ୩ କୋଟି ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସମ୍ପତ୍ତି । ନଗଦ ୨୫ ଲକ୍ଷ ଟଙ୍କା ସହ ଦେଢ କେଜି ସୁନା ଜବତ ହୋଇଥିବା ସୂଚନା ।

ଅଦ୍ୟତନ ହୋଇଛି
ପିଏସ୍‌ଙ୍କ ଘରେ ରେଡ୍, ୨୫ ଲକ୍ଷ ଟଙ୍କା ନଗଦ ସହ ଦେଢ଼ କେଜି ସୁନା ଜବତ

OSSC PS biranchi Vigilance Raid

Advertisment

ଭୁବନେଶ୍ୱର: OSSC ସଦସ୍ୟଙ୍କ ପିଏସ୍‌ଙ୍କ ଘରେ ଭିଜିଲାନ୍ସ ରେଡ୍ ଘଟଣା । ଘର ରେଡ୍ ବେଳେ ମିଳିଲା ୩ କୋଟି ୭୯ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସମ୍ପତ୍ତି । ପିଏସ୍‌ଙ୍କ ୨ଟି ଦୁଇ ମହଲା କୋଠା, ୧୪ଟି ପ୍ଲଟ ଠାବ । ନଗଦ ୨୫ ଲକ୍ଷ ଟଙ୍କା ସହ ଦେଢ କେଜି ସୁନା ଜବତ ହୋଇଥିବା ସୂଚନା । ଜବତ ସୁନାର ମୂଲ୍ୟ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ହେବା ନେଇ ଭିଜିଲାନ୍ସର ସୂଚନା । ଏବେ ମଧ୍ୟ ପିଏସ୍‌ଙ୍କ ଘରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।

Advertisment

ଅନ୍ୟପଟେ SSC ସଦସ୍ୟଙ୍କ ପିଏସ୍‌ଙ୍କ ଘରେ ଭିଜିଲାନ୍ସ ରେଡ୍ ଘଟଣାକୁ ନେଇ OSSC ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ପ୍ରତିକ୍ରିୟା । ‘ଘଟଣାର ଇଣ୍ଟରନାଲ୍ ଇନ୍‌କ୍ୱାରୀ କରାଯିବ । ଦୃଢ ପଦକ୍ଷେପ ନିଆଯିବ । ଏତେ ଗୁଡ଼ିଏ ଟଙ୍କା ସେ କେଉଁଠୁ, କେମିତି ଆଣିଲେ ତଦନ୍ତ କରାଯିବ । OSSCର ସମସ୍ତ ପରୀକ୍ଷାଠାରୁ ବିରଞ୍ଚି ଦୂରରେ ରହନ୍ତି । ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ତାହା ତଦନ୍ତ ପରେ ଜଣାପଡ଼ିବ’।

Advertisment

ନିଜ ପିଏସ୍‌ଙ୍କ ସଂପତ୍ତି ନେଇ OSSC ସଦସ୍ୟ ଜଗନ୍ନାଥ ଲେଙ୍କା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ‘ମୋର ଏ ଘଟଣାରେ କୌଣସି ନେଣଦେଣ ନାହିଁ । ମୁଁ ଏସବୁ ବିଷୟରେ କିଛି ଜାଣିନି, ଏତେ ଟଙ୍କା କେଉଁଠୁ ଆସିଲା କହିପାରିବିନି । ଘଟଣାର ଭିଜିଲାନ୍ସ ତଦନ୍ତ କରୁଛି, ସତ୍ୟାସତ୍ୟ ପଦାକୁ ନିଶ୍ଚିତ ଆସିବ ।’

ଚଢ଼ଉ ପରେ ଏବେ ସୁଦ୍ଧା ଭିଜିଲାନ୍ସ ହାତରେ ଲାଗିଥିବା ନଗଦ ୨୫ ଲକ୍ଷ ଟଙ୍କା ମଧ୍ୟରୁ ପିଏସ୍ ବିରଞ୍ଚି ସାହୁଙ୍କ ଘରୁ ୧୨ ଲକ୍ଷ ଟଙ୍କା ଏବଂ ତାଙ୍କ ଶଳାଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କା ଜବତ ହୋଇଛି । ଏହାସହ ବିରଞ୍ଚଙ୍କ ଘରୁ ସୁନା ଗହଣା ମଧ୍ୟ ଜବତ କରିଛି ଭିଜିଲାନ୍ସ । ତେବେ ଏନେଇ ମୁହଁ ଖୋଲିଲେନି ପିଏସ୍ ବିରଞ୍ଚି ନାରାୟଣ ସାହୁ । କହିଲେ ‘ମ୍ୟାଟର ଅଣ୍ଡର ଇନ୍‌କ୍ୱାରୀ, ମୁଁ କିଛି କହିପାରିବିନି’ 

Advertisment

ସୂଚନାଯୋଗ୍ୟ, ଆଜି ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ କୁବେର ଅଫିସର । ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁଙ୍କ ଭୁବନେଶ୍ୱରସ୍ଥିତ ଘରେ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଭୁବନେଶ୍ୱର ଘର ସମେତ ସମ୍ପର୍କୀୟଙ୍କ ଘରେ ବି ରେଡ୍ ଚାଲିଛି । ପ୍ରାୟ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଥିବା ଜଣାପଡିଛି ।

ଭିଜିଲାନ୍ସ ତରଫରୁ ଏଥିପାଇଁ ୩ଟି ଟିମ୍ ନିୟୋଜିତ ହୋଇଥିଲେ । ଯେଉଁଥିରେ ୪ଜଣ ଡିଏସପିଙ୍କ ସହ ୧୩ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀ ବି ସାମିଲ ହୋଇଛନ୍ତି । ବିରଞ୍ଚିଙ୍କର ଭୁବନେଶ୍ୱର ଏବଂ କଟକରେ ୨ଟି କୋଠା ସହ ବିଭିନ୍ନ ସ୍ଥାନରେ ୯ଟି ମୂଲ୍ୟବାନ ପ୍ଲଟ୍ ଥିବା ବି ଜଣାପଡିଛି । ଚାକିରି ପାଇଁ ଅର୍ଥ ଆଦାୟ କରି ପିଏସ୍ ମାଲାମାଲ୍ ହୋଇଥିବା ଅନୁମାନ କରାଯାଉଛି ।

Crime OSSC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ