Advertisment

ଭିଜିଲାନ୍ସ ରେଡ୍‌ରୁ ଖୁଲାସା- ପ୍ରତିଦିନ ଘଣ୍ଟା ବଦଳାଉ ଥିଲେ ଏହି ସରକାରୀ ବାବୁ

ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରରେ ୪ଟି ସ୍ଥାନ ସମେତ ମୋଟ ୮ଟି ସ୍ଥାନରେ ଏହି ରେଡ୍ ହୋଇଛି।

ଅଦ୍ୟତନ ହୋଇଛି
Vigilance Raid

Odisha RWSS engineer in vigilance net

Advertisment

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ।  ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରରେ ୪ଟି ସ୍ଥାନ ସମେତ ମୋଟ ୮ଟି ସ୍ଥାନରେ ଏହି ରେଡ୍ ହୋଇଛି। ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣଙ୍କ ଚାକରି ଆଉ ମାତ୍ର ୬ ମାସ ଥିଲା।

Advertisment

୬ ମାସ ପରେ ରବି ନାରାୟଣ ଚାକରିରୁ ଅବସର ନେଇଥାନ୍ତେ ବୋଲି ସୂଚନା ମିଳିଛି। ହେଲେ ତା’ ପୂର୍ବରୁ ସେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଇଛନ୍ତି। ଭୁବନେଶ୍ୱ ର ସ୍ଥିତ ତାଙ୍କ ଘରୁ ଯେତିକି ଟଙ୍କାର ସମ୍ପତ୍ତି ମିଳିଛି ତାହା ଦେଖିଲେ ଆଖି ଖୋସି ହୋଇଯିବ। ସେ ରହୁଥିବା ଘର ଓ ବ୍ୟବହାର କରୁଥିବା ଜିନିଷ ଦେଖିଲେ ଜଣାପଡ଼ିବ ତାଙ୍କ ଲାଇଫ୍‌ଷ୍ଟାଇଲ୍‌ ବେଶ୍‌ ସୌଖିନ ଥିଲା। ଭିଜିଲାନ୍ସ ରେଡ୍‌ ବେଳେ ରବି ନାରାୟଣଙ୍କ ଘରୁ ବହୁ ନାମୀଦାମୀ ବ୍ରାଣ୍ଡ୍‌ର ଘଣ୍ଟା ଜବତ ହୋଇଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା। ତାଙ୍କର ଘଣ୍ଟା ପିନ୍ଧିବାର ବହୁତ ସଉକ ଥିଲା ବୋଲି   ଜଣାପଡ଼ିଛି। ଏପରିକି ସେ ବାର ଦେଖି ଘଣ୍ଟା ପିନ୍ଧୁ ଥିଲେ। ଏହାସହ ସୁନା ଓ ରୁପା ମଧ୍ୟ ଜବତ ହୋଇଛି। 

ରେଡ୍‌ ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ‘ମୋର କାହାସହ ଶତ୍ରୁତା ନାହିଁ। ହୁଏତ କେହି ରାଗ ରଖି ଏସବୁ କରିଥାଇପାରେ। ମୋ ପାଖରେ କୌଣସି ଅମାପ ସମ୍ପତ୍ତି ଅଛି ନା କଳା ଟଙ୍କା’ ବୋଲି ରବି ନାରାୟଣ କହିଛନ୍ତି।

Advertisment
Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ