RAW officer
ଆତ୍ମହତ୍ୟା କଲେ RAW ଅଫିସର । ଭାରତୀୟ ଗୁଇନ୍ଦା ସଂସ୍ଥା (RAW)ର ଜଣେ ଓଡ଼ିଆ ଅଫିସର ଜୀବନ ହାରିଦେଇଛନ୍ତି । ଦିଲ୍ଲୀ ଲୋଧି କଲୋନୀ ସ୍ଥିତ ‘ର’ ଅଫିସ ମୁଖ୍ୟାଳୟର ୧୦ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ କାହିଁକି ସେ ଆତ୍ମହତ୍ୟା କଲେ ତା’ର କାରଣ ଅସ୍ପଷ୍ଟ ରହିଛି । ପୋଲିସ୍ ତଦନ୍ତ ଜାରି ରଖିଛି ।
ମୃତ RAW ଅଫିସରଙ୍କ ନାମ ଅନିକେତ କୁମାର । ତାଙ୍କ ଘର କଟକ ରେ ବୋଲି ସୂଚନା ମିଳିଛି । ସୋମବାର ସକାଳେ ସେ ୧୦ ମହଲା ଉପରେ ଥିବା ତାଙ୍କ ଅଫିସରେ ପହଞ୍ଚିଥିଲେ । ଆଉ କେହି କିଛି ଜାଣିବା ପୂର୍ବରୁ ଝରକା ନିକଟକୁ ଯାଇ ସେଠାରୁ ଡେଇଁ ପଡିଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍ । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ତାଙ୍କ ମୃତଦେହର ପୋଷ୍ଟମର୍ଟମ କରାଯିବ।
ପୋଲିସ୍ ସୂଚନା ଅନୁସାରେ, ଗତ କିଛି ଦିନ ହେବ ପାରିବାରିକ କାରଣ ଯୋଗୁଁ ସେ ମାନସିକ ଅବସାଦରେ ଥିଲେ । ହେଲେ ଏନେଇ କିଛି ସ୍ପଷ୍ଟ ସୂଚନା ନାହିଁ । ପୋଲିସ୍ ଅଧିକ ତଥ୍ୟ ପାଇଁ ଛାନଭିନ୍ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668487754.jpg)