murder case
ଓଡ଼ିଶାରେ ହତ୍ୟା, ସୁରତରୁ ଗିରଫ ହେଲା ଅଭିଯୁକ୍ତ । ଗଂଜାମ ପୁରୁଷୋତ୍ତମପୁର ସିକୁଲା ଗାଁରେ ହୋଇଥିବା ଏକ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ସୁରତ କ୍ରାଇମବ୍ରାଞ୍ଚ । ସୁରତର ସାରୋଲି ଅଞ୍ଚଳରୁ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତର ନାଁ ନାରାୟଣ ଜେନ। ତା’ର ଘର ଗଂଜାମ ଅରଖପୁର ଗାଁରେ ।
ଗତ ୨୦୨୪ ମାର୍ଚ୍ଚ ୨୯ ତାରିଖରେ ହୋଇଥିବା ହତ୍ୟାକାଣ୍ଡ ମାମଲାରେ ନାରାୟଣର ସଂପୃକ୍ତି ଥିଲା । ନାରାୟଣ ଓ ତା’ର ଅନ୍ୟ ସହଯୋଗୀ ମିଶି ଜଣେ ଯୁବକଙ୍କୁ ହତ୍ୟା କରିଥିଲେ । ସେତେବେଳେ ଓଡ଼ିଶା ପୋଲିସ ଛାନଭିନ୍ କରି ଘଟଣାରେ ତା’ର ସହଯୋଗୀଙ୍କୁ ଗିରଫ କରିଥିଲା । ତେବେ ନାରାୟଣ କୌଶଳ ସୁରତ ଚାଲି ଆସିଥିଲା । ସୁରତରେ ସେ ସୁତା କାରଖାନାରେ କାମ କରୁଥିଲା । ଗୁଇନ୍ଦା ରିପୋର୍ଟ ଆଧାରରେ କ୍ରାଇମବ୍ରାଞ୍ଚ ଟିମ୍ ତାକୁ ଧରିବାରେ ସଫଳ ହୋଇଛି । ଗିରଫ ପରେ ଅଭିଯୁକ୍ତକୁ ଓଡ଼ିଶା ପୋଲିସକୁ ହସ୍ତାନ୍ତର ପ୍ରକ୍ରିୟା କରାଯିବ ବୋଲି କ୍ରାଇମବ୍ରାଞ୍ଚ କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728645704.jpg)