/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686822896.jpg)
medical student dies
ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ବ୍ରହ୍ମପୁର MKCG ପିଜି ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ତାଙ୍କୁ ହଷ୍ଟେଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ ଡାକ୍ତରୀ ଛାତ୍ରୀ ପିଜି ପ୍ରଥମ ବର୍ଷର ଚର୍ମ ବିଭାଗରେ ପଢୁଥିବା ସୂଚନା ମିଳିଛି । ହେଲେ ସେ କିଭଳି ଓ କେଉଁ ପରିସ୍ଥିତିରେ ଗୁରୁତର ହୋଇପଡିଲେ ତାହା ସ୍ପଷ୍ଟ ହୋଇନି ।
ସୂଚନା ଅନୁସାରେ, ମୃତକଙ୍କ ନାଁ ସୁଭାନୀ ପଟ୍ଟନାୟକ । ତାଙ୍କ ଘର ପୁରୁଷୋତ୍ତମପୁରରେ, ସେ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ଆଜି ସକାଳେ ତାଙ୍କର ସାଙ୍ଗମାନେ ହସ୍ପିଟାଲ ଯିବା ପାଇଁ ବାହାରିବା ବେଳେ ତାଙ୍କ ରୁମ୍ ବନ୍ଦ ଥିଲା । ପରେ ଜଣାପଡ଼ିଲା ତାଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
ଦେଖନ୍ତୁ ଭିଡିଓ -
ବର୍ତ୍ତମାନ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି । ତା’ସହିତ ସୁଭାନୀଙ୍କ ହଷ୍ଟେଲ ରୁମ୍ରେ ପହଞ୍ଚି ଯାଞ୍ଚ କରୁଛି ପୋଲିସ୍ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସୁଭାନୀଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)