kandhamal news
ଜେଲ୍ ଫେରନ୍ତା ପୁଅର ଉନ୍ମତ୍ତ କାଣ୍ଡ । ଘର ଭିତରେ ୯୨ ବର୍ଷୀୟ ମାଆକୁ ଜୀଅନ୍ତା ଜାଳିଦେଲା ପୁଅ । ଏପରି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲାରୁ ଆସିଛି । ଟିକାବାଲି ଥାନା ବଡ଼ିମୁଣ୍ଡା ଖଜୁରୀସାହିରେ ଏହି ଘଟଣା ଘଟିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଭିଯୋଗକୁ ଆଧାର କରି ମାତୃହନ୍ତା ପୁଅକୁ ଅଟକ ରଖିଛି ପୋଲିସ ।
ପୂର୍ବରୁ କୌଣସି ଏକ ମାମଲାରେ ସଜା କାଟୁଥିଲା ଅଭିଯୁକ୍ତ ପୁଅ । ଗତ ୮ ଦିନ ତଳେ ଜେଲ୍ରୁ ଘରକୁ ଫେରିଥିଲା । ହେଲେ କେଉଁ କାରଣକୁ ନେଇ ଅଭିଯୁକ୍ତ ପୁଅ ଏପରି କାଣ୍ଡ ଭିଆଇଲା ତାହା ଜଣାପଡ଼ିନାହିଁ । ପୁଅ ମାଆକୁ ପୋଡ଼ି ମାରିଥିବା ନେଇ ପୋଲିସ ସୂଚନା ଦେଇଛି । ସେପଟେ ଅଭିଯୁକ୍ତ ପୁଅକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।
ଘଟଣାସ୍ଥଳଆରେ ପୋଲିସ ପହଞ୍ଚି ତଦନ୍ତ କରିଛି । ବୃଦ୍ଧା ମା’କୁ କେଉଁ କରଣରୁ ପୁଅ ପୋଡ଼ି ହତ୍ୟା କଲା ସେନେଇ ତନାଘନା ଚଳାଇଛି ପୋଲିସ । ଏପରି ଏକ ଘଟଣାକୁ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696176517.jpg)