Advertisment

FM ଛାତ୍ରୀ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

ହାଇକୋର୍ଟଙ୍କ ତତ୍ୱାବଧାନରେ SIT ତଦନ୍ତ ଦାବିରେ ମାମଲା ହୋଇଥିଲା । ଆଇନଜୀବୀ ଶିବ ଶଙ୍କର ମହାନ୍ତିଙ୍କ ପକ୍ଷରୁ ମାମଲା ଦାୟର କରାଯାଇଥିଲା ।

Orissa High Cour

Orissa High Cour

Advertisment

FM ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ । SIT ତଦନ୍ତ ଆବଶ୍ୟକତା ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ଏଥିସହ ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବାରୁ ବିଜେଡି ଓ କଂଗ୍ରେସକୁ ନୋଟିସ୍ ଦେଇଛନ୍ତି। ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ଏଭଳି ମତ ରଖିଛନ୍ତି ହାଇକୋର୍ଟ । ହାଇକୋର୍ଟଙ୍କ ତତ୍ୱାବଧାନରେ SIT ତଦନ୍ତ ଦାବିରେ ମାମଲା ହୋଇଥିଲା । ଆଇନଜୀବୀ ଶିବ ଶଙ୍କର ମହାନ୍ତିଙ୍କ ପକ୍ଷରୁ ମାମଲା ଦାୟର କରାଯାଇଥିଲା ।

Advertisment

ଏଫଏମ୍ କଲେଜର ସେ ଛାତିଥରା ଘଟଣା ପଛରେ ପ୍ରି-ପ୍ଲାନ୍ କିମ୍ବା ଷଡ଼ଯନ୍ତ୍ର ଥିଓରୀ ବାରମ୍ବାର ଉଙ୍କି ମାରୁଛି । ଏକମାତ୍ର ସିସିଟିଭି ଫୁଟେଜ୍ ଯାହା ଦର୍ଶାଉଛି- ଛାତ୍ରୀ ଜଣକ ଜଳି ଯାଉଥିବାବେଳେ ସେଠି ଉପସ୍ଥିତ ଥିବା ଦୁଇଜଣ ଝିଅ ଡରି ପଳାଇଥିଲେ ଜଣେ ଛାତ୍ର ମୋବାଇଲରେ ଭିଡ଼ିଓ ଉତ୍ତୋଳନ କରୁଥିଲେ, ଛାତ୍ରୀ ଜଣକୁ ଜଳି ଯାଉଥିବା ଦେଖି ହଠାତ୍ ଦୌଡ଼ି ଆସିଥିଲେ ହେଲେ ପ୍ରିନସିପାଲଙ୍କ ରୁମ୍ ରୁ କିଛି କର୍ମଚାରୀ ଜଳନ୍ତା ଛାତ୍ରୀଙ୍କୁ ଦେଖୁଥିଲେ ବି ନିଆଁ ଲିଭାଇବାକୁ ସାମାନ୍ୟତମ ଚେଷ୍ଟା କରିନଥିଲ।

ଏଣେ ଏସବୁ ଭିତରେ ସାମ୍ନାକୁ ଆସିଛନ୍ତି- ମୃତା ଛାତ୍ରୀଙ୍କ ସହପାଠୀ ଜୀତମ ଦାସ । ସେ ତାଙ୍କ ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଛନ୍ତି, ସେଦିନ ଘରକୁ ଯିବାକୁ ପ୍ରସ୍ତୁତ ହେଉଥିବାବେଳେ ହଠାତ୍ ଶବ୍ଦ ଶୁଣି ଧାଇଁ ଆସିଥିଲେ, ପୀଡ଼ିତା ଜଳୁଥିବା ଦେଖି ନିଜ ସାର୍ଟ ଚିରି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ହେଲେ ପୂର୍ବ ଘଣ୍ଟାକରେ କଣ ଘଟିଥିଲା ସେ ଜାଣନ୍ତିନି ।

Advertisment

ଏଠି ପ୍ରଶ୍ନ- ପ୍ରିନସିପାଲଙ୍କୁ ସାକ୍ଷାତ ସମୟରେ ତାହାଲେ କଣ ଏମିତି ଘଟିଲା ? ଯାହା ତାଙ୍କ ଧୈର୍ଯ୍ୟବନ୍ଧ ଭାଙ୍ଗିଦେଲା। ଘଟଣାଦିନ ଅଧ୍ୟକ୍ଷ ରଖିଥିବା ପ୍ରତିକ୍ରିୟାକୁ ଯଦି ତର୍ଜମା କରାଯାଏ, ତାହାଲେ ସେ ମାନିଥିଲେ ପୀଡ଼ିତା ତାଙ୍କ ଚାମ୍ବରକୁ ଆସିଥିଲେ ଓ ସମୀର ସାର୍ ଙ୍କୁ ଖୋଜିଥିଲେ । ସେତେବେଳେ ସେ କହିଥିଲେ- ଆଇସିସି ରିପୋର୍ଟରେ ସେକ୍ସୁଆଲ୍ ହାରାସମେଣ୍ଟ ସମ୍ପର୍କରେ କୌଣସି ତଥ୍ୟ ନାହିଁ । ତେଣୁ ଏଭଳି ମିଥ୍ୟା ଅଭିଯୋଗ କଲେଜକୁ ବଦନାମ କରିବ । ହୁଏତ ସେଇ କଥା ପୀଡ଼ିତାଙ୍କୁ ଖୁବ୍ ବାଧିଥିବ। ହେଲେ ପ୍ରିନସିପାଲ ଯେ କେବଳ ଏତିକି କହିଥିଲେ ତା ନୁହେଁ, ତାଠୁ ଆହୁରି କଡ଼ା ବାକ୍ୟ କହିଥିବା ଅଭିଯୋଗ ଆଣିଥିଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ।

ଜୁଲାଇ ୨ରୁ ୧୧ ଯାଏଁ, ସବୁ ସ୍ବାଭାବିକ ଥିଲା। ହେଲେ ୧୨ ତାରିଖରେ ହଠାତ୍ କଣ ଘଟିଲା ? ଯାହା ସାରା ରାଜ୍ୟକୁ ଦୋହଲାଇ ଦେଲା। ଯେହେତୁ ସେଇ ମଝିରେ ପୀଡ଼ିତାଙ୍କୁ ପରୀକ୍ଷାରେ ବସିବାକୁ ଏଚଓଡି ଅନୁମତି ଦେଇନଥିଲେ- ସେ କ୍ଷୋଭ ? ନା ୧ ତାରିଖରେ ସମୀର ସାରଙ୍କ ବିରୋଧରେ ସେ ଆଣିଥିବା ଅଭିଯୋଗକୁ ମିଥ୍ୟା ଦର୍ଶାଇ ୭୧ ଛାତ୍ରଛାତ୍ରୀ ପ୍ରିନସିପାଲଙ୍କୁ ତଦନ୍ତ ପାଇଁ ଆପ୍ଲିକେସନ ଦେବା ଘଟଣା ତାଙ୍କ ଧୈର୍ଯ୍ୟବନ୍ଧ ଭାଙ୍ଗିଦେଲା । ଏସବୁର ଅସମାହିତ ପ୍ରଶ୍ନ ଭିତରେ ଏଣେ ପୀଡ଼ିତାଙ୍କୁ ଆତ୍ମାହୂତି ପାଇଁ କିଏ ମତେଇଥିଲା ସେ ଦିଗକୁ ନେଇ ବି ଉଙ୍କି ମାରିଛି ନାନା ସନ୍ଦେହ।

Advertisment
Crime Branch SIT Orissa High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ