harsassment
ପ୍ରେମରେ ଉଛୁଳୁଥିଲେ ପୋଲିସ ବାବୁ । ଲକ୍ଷେ ଟଙ୍କା ଦରମା ପାଉଥୁଲେ । ମହିଳାଙ୍କୁ କରୁଥିଲେ ପ୍ରେମ ନିବେଦନ । ରାସ୍ତାରେ ଟଣା ଓଟରା କରି ଖରାପ ଇଙ୍ଗିତ କଲେ । ପ୍ରେମରେ ଉବୁଟୁବୁ ହେଉଥିଲେ ହାବିଲଦାର ବାବୁ। ଲକ୍ଷେ ଟଙ୍କା ଦରମା ପାଉଛି କହି ରୁବାବ ଦେଖାଉଥିଲେ। ଆଉ ଫୋନ କରି ଚିକେନ ମଟନ ଯାଚି ହେଉଥିଲେ। ଥାନାକୁ ଅଭିଯୋଗ ପାଇଁ ଆସିଥିବା ମହିଳାଙ୍କୁ କରୁଥିଲେ ପ୍ରେମ ନିବେଦନ। ହେଲେ ତାଙ୍କ କଥାରେ ରାଜି ନହେବାରୁ ତଣ୍ଟି ଚିପି ମାଡ ମାରିଥିଲେ।
କେନ୍ଦ୍ରାପଡ଼ା କୁଦାନଗରୀ ଥାନାରେ କାର୍ଯ୍ୟରତ ହାବିଲଦାର ଅଜୟ ସାହୁଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ପୋଲିସବାବୁ ତାଙ୍କୁ ବାରମ୍ୱାର ପ୍ରେମ ନିବେଦନ କରୁଥିଲେ। ରାସ୍ତାଘାଟରେ ଅଶ୍ଳୀଳ ଇଙ୍ଗିତ କରୁଥିଲେ। ଆଉ ମଦ ପିଇ ତାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି ମହିଳା ଜଣକ।
୭ ବର୍ଷ ପୁର୍ବରୁ ମାର୍ଶାଘାଇ ଥାନା ଅଂଚଳର ମହିଳା ଜଣଙ୍କ ପାରିବାରିକ ଘଟଣାକୁ ନେଇ ଥାନାକୁ ଅଭିଯୋଗ ପାଇଁ ଆସିଥିଲେ। ସେଇଠାରୁ ଅଜୟ ବାବୁ ତାଙ୍କ ନମ୍ୱର ନେଇ ଫୋନ କରି ମହିଳାଙ୍କୁ ହଇରାଣ କରୁଥିଲେ। ଗତ ଶୁକ୍ରବାର କ ନିଛାଟିଆ ସ୍ଥାନରେ ମହିଳାଙ୍କୁ ଏକୁଟିଆ ଦେଖି ଅଶ୍ଳୀଳ ଇଙ୍ଗିତ କରିବା ସହ ଟଣା ଓଟରା କରିଥିଲେ ପୋଲିସ ବାବୁ। ତାଙ୍କ ସହ ସମ୍ପର୍କ ନରଖିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ତେଣୁ ବାଧ୍ୟ ହୋଇ ମହିଳା ଜଣକ ମାର୍ଶାଘାଇ ଥାନାରେ ତାଙ୍କ ନାଁରେ ଅଭିଯୋଗ କରିଥିଲେ ।
ପୋଲିସ ଏନେଇ ମାମଲା ରୁଜୁ କରି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି। ତେବେ ଏନେଇ ହାବିଦାର ଅଜୟ ସାହୁ କିମ୍ୱା ବରିଷ୍ଠ ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756089686.jpg)