ବାଲେଶ୍ୱରରୁ ଧରାପଡ଼ିଥିବା ସାପ ବିଷ ରାକେଟ ( snake venom racket) ରେ ଖୋଲତାଡ଼ । ଏହି ମାମଲାର ଚେର କେଉଁ ଯାଏଁ ଲମ୍ବିଛି ସେ ନେଇ ଖୋଳତାଡ଼ କରୁଛି ବନ ବିଭାଗ । ଏକ ବିଶେଷଜ୍ଞ ଟିମ୍ ପହଞ୍ଚି ସାପକୁ ଚିହ୍ନଟ କରିବା ସହ ଏମାନଙ୍କ ବିଷ କିପରି କଢ଼ା ଯାଉଥିଲା ସେ ସବୁ ଦିଗକୁ ନେଇ ତଦନ୍ତ ହେଉଛି ।
ଆଜି ବାଲେଶ୍ୱର ବାଲିଆପାଳ ପଞ୍ଚୁପଳିରେ ବନ ବିଭାଗ ଚଢ଼ାଉରେ ୨୯ଟି ନାଗ ସାପ ଉଦ୍ଧାର କରାଯାଇଛି । ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିବା ପରେ ପୁରା କ୍ରାଇମ୍ ଉପରୁ ଧିରେ ଧିରେ ପରଦା ହଟୁଛି । ନାଗ ସାପଙ୍କଠାରୁ ବିଷ ବାହାର କରାଯାଇ ଏହାକୁ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା ।
Also Read
ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏହି ସବୁ ସାପକୁ ସଂଗ୍ରହ କରାଯାଉଥିଲା, ତେବେ ଏଥିରେ ଆଉ କିଏ କିଏ ସାମିଲ ସେ ନେଇ ତଦନ୍ତ ଚାଲିଥିବା କହିଛନ୍ତି ବାଲେଶ୍ୱର ବନଖଣ୍ଡଏସିଏଫ୍ ଶୋଭନ ଚାନ୍ଦ।...
ଏନେଇ ସ୍ନେକ ହେଲ୍ପ ଲାଇନ୍ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତକାଲି ରାତି ପ୍ରାୟ ୩ଟାରେ ଭୁବନେଶ୍ୱରରୁ ବାହାରିଲୁ। ଭୋର ପ୍ରାୟ ୫ଟା ପରେ ବାଲେଶ୍ୱରରେ ପହଞ୍ଚିଲୁ। ଏହାପରେ ବହୁ ରେଞ୍ଜ ଅଧିକାରୀଙ୍କ ସହ ପଞ୍ଚୁପଳିରେ ପହଞ୍ଚି ରେଡ କଲୁ। ଏହି ରେଡ ସମୟରେ ୨୬ଟି ନାଗ ସାପଙ୍କୁ ଚାଲାଣ ପୂର୍ବରୁ ଉଦ୍ଧାର କରାଯାଇଛି।