Advertisment

Fake Baba Arrested:ରାତିଅଧରେ ସେବିକାଙ୍କ ରୁମ୍‌ରେ ବାବା...ଭଗବାନଙ୍କ ନାଁ ନେଇ କରୁଥିଲେ ପାପ

ଭଗବାନଙ୍କ ନାଁ ନେଇ ବାବା କରୁଥିଲେ ପାପ। ମହିଳାଙ୍କୁ ଠାକୁର ସେବା ଆଳରେ ଡାକୁଥିଲେ। ଅନ୍ୟ କାମରେ ଲଗାଉଥିଲେ। ଖାଲି ସେତିକି ନୁହେଁ ଏକୁଟିଆ ପାଇ କରୁଥିଲେ ଦୁଷ୍କର୍ମ। ରାତି ଅଧରେ ରୁମ୍‌କୁ ପଶୁଥିଲେ। ଯୁବତୀଙ୍କ ଅନିଇଚ୍ଛା ସତ୍ତ୍ବେ ଜରୋଜବରଦସ୍ତ ରଖୁଥିଲେ ଶାରୀରିକ ସମ୍ପର୍କ।

ଅଦ୍ୟତନ ହୋଇଛି
Fake Baba Arrested

Fake Baba Arrested

Advertisment

ଭଗବାନଙ୍କ ନାଁ ନେଇ ବାବା କରୁଥିଲେ ପାପ। ମହିଳାଙ୍କୁ ଠାକୁର ସେବା ଆଳରେ ଡାକୁଥିଲେ। ଅନ୍ୟ କାମରେ ଲଗାଉଥିଲେ। ଖାଲି ସେତିକି ନୁହେଁ ଏକୁଟିଆ ପାଇ କରୁଥିଲେ ଦୁଷ୍କର୍ମ। ରାତି ଅଧରେ ରୁମ୍‌କୁ ପଶୁଥିଲେ। ଯୁବତୀଙ୍କ ଅନିଇଚ୍ଛା ସତ୍ତ୍ବେ ଜରୋଜବରଦସ୍ତ ରଖୁଥିଲେ ଶାରୀରିକ ସମ୍ପର୍କ। ବିବାହିତା ମହିଳାଙ୍କୁ ମଠକୁ ଆଣି ଚଳାଇଥିଲେ ଯୌନ କେଳେଙ୍କାରୀ। ଏଭଳି କି ଅଭିଯୋଗ ଆଣିଛନ୍ତି ଖୋଦ୍‌ ଆଶ୍ରମର ଜଣେ ମହିଳା। କ୍ୟାମେରା ଆଗରେ କାନ୍ଦି କାନ୍ଦି ଫ୍ରଡ୍‌ ବାବାଙ୍କ କାରନାମାର ସେ କରିଛନ୍ତି ପର୍ଦ୍ଦାଫାଶ।

Advertisment

ଢେଙ୍କାନାଳ ଜିଲ୍ଲା କମାକ୍ଷାନଗର ଥାନା ଅନ୍ତର୍ଗତ ମଠକରଗୋଳା ଗାଁ। ଏଠାକାର ଗୋବିନ୍ଦ ଭୋଜନାଳୟର ମାଲିକ ତଥା ବାବା ମଧୁ ମଙ୍ଗଳ ଦାସ ଓରଫ ମଙ୍ଗୁଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ। ବାବା ମୁଖା ପିନ୍ଧା ମଧୁ ମଙ୍ଗଳ ପୂର୍ବରୁ ବୃନ୍ଦାବନ ଯାଇ ଫେରିବା ପରେ ଗାଁ ରେ ଏକ ମଠ କରି ରହୁଥିଲେ। ୨୦୧୫ରୁ ଚାଲିଥିଲା ଏହି ଆଶ୍ରମ। ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ମଠକରଗୋଳା ଛକରେ ମଠ ସହିତ ଗୋବିନ୍ଦ ଭୋଜନାଳୟ ନାମରେ ଏହି ଭଣ୍ଡ ବାବା ଏକ ହୋଟେଲ ମଧ୍ୟ ଚଲାଇଥିଲେ।

ଇସ୍କନ୍‌ ଟ୍ରଷ୍ଟ ନାଁରେ ପରିଚାଳିତ ହେଉଥିଲା ହୋଟେଲ। ଅନେକ ସମର୍ଥକ ବାବା ଅଣ୍ଡରରେ କାମ କରୁଥିଲେ। କିଛି ଦିନ ତଳେ ଜଣେ ବିବାହିତ ମହିଳାଙ୍କୁ ଠାକୁର ସେବା କରୁବାକୁ ଡାକି ଆଣିଥିଲେ ବାବା। ହେଲେ ଠାକୁର ସେବା ବଦଳରେ ତାଙ୍କୁ ହୋଟଲ କାମରେ ଲଗାଇଥିଲେ। ଆଉ ରାତିର ସୁଯୋଗ ନେଇ ତାଙ୍କ ସହ ଜବରଦସ୍ତ ଯୌନ ସମ୍ପର୍କ ରଖିଥିବା ପୀଡିତା ଥାନାରେ ଅଭିଯୋଗ କରିଥିଲେ। କାହାକୁ କହିଲେ ଜୀବନରେ ମାରିଦେବାକୁ ମଧ୍ୟ ତାଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ଉଠାଇଛନ୍ତି ପୀଡିତା। ଘଟଣାସ୍ଥଳରେ ପୀଡିତାଙ୍କୁ ନେଇ ସାଇଣ୍ଟିଫିକ ଟିମ ଓ ପୋଲିସ ତଦନ୍ତ ଆରମ୍ଭ କରିଛି।

Advertisment

ଅନ୍ତେବାସୀଙ୍କ ଅଭିଯୋଗ ପରେ ବାବାଙ୍କୁ ଶୁକ୍ରବାରଠାରୁ ଅଟକ ରଖି ପଚରାଉଚରା କରୁଥିବା ପୋଲିସ ଆଜି ତାଙ୍କୁ ଗିରଫ କରିଛି। ସେପଟେ ଘାଟଣାକୁ ନେଇ ବାବା ଏନେଇ କିଛି ମୁହଁ ଖୋଲି ନାହାନ୍ତି। ପୂରା ମାମଲାର ତଦନ୍ତ ଜାରି ରହିଛି।

Odisha Fake Baba
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ