Advertisment

ସାବଧାନ ! ଟ୍ରେଡିଂ କରୁଥିଲେ ସତର୍କ ହୁଅନ୍ତୁ, ଆପ୍ ଜରିଆରେ ଲୁଟର ନୂଆ ଫଣ୍ଡା

୨୦ ଟଙ୍କା ପୈଠର ମିନିଟିକରେ ୮ ଲକ୍ଷରୁ ଅଧିକ ଲୋଭ । ମିଛ ବିଜ୍ଞାପନ ଦେଖାଇ ଚୁନ ଲଗାଉଛନ୍ତି ଲୁଟେରା । ବଲିଉଡ୍ ଷ୍ଟାରଙ୍କ ଫଟୋ ବିଜ୍ଞାପନ ଦେଖାଇ ମହାଠକେଇ ।

ଅଦ୍ୟତନ ହୋଇଛି
undefined

Cyber Crime, Online Fraud,

Advertisment

ଲୋନ ଆପ୍ ଜରିଆରେ ଠକେଇ ପରେ ଏବେ ଟ୍ରେଡିଂ ଆପ୍ ନାଁରେ ଚାଲିଛି ବେଆଇନ ଟିଟଫଣ୍ଡ ବେପାର । ଜମାକାରୀଙ୍କୁ ଆକୃଷ୍ଟ କରିବାକୁ ସ୍ୱତନ୍ତ୍ର ଆପ୍ ଜରିଆରେ ଚିତା କାଟୁଛନ୍ତି ଅଦୃଶ୍ୟ ଲୁଟେରା । ବଲିଉଡ୍ ଷ୍ଟାରଙ୍କ ଫଟୋକୁ ବ୍ୟବହାର କରି ବିଜ୍ଞାପନ ତିଆରି କରୁଛନ୍ତି, ଆଉ ଲୋକେ ବିଜ୍ଞାପନ ଦେଖି ଭଳିଯିବା ପରେ ଚୁନା ଲଗାଉଛନ୍ତି ନିରୀହ ଲୋକଙ୍କୁ । ବିଦେଶରୁ ଓଡ଼ିଶା ଯାଏଁ ଲମ୍ବିଥିବା ଏହି ବ୍ଲାକ ନେଟୱାର୍କର ସୁରାଗ୍ ପାଇବା ପରେ ଅର୍ଥନୈତିକ ଅପରାଧ ଶାଖା କୋଟିଏରୁ ଅଧିକ ଟଙ୍କାକୁ ଫ୍ରିଜ୍ କରି ଖୋଳତାଡ଼ କରୁଛି ।

Advertisment

ଅଧିକ ପଢ଼ନ୍ତୁ: ଗୋଟିଏ ଲାଇକ୍‌ କରନ୍ତୁ ୫୦ ଟଙ୍କା ପାଆନ୍ତୁ ! ଏମିତି ଜାଲରେ ପଡ଼ି ୩୯ ଲକ୍ଷ ହରାଇଲେ DGM

ଲାଭ ଆଉ ଲୋଭର ମାୟାଜାଲ ବୁଣି ଲକ୍ଷ ଲକ୍ଷ ହରଣଚାଲ୍। କମ୍ ଅର୍ଥରେ ବେଶୀ ଲାଭର ଲୋଭନୀୟ ବିଜ୍ଞାପନ ଦେଇ ପୁଣି ଚୁନା ଲଗାଇଛନ୍ତି ଅଦୃଶ୍ୟ ଲୁଟେରା। କେବେ ଆକ୍ସନ ଷ୍ଟାର ଅକ୍ଷୟ କୁମାର ତ ଆଉ କେବେ ଅଭିନେତା ମନିଷ ପଲ୍‌ଙ୍କ ଫଟୋ ଲଗାଇ କୋଟି କୋଟିର କାରବାର କରିଛନ୍ତି ଠକ। ମାତ୍ର ୨୦ ଟଙ୍କା ନିବେଶ କଲେ ଏକ ମିନିଟରେ ୮ ଲକ୍ଷ ୫୭ ହଜାରରୁ ଅଧିକ ଟଙ୍କା ମିଳିବାର ଅବିଶ୍ୱସନୀୟ ଅଫର୍ । ଉଭୟ ଅଭିନେତାଙ୍କ ଫଟୋରେ ବି ୨୦ ଟଙ୍କା ପୈଠ କରି କେମିତି ହଜାର ହଜାର ପାଇଛନ୍ତି ଦର୍ଶାଯାଇଛି ।

Advertisment

ହେଲେ ଏସବୁ ସମ୍ପୂର୍ଣ୍ଣ ଫେକ୍ ଏବଂ ଲୁଟେରାଙ୍କ ଚାଲ୍ ବୋଲି ଖୁଲାସା କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଜଏନ୍ ଟ୍ରେଡ୍ ଫାଇନାନସିଆଲ ଗ୍ରୋଥ୍ ନାମକ ଏକ ଆପ୍ ଡାଉନଲୋଡ୍ କରି ଟଙ୍କା ନିବେଶ କରିବାକୁ କହି ଚୁନା ଲଗାଉଥିଲେ ଲୁଟେରା । ଓଡିଶା ସହ ସାରାଦେଶରେ ଏହି ଆପକୁ ଡାଉନଲୋଡ କରିଛନ୍ତି ଲକ୍ଷେରୁ ଅଧିକ ଲୋକ। ଇଓଡବ୍ଲୁ ଏସପିଙ୍କ ସୂଚନା, ଏହି ଆପ୍ ହଂଙ୍କରେ ରେଜିଷ୍ଟ୍ରେସନ ହୋଇ ଦୁବାଇରୁ ହେଉଥିଲା ଅପରେସନ।

ତେବେ ଏହି ଆପ୍ ଦ୍ୱାରା ଓଡ଼ିଶାରୁ କିଏ କିଏ ଠକେଇର ଶୀକାର ହୋଇଛନ୍ତି, ସେନେଇ ତଦନ୍ତ କରାଯାଉଛି ।

Advertisment

ଆପ୍ ଜରିଆରେ କେମିତି ହେଉଛି ଏହି ବେଆଇନ ଟ୍ରେଡିଂ:

ଗୁଗୁଲ ପ୍ଲେଷ୍ଟୋରରେ ଆପ୍ ଡାଉନଲୋଡ୍ ପରେ ତିଆରି ହେଉଥିଲା ସ୍ୱତନ୍ତ୍ର ୟୁପିଆଇ ଆଇଡି । ସେଥିରେ ନିବେଶକାରୀଙ୍କୁ ଇନଭେଷ୍ଟ କରିବାକୁ ପରାମର୍ଶ ଦେଉଥିଲେ ଅନଲାଇନ ଠକ । ଯେତିକି ଥର ଟଙ୍କା ନିବେଶ ହେଉଥିଲା, ସେତିକି ଥର ବଦଳିଯାଉଥିଲା ୟୁପିଆଇ ଆଇଡି । ଆଉ ସବୁ ଆଇଡିର ଲିଙ୍କ ରହୁଥିଲା ବିଭିନ୍ନ ନକଲି କଂପାନୀ, ଫାର୍ମ ଏବଂ ବ୍ୟକ୍ତି ବିଶେଷ ନାଁରେ ଥିବା ବ୍ୟାଙ୍କ ଆକାଉଣ୍ଟ ସହ । ଆଉ ଟଙ୍କା ଆସିବା କ୍ଷଣି ଫାର୍ମ ଏବଂ ଅନଲାଇନ ଲୁଟେରାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନସଫର କରାଯାଉଥିଲା । ଇଓଡବ୍ଲୁ ତଦନ୍ତରୁ ବର୍ତ୍ତମାନ ସୁଦ୍ଧା ୫ଟି ଆକାଉଣ୍ଟର ଯାଞ୍ଚବେଳେ ଏହି ଜାଲି ସଂସ୍ଥା ପ୍ରାୟ ୧ ଲକ୍ଷ ନିବେଶକାରୀଙ୍କ ଠାରୁ ୧୮ କୋଟିରୁ ଅଧିକ ଟଙ୍କାର ଟ୍ରାନଜାକସନ କରିଥିବା ଜଣାପଡିଛି। 

୫ଟିରୁ ୩ଟି ଆକାଉଣ୍ଟ ଗୁଜୁରାଟ, ରାଜସ୍ଥାନ ଏବଂ ଦିଲ୍ଲୀରେ ଥିବା ଜାଣିପାରିଛି ଇଓଡବ୍ଲୁ । ଏସବୁ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚବେଳେ ୧ କୋଟି ୨୨ ଲକ୍ଷ ଟଙ୍କା ଜବତ କରିଛି ଇଓଡବ୍ଲୁ। ତା’ସହ ପ୍ଲେଷ୍ଟୋରରୁ ଏହି ଆପଟି ଉପଲବ୍ଧ ଥିବାରୁ EOW ଗୁଗୁଲକୁ ଚିଠି କରିଛି । ପ୍ରଥମେ ଲୋନ୍ ଆପ ଜରିଆରେ ଚୁନା ଲଗାଉଥିବା ଅନଲାଇନ ଲୁଟେରା ଏବେ ଟ୍ରେଡିଂ ଆପକୁ ଅସ୍ତ୍ର କରି ମାଲାମାଲ ହେଉଛନ୍ତି । ଏଭଳି ଚିତାକଟା ଗ୍ୟାଙ୍ଗକୁ କେମିତି ସମୂଳେ ବିନାଶ କରିହେବ, ତାହା ଏବେ ତଦନ୍ତକାରୀ ସଂସ୍ଥା ପାଇଁ ବଡ଼ ଚାଲେଞ୍ଜ ପାଲଟିଛି ।

Cyber Crime Cyber Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ