Advertisment

ଘରୋଇ ନ୍ୟୁଜ୍‌ ଚ୍ୟାନେଲ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଗିରଫ

ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଘରୋଇ ନ୍ୟୁଜ୍‌ ଚ୍ୟାନେଲ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛି। EOWରେ ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି ଟଙ୍କାର ଠକେଇ ମାମଲା ରହିଛି।

ଅଦ୍ୟତନ ହୋଇଛି
Odisha EOW arrests private news channel editor Ardhendu Das

Odisha EOW arrests private news channel editor Ardhendu Das

Advertisment

ଏକ ଘରୋଇ ନ୍ୟୁଜ୍‌ ଚ୍ୟାନେଲ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(EOW) ଗିରଫ କରିଛି। ଅର୍ଦ୍ଧେନ୍ଦୁଙ୍କୁ ଗିରଫ ନେଇ EOW ପକ୍ଷରୁ ଗଣମାଧ୍ୟମକୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇନାହିଁ। କାଲି ରାତିରୁ ଅର୍ଦ୍ଧେନ୍ଦୁଙ୍କୁ ଉଠାଇ ଆଣି EOW ଜେରା କରୁଥିଲା ବୋଲି ସୂଚନା ମିଳିଛି।

Advertisment

EOWରେ ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି ଟଙ୍କାର ଠକେଇ ମାମଲା ରହିଛି। ଦିଲ୍ଲୀର ଜଣେ ବ୍ୟବସାୟୀ EOW ପାଖରେ ଏହି ଅଭିଯୋଗ କରିଛନ୍ତି। ସେପଟେ ଦୁଇ ଦିନ ପୂର୍ବେ ଠକେଇ ଅଭିଯୋଗ ନେଇ ଅର୍ଦ୍ଧେନ୍ଦୁ ପ୍ରତିକ୍ରିୟା ରଖିଥିଲେ। ସୋସିଆଲ ମିଡିଆରେ ପୋଷ୍ଟ ଶେଆର କରି ସେ କହିଥିଲେ, ଚ୍ୟାନେଲ କାମରେ ବାହାରେ ଅଛନ୍ତି। EOWର ସମନ୍ ପାଇ ତୁରନ୍ତ ଚିଠି ଲେଖି ଜଣାଇଥିଲେ। ରଥଯାତ୍ରା ପରେ ଦେଖା କରିବେ ବୋଲି କହିଥିଲେ। ହେଲେ EOW ପୁଣି ତାଙ୍କୁ ସମନ୍ କରିଥିଲା। ଏନେଇ ତାଙ୍କ ଓକିଲ EOWକୁ ଜଣାଇଥିଲେ। ଏହାସହ କେବେ କାହାକୁ ଠକିବା ତାଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ଅର୍ଦ୍ଧେନ୍ଦୁ କହିଥିଲେ।  

Odisha EOW arrests private news channel editorଘରୋଇ ନ୍ୟୁଜ୍‌ ଚ୍ୟାନେଲ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଗିରଫ

ଅର୍ଦ୍ଧେନ୍ଦୁଙ୍କ ନାଁରେ କଟକ ପୁରୀଘାଟ ଥାନାରେ ମଧ୍ୟ ଏତଲା ଦାଏର ହୋଇଛି। କଟକର ବ୍ୟବସାୟୀ ନିସିତ ଅଗ୍ରୱାଲଙ୍କଠାରୁ ୧୧ ଲକ୍ଷ ଟଙ୍କାର ଆସବାବପତ୍ର କିଣି ୬ ଲକ୍ଷ ୬୦ ହଜାର ବଳକା ଟଙ୍କା ଦେଉନଥିବା ଅଭିଯୋଗ ହୋଇଛି ।

Advertisment
EOW Ardhendu Das Ardhendu Das Arrest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ