Advertisment

ଡ୍ରଗସ୍ ବେପାର କରୁଥିଲେ ଦାନ୍ତ ଡାକ୍ତର, ଜେଲ୍ ପଠାଇଲା ଯାଜପୁର ପୋଲିସ୍‌

ଖୋଳତାଡ଼ବେଳେ ମହାବୀର ନଗରରେ ଡେଣ୍ଟାଲ୍ କ୍ଲିନିକ୍ କରିଥିବା ନିଗମାନନ୍ଦ ଖଟୁଆ ନାମକ ଏ ଦାନ୍ତ ଡାକ୍ତର ହିଁ ମୁଖ୍ୟ କାର୍ପଟଦାର ବୋଲି ଜାଣିବାକୁ ପାଇଥିଲା ପୋଲିସ୍। ସେଠୁ ସିଧା ଦାନ୍ତ ଡାକ୍ତର ନିଗମାନନ୍ଦଙ୍କ ପାଖେ ପହଞ୍ଚି ତାଙ୍କୁ ବାନ୍ଧିଥିଲା।

ଅଦ୍ୟତନ ହୋଇଛି
undefined

Drugs Peddler Dentist

Advertisment

ଡେଣ୍ଟିଷ୍ଟ କରୁଥିଲେ ଡ୍ରଗସ୍ ବେପାର। ପେଡଲର ସାଜି ଖୁଚୁରା ବେପାରୀଙ୍କୁ ବିକୁଥିଲେ ଧଳା ଜହର। ଦାନ୍ତ ଡାକ୍ତର ନିଗମାନନ୍ଦ ଖଟୁଆଙ୍କୁ ବାନ୍ଧି ଜେଲ୍ ପଠାଇଛି ଯାଜପୁର ପୋଲିସ୍। ଏସଡିପିଓଙ୍କ ସୂଚନା ଅନୁସାରେ- ଗତକାଲି ସନ୍ଧ୍ୟାବେଳେ ସ୍ଥାନୀୟ ପ୍ରଶାସନିକ ଭବନ ପାଖରେ ଦୁଇଜଣ ବ୍ରାଉନ ସୁଗାର ବେପାରୀ ଗ୍ରାହକଙ୍କ ଅପେକ୍ଷାରେ ଥିବା ଖବର ପାଇ ସେମାନଙ୍କ ଉପରେ ମାଡ଼ି ବସିଥିଲା ଟାଉନ ଥାନା ପୋଲିସ୍। ରଙ୍ଗେହାତ୍ ୨୫.୨ ଗ୍ରାମ୍ ଓଜନର ଧଳାଜହର ସିଜ୍ କରି ତନାଘନା ଚଳାଇଥିଲା। ତେବେ ସେମାନେ କେଉଁଠୁ ଆଣୁଥିଲେ ବ୍ରାଉନସୁଗାର ?

Advertisment

ଖୋଳତାଡ଼ବେଳେ ମହାବୀର ନଗରରେ ଡେଣ୍ଟାଲ୍ କ୍ଲିନିକ୍ କରିଥିବା ନିଗମାନନ୍ଦ ଖଟୁଆ ନାମକ ଏ ଦାନ୍ତ ଡାକ୍ତର ହିଁ ମୁଖ୍ୟ କାର୍ପଟଦାର ବୋଲି ଜାଣିବାକୁ ପାଇଥିଲା ପୋଲିସ୍। ସେଠୁ ସିଧା ଦାନ୍ତ ଡାକ୍ତର ନିଗମାନନ୍ଦଙ୍କ ପାଖେ ପହଞ୍ଚି ତାଙ୍କୁ ବାନ୍ଧିଥିଲା। ତଥ୍ୟ ପ୍ରମାଣ ମିଳିବା ପରେ ସମସ୍ତ ୩ଜଣଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ଜଣେ ଯୁବ ଡାକ୍ତର ବ୍ରାଉନ ସୁଗାର କାରବାରରେ ଗିରଫ ହେବା ଘଟଣା ସାରା ଯାଜପୁରବାସୀଙ୍କୁ ଚକିତ କରିଛି। ତେଣେ ଗିରଫ ଡେଣ୍ଟିଷ୍ଟଙ୍କ କ୍ଲିନିକ୍ ପଂଜୀକୃତ ହୋଇନଥିବା ଜଣାପଡ଼ିବା ପରେ ତାକୁ ବନ୍ଦ କରିଦିଆଯାଇଥିବା କହିଛନ୍ତି ଯାଜପୁର ସିଡିଏମଓ।

ଏବେ ଧଳାଜହର ବେପାରରେ ଡାକ୍ତର। ତେବେ ପୂର୍ବରୁ କଲେଜ ଛାତ୍ର, ଇଂଜିନିୟର ଓ କୋର୍ଟ ପିଅନ ବି ଏହି କାରବାରରେ ବନ୍ଧା ହୋଇଛନ୍ତି। ନଭେମ୍ବର-୧- ୨୦୨୩ । କଟକ ତିଗିରିଆ ଅଞ୍ଚଳରୁ ଜଣେ ଗ୍ରାଜୁଏଟ୍ ଯୁବକ ସୂର୍ଯ୍ୟକାନ୍ତ ମନ୍ତ୍ରୀଙ୍କଠାରୁ ୧ କେଜି ୨୨ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା ପୋଲିସ୍। ଅକ୍ଟୋବର- ୨୮- ୨୦୨୩। ରାଜଧାନୀରେ ପ୍ରୀତମ ଶାହ ନାମକ ଜଣେ ଡିପ୍ଲୋମା ଇଞ୍ଜିନିୟରଙ୍କୁ ଏହି ବେପାର ଅଭିଯୋଗରେ ବାନ୍ଧିଥିଲା ଖଣ୍ଡଗିରି ପୋଲିସ। ସେହିପରି ଅକ୍ଟୋବର ୧୬ରେ କେନ୍ଦୁଝର କୋର୍ଟରେ ପିଅନ ଚାକିରି କରୁଥିବା ଦେବାନନ୍ଦ ସାମାଲଙ୍କଠାରୁ ଅଧ କେଜି ବ୍ରାଉନ ସୁଗାର ଜବତ କରି କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ। ତେବେ ଉଚ୍ଚଶିକ୍ଷିତ ହୋଇ କାହିଁକି ଏମାନେ ବାଛୁଛନ୍ତି ନିଶା ବେପାର ଧନ୍ଦା ? ସହଜରେ ରାତାରାତି କୋଟିପତି ହେବାର ନିଶାରେ ଏମାନେ ପଥଭ୍ରଷ୍ଟ ହେଉଥିବା କହିଛନ୍ତି ପୂର୍ବତନ ପୋଲିସ ଅଧିକାରୀ।

Advertisment
Odisha News Jajpur Doctors Drugs Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ