Advertisment

ସୌମ୍ୟ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାଶ କଲା କ୍ରାଇମବ୍ରାଞ୍ଚ୍ !

ଘଟଣାରେ DFO କିମ୍ବା ରୋଷେୟାଙ୍କର କିଛି ସଂପୃକ୍ତି ନାହିଁ। ତେବେ ବିଦ୍ୟାଭାରତୀଙ୍କ ଅବହେଳା ତଦନ୍ତରେ ଜଣାପଡ଼ିଛି। ସୌମ୍ୟଙ୍କ ଦେହରେ ଲାଗିଥିବା ନିଆଁକୁ ବିଦ୍ୟାଭାରତୀ ଲିଭାଇନଥିଲେ। ଏନେଇ ବିଦ୍ୟାଭାରତୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅଦ୍ୟତନ ହୋଇଛି
ବିଦ୍ୟାଭାରତୀ ଗାଁକୁ ଯାଇ ଡ୍ରାଇଭରକୁ ପଚରାଉଚରା କରିବ ପୋଲିସ

soumya and Bidyabharti

Advertisment

ପାରଳାଖେମୁଣ୍ଡି: ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିଲେ ବି ଲିଭାଇନଥିଲେ ପତ୍ନୀ ବିଦ୍ୟା। ଏଭଳି ଚାଞ୍ଚଲ୍ୟକର ସୂଚନା ଦେବାସହ ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲା ପର୍ଦ୍ଦାଫାଶ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା। ପ୍ରେସମିଟ୍‌ରେ ସେ କହିଛନ୍ତି ଯେ ତଦନ୍ତରୁ ସୌମ୍ୟଙ୍କ ମୃତ୍ୟୁ ଏକ ଦୁର୍ଘଟଣା। ମୃତ୍ୟୁକାଳୀନ ଜମାନବନ୍ଦୀ ଓ ତଦନ୍ତରୁ ଏହା ଏକ ଦୁର୍ଘଟଣା ଜଣାପଡ଼ିଛି। ତଦନ୍ତର ନିର୍ଯ୍ୟାସ ଅନୁସାରେ ସୌମ୍ୟଙ୍କ କ୍ୱାର୍ଟର୍ସରେ ହିଁ ଘଟଣା ଘଟିଛି।

Advertisment

ଘଟଣାରେ DFO କିମ୍ବା ରୋଷେୟାଙ୍କର କିଛି ସଂପୃକ୍ତି ନାହିଁ। ତେବେ ବିଦ୍ୟାଭାରତୀଙ୍କ ଅବହେଳା ତଦନ୍ତରେ ଜଣାପଡ଼ିଛି। ସୌମ୍ୟଙ୍କ ଦେହରେ ଲାଗିଥିବା ନିଆଁକୁ ବିଦ୍ୟାଭାରତୀ ଲିଭାଇନଥିଲେ। ଏନେଇ ବିଦ୍ୟାଭାରତୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କଣ କରୁଥିଲେ ବିଦ୍ୟାଭାରତୀ?

ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିଲେ ବି ଲିଭାଇନଥିଲେ ପତ୍ନୀ ବିଦ୍ୟା। ତଦନ୍ତ କାଳରେ ଏହା ଜଣାପଡ଼ିଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି। ସୌମ୍ୟଙ୍କ ସହ ପତ୍ନୀ ବିଦ୍ୟାଭାରତୀଙ୍କ ବୈବାହିକ ସଂପର୍କ ଭଲ ନଥିଲା। ଏକଥା ତଦନ୍ତ ଏବଂ ବିଦ୍ୟାଙ୍କ ପଲିଗ୍ରାଫ୍ ଟେଷ୍ଟ ବେଳେ ଜଣାପଡ଼ିଛି। ଘଟଣା ଦିନ ନିଆଁ ଲାଗିବା ପରେ ବି ବିଦ୍ୟାଭାରତୀ ଲିଭାଇନଥିଲେ। ସୌମ୍ୟ ଜଳୁଥିଲେ ବି ବିଦ୍ୟା ନିଆଁ ଲିଭାଇବାକୁ ଚେଷ୍ଟା କରିନଥିଲେ। ନିଜେ ନିଆଁ ଲିଭାଇନଥିଲେ କି ଲିଭାଇବାକୁ କାହାକୁ ଡାକି ନଥିଲେ।

Advertisment

ଏନେଇ ବିଦ୍ୟାଭାରତୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ବିଦ୍ୟାଭାରତୀଙ୍କ ନାଁରେ ଦଫା ୨୮୫ ଓ ୩୦୪ (ଏ) ଲଗାଯାଇଛି ବୋଲି ଏଡିଜି ରହିଛନ୍ତି। ପରେ ମାମଲାର ଗମ୍ଭୀରତାକୁ ଦେଖି ଏହାକୁ କ୍ରାଇମବ୍ରାଞ୍ଚକୁ ସ୍ଥାନାନ୍ତର କରାଯାଇଥିଲା। 

ସୂଚନାଯୋଗ୍ୟ, ଜୁଲାଇ ୧୨ ତାରିଖ ରାତିରେ ସୌମ୍ୟରଞ୍ଜନ ପାରଳାଖେମୁଣ୍ଡି ସ୍ଥିତ ତାଙ୍କ ସରକାରୀ କ୍ୱାର୍ଟର୍ସରେ ସନ୍ଦେହଜନକ ଭାବେ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଥିଲେ। ୧୩ ତାରିଖରେ କଟକର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିଲା। 

Advertisment

ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ତିନି ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଥିଲା ପାରଳାଖେମୁଣ୍ଡି ପୁଲିସ୍‌। ଏହି ଅଭିଯୁକ୍ତମାନେ ହେଲେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟା ଭାରତୀ ପଣ୍ଡା, ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ। ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ରଙ୍କ ଅଭିଯୋଗ କ୍ରମେ ପୁଲିସ୍ ଏମାନଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛନ୍ତି। ଏହି ତିନି ଜଣ ଷଡ଼ଯନ୍ତ୍ର କରି ତାଙ୍କ ପୁଅକୁ ହତ୍ୟା କରିଥିବା ନେଇ ସେ ଏଫ୍‌ଆଇଆର ଦେଇଥିଲେ।

Crime Branch Team Soumya Ranjan Mohapatra ACF Death Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ