Advertisment

ଆସିଲା ଓଡ଼ିଆ ଅଭିନେତ୍ରୀ ରଶ୍ମିରେଖାଙ୍କ ପୋଷ୍ଟମର୍ଟମ ରିପୋର୍ଟ, ହେଲା ବଡ଼ ଖୁଲାସା...

ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ପୋଷ୍ଟମର୍ଟମ ରିପୋର୍ଟ ନେଇ କ୍ୟାପିଟାଲ ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Odia TV Actress Rashmi Rekha Death

Odia TV Actress Rashmi Rekha Death

Advertisment

ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ରଶ୍ମିରେଖା ଆତ୍ମହତ୍ୟା କରିଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରୁ ସୂଚନା ମିଳିଛି। ରଶ୍ମିରେଖାଙ୍କ ମୃତ୍ୟୁ ସୁଇସାଇଡାଲ୍‌ ହ୍ୟାଙ୍ଗିଙ୍ଗ ଜନିତ ବୋଲି ପୋଷ୍ଟମର୍ଟମରୁ ସ୍ପଷ୍ଟ ହୋଇଛି।

Advertisment

ପୋଷ୍ଟମର୍ଟମ ରିପୋର୍ଟ ନେଇ କ୍ୟାପିଟାଲ ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି। ରଶ୍ମିରେଖାଙ୍କ ଶରୀରରେ ବାହ୍ୟ ବା ଆଭ୍ୟନ୍ତରୀଣ ଆଘାତ ନଥିବା ଉଲ୍ଲେଖ ରହିଛି। ପୋଷ୍ଟମର୍ଟମର ୨୪ରୁ ୩୬ ଘଣ୍ଟା ପୂର୍ବରୁ ମୃତ୍ୟୁ ଘଟିଥିବା ଉଲ୍ଲେଖ କରାଯାଇଛି। 

ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା। ସେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ଲୁଚି ରହିଛି, ସେନେଇ ସସ୍‌ପେନ୍ସ ଲାଗି ରହିଥିଲା। ଝିଅର ମୃତ୍ୟକୁ ନେଇ ରଶ୍ମିରେଖାଙ୍କ ପରିବାର ଲୋକ ସନ୍ଦେହ ପ୍ରକାଶ କରିଥିଲେ। ହେଲେ ଏବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ସନ୍ତୋଷ ପାତ୍ର ନାମକ ଜଣେ ଯୁବକଙ୍କ ସହ ଗତ ପ୍ରାୟ ୨ମାସ ଧରି ଲିଭ୍ ଇନ୍ ରିଲେସନ୍‌ସିପ୍‌ରେ ଥିଲେ ରଶ୍ମିରେଖା । ହେଲେ ରଶ୍ମିରେଖାଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ସନ୍ତୋଷ ବାହାରେ ରହୁଛନ୍ତି। ମୃତ୍ୟୁ ରହସ୍ୟର ଖୋଳତାଡ଼ ବେଳେ ତ୍ରିକୋଣୀୟ ସମ୍ପର୍କର ସୁରାଗ୍ ମିଳିଛି। ଆଉ ସେହି ସୁରାଗ୍ ଦେଇଛି ସନ୍ତୋଷଙ୍କ ସହ କଥାବାର୍ତ୍ତାକୁ ନେଇ ଭାଇରାଲ୍ ହେଉଥିବା ଏକ ଟେଲିଫୋନିକ ଅଡ଼ିଓ । ଯେଉଁଥିରେ ଉଭୟେ ରାଜା ନାମକ ଜଣେ ଯୁବକଙ୍କ ବିଷୟରେ କଥା ହେଉଛନ୍ତି ।

Odia Actress Actress Rashmi Rekha Ojha Odia Actress Found Dead
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ