Advertisment

କଫି ସପ୍‌ରେ ଓଡ଼ିଆ ଝିଅର ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଶବକୁ ବ୍ୟବଚ୍ଛେଦ ଲାଗି ପଠାଇ ପୋଲିସ ଘଟଣାର ଛାନଭିନ କରୁଛି  ସେପଟେ ଅଭିଯୁକ୍ତ ଧରାନପିଡିବା ଯାଏଁ ପରିବାର ଲୋକେ ଶବ ଗ୍ରହଣ କରିବେନି ବୋଲି କହିଛନ୍ତି।

Student Death Mystery

Student Death Mystery

Advertisment

ସୁରତ: ସୁରତର ଏକ କଫି ସପରେ ପ୍ରବାସୀ ଓଡ଼ିଆ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ମୃତକ ହେଲେ ଓଡ଼ିଶାର ମଧୁସ୍ମିତା ସାହୁ। ଅଚେତ ଅବସ୍ତାରେ ଥିବା ବେଳେ ମଧୁସ୍ମିତାଙ୍କୁ ମେଡିକାଲ ନେଇଥିଲେ ତାଙ୍କ ସାଙ୍ଗରେ ଥିବା ଛାତ୍ରୀ। ସେଠାରେ ଡାକ୍ତର ମଧୁସ୍ମିତାଙ୍କୁ  ମୃତ ଘୋଷଣା କରିଥିଲେ। ଏହାପରେ ସାଙ୍ଗରେ ଥିବା ଛାତ୍ରୀ ସେଠାରୁ  ଫେରାର ହୋଇଯାଇଛନ୍ତି। ତେବେ ଏହା ହତ୍ୟାକାଣ୍ଡ ବୋଲି ମୃତ ମଧୁସ୍ମିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment

ମୃତ ମଧୁସ୍ମିତା ଜଣେ ମେଧାବୀ ଛାତ୍ରୀ ଥିଲେ, ସେ କେବେ ବି ଆତ୍ମହତ୍ୟା କରିବା ଲାଗି ଉଦ୍ୟମ କରିନଥିବେ। ତାଙ୍କ ସାଙ୍ଗରେ ଥିବା ଛାତ୍ରୀ ଏହି ହତ୍ୟାରେ ସଂପୃକ୍ତ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସେପଟେ ଶବକୁ ବ୍ୟବଚ୍ଛେଦ ଲାଗି ପଠାଇ ପୋଲିସ ଘଟଣାର ଛାନଭିନ କରୁଛି  ସେପଟେ ଅଭିଯୁକ୍ତ ଧରାନପିଡିବା ଯାଏଁ ପରିବାର ଲୋକେ ଶବ ଗ୍ରହଣ କରିବେନି ବୋଲି କହିଛନ୍ତି।

Advertisment
Family Murder Sutrat Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ