ମୁମ୍ବାଇରେ ମିଳିଲା ଓଡ଼ିଆ ଯୁବତୀଙ୍କ ମୃତଦେହ

ମୁମ୍ବାଇ କୁର୍ଲା ରେଲ୍‌ୱେ ଷ୍ଟେସନରୁ ଏକ ଟ୍ରଲି ବ୍ୟାଗ୍‌ରୁ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଟ୍ରଲି ବ୍ୟାଗ୍‌ରେ ମୃତଦେହ

ମୁମ୍ବାଇରେ ମିଳିଲା ସୁନ୍ଦରଗଡ ଜିଲ୍ଲାର ଜଣେ ଯୁବତୀଙ୍କ ମୃତଦେହ । ତା’ପୁଣି ଏକ ଟ୍ରଲି ବ୍ୟାଗ୍‌ରୁ । ମୁମ୍ବାଇ କୁର୍ଲା ରେଲ୍‌ୱେ ଷ୍ଟେସନରୁ ଏକ ଟ୍ରଲି ବ୍ୟାଗ୍ ଭିତରୁ ସଂପୃକ୍ତ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଯୁବତୀଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ଅନ୍ତର୍ଗତ ବନ୍ଦଲିକାନି ଗାଁରେ ବୋଲି ସୂଚନା ମିଳିଛି । ତାଙ୍କ ନାଁ ପ୍ରତିମା କିଶପଟ୍ଟା । କିଛି ମାସ ହେବ ସେ ମୁମ୍ବାଇରେ ଜଣଙ୍କ ଘରେ ରହି କାମ କରୁଥିଲେ । 

ପ୍ରତିମାଙ୍କ ମୃତ୍ୟୁ କିଭଳି ହେଲା ? କାହିଁକି ଓ କିଏ ଆଣି ମୃତଦେହ ଟ୍ରଲି ବ୍ୟାଗ୍‌ରେ ରଖିଥିଲା ? ଏ ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଗତ ୧୯ ତାରିଖରେ ମୃତଦେହ ମିଳିବା 

ପରେ ପ୍ରତିମାଙ୍କ ପରିବାର ବର୍ଗ ମୁମ୍ବାଇ ଯାଇଛନ୍ତି । ଖବର ଲେଖାଯିବା ସୁଦ୍ଧା ଏ ସଂପର୍କରେ ପୋଲିସ କିମ୍ବା ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।