Advertisment

ସାମ୍ବାଦିକାଙ୍କୁ ମାଡ଼ ଓ ଦୁର୍ବ୍ୟବହାର ଅଭିଯୋଗ ମାମଲା, ଜେଲ ଗଲେ ପ୍ରଯୋଜକ ଟୁଟୁ ନାୟକ

ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୩ଟା । ରିଲିଜ୍ ହେବାକୁ ଥିବା ଏକ ସିନେମାର କଭରେଜ୍ ପାଇଁ ଯାଇଥିଲେ ସାମ୍ବାଦିକା ଦେବସ୍ମିତା ରାଉତ। ଆଉ ଗେଟ୍ ସାମ୍ନାରେ ଛିଡ଼ା ହୋଇଥିବାବେଳେ ପାଖକୁ ଆସି ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଥିଲେ ଦେବସ୍ମିତା।

undefined

Tutu Nayak

Advertisment

ମହଙ୍ଗା ପଡ଼ିଲା ମହିଳା ସାମ୍ବାଦିକଙ୍କୁ ମାଡ଼ ଅଭିଯୋଗ। ଅଡୁଆ ବଢ଼ାଇଲା ସର୍ବସମ୍ମୁଖରେ ଦୁର୍ବ୍ୟବହାର। ଗତକାଲି ସିନେମା ହଲ୍ ସାମ୍ନାରେ ମହିଳା ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ପ୍ରଯୋଜକ ଟୁଟୁ ନାୟକ ଏଭଳି ଆଚରଣ ଦେଖାଇଥିବା ଅଭିଯୋଗକୁ ନେଇ ହୋଇଥିଲା ହୁଲସ୍ତୁଲ୍। ଆଉ ଆଜି ଥାନାକୁ ଆଣି ମାତ୍ର କେଇ ସମୟର ପଚରାଉଚରା ପରେ ଗିରଫ କରିଛି ଖାରବେଳନଗର ଥାନା ପୋଲିସ। ଅର୍ଥାତ ୨୪ ଘଣ୍ଟା ଭିତରେ ବଦଳିଗଲା ଦୃଶ୍ୟପଟ୍ଟ। ଅପରାହ୍ନ ୨ଟା ୧୦ ମିନିଟ୍। ଆଜି ପ୍ରଯୋଜକ ଟୁଟୁ ନାୟକଙ୍କୁ ଥାନାକୁ ଆଣି ପଚରାଉଚରା ସହ ୧୬୧ ବୟାନ ରେକର୍ଡ କରିଥିଲା ଖାରବେଳନଗର ଥାନା ପୋଲିସ । ତା’ସହ ଏତଲା ଆଧାରରେ ଆଇପିସି ଧାରା ୩୫୪ ଅର୍ଥାତ ମହିଳାଙ୍କୁ ଅସଦାଚରଣ, ୩୪୧-ବେଆଇନ ଭାବେ ଅଟକ, ୩୨୩-ଶରୀରକୁ ଆଘାତ ଏବଂ ୨୯୪-ଅଶାଳୀନ ମନ୍ତବ୍ୟ ପ୍ରୟୋଗ ଆଦି ଦଫା ଲଗାଇ ଟୁଟୁଙ୍କୁ ଗିରଫ କରିବା ସହ ବିଚାର ବିଭାଗୀୟ ହାଜତକୁ ପଠାଇଛି ଖାରବେଳନଗର ଥାନା ପୋଲିସ।

Advertisment

ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୩ଟା । ରିଲିଜ୍ ହେବାକୁ ଥିବା ଏକ ସିନେମାର କଭରେଜ୍ ପାଇଁ ଯାଇଥିଲେ ସାମ୍ବାଦିକା ଦେବସ୍ମିତା ରାଉତ। ଆଉ ଗେଟ୍ ସାମ୍ନାରେ ଛିଡ଼ା ହୋଇଥିବାବେଳେ ପାଖକୁ ଆସି ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଥିଲେ ଦେବସ୍ମିତା। ଆଉ ଏ ହେଉଛି ଆଜିର ଚିତ୍ର । ଭୁବନେଶ୍ୱର ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲା ଓଡ଼ିଶା ୱିମେନ୍ ଆଣ୍ଡ ମିଡିଆ ଆସୋସିଏସନ। ଘଟଣାର ନିରପେକ୍ଷ ତଦନ୍ତ ଦାବି ସହ ମହିଳା ସାମ୍ବାଦିକାଙ୍କ ପାଇଁ ସୁରକ୍ଷିତ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରିବାକୁ ଡିସିପିଙ୍କୁ ସଂଘ ନିବେଦନ କରିଥିଲା।

ଅପରପକ୍ଷେ ସାମ୍ବାଦିକା ଦେବସ୍ମିତାଙ୍କୁ ଟୁଟୁ ନାୟକଙ୍କ ମାଡ଼ ଅଭିଯୋଗ ମାମଲାରେ ତତ୍ପରତା ଦେଖାଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ନିଜ ଆଡୁ ମାମଲା ରୁଜୁ କରିବା ସହ ପୋଲିସ କମିଶନରଙ୍କୁ ୧୫ ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସାମ୍ବାଦିକା ଦେବସ୍ମିତାଙ୍କୁ ମାଡ଼ କିମ୍ବା ଦୁର୍ବ୍ୟବହାର ଅଭିଯୋଗକୁ ଗତକାଲି ଖଣ୍ଡନ କରିବା ସହ ଟୁଟୁ ନାୟକ ଦୁଃଖପ୍ରକାଶ କରିଥିଲେ। ତେବେ ଗିରଫଦାରୀ ପରେ ଆଜି ଟୁଟୁଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ତାଙ୍କ ବନ୍ଧୁ ତଥା ସିନେ ନିର୍ଦ୍ଦେଶକ ସୁଧାକର ବସନ୍ତ କହିଛନ୍ତି, ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ଟୁଟୁ କ୍ଷମା ମାଗିବେ। ତାଙ୍କୁ ସମୟ ଦିଆଯାଉ।

ତେବେ ଦେବସ୍ମିତା ଓ ଟୁଟୁ ନାୟକ ଉଭୟେ ଚିହ୍ନା ପରିଚିତ ଥିବାବେଳେ କାହିଁକି ହଠାତ୍ ଉପୁଜିଲା ଏଭଳି ଅପ୍ରୀତିକର ସ୍ଥିତି ? ୨୪ ଘଣ୍ଟା ଭିତରେ ତତ୍ପରତା ଦେଖାଇଥିବା କମିଶନରେଟ୍ ପୋଲିସ ନିଜ ତଦନ୍ତ ରିପୋର୍ଟରେ କି ସତ୍ୟ ଦର୍ଶାଉଛି ? ତାକୁ ଏବେ ଅପେକ୍ଷା।।

Advertisment
Odisha Ollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ