Advertisment

ଶାଶୁ ଶ୍ୱଶୁରଙ୍କୁ ଥାନାକୁ ଟାଣିଲେ OAS ବୋହୂ

ମ୍ୟାଟ୍ରିମୋନିରୁ ପରିଚୟ ହେବା ପରେ ଗତ ଅକଟୋବର ୨୩ରେ ହରିହରଙ୍କ ସହ ହୋଇଥିଲା ନିର୍ବନ୍ଧ। ପରେ ଫେବ୍ରୁୟାରୀ ୯ରେ ବୈଦିକ ରୀତିନୀତି ଅନୁଯାୟୀ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା କିନ୍ତୁ ପରେ ସବୁ କିଛି ବଦଳିଗଲା।

ଅଦ୍ୟତନ ହୋଇଛି
OAS Bride

OAS Bride

Advertisment

ମହଙ୍ଗା ପଡ଼ିଲା ମାଟ୍ରିମୋନିରୁ ଜୀବନ ସାଥୀ ଚୟନ। ଜଣେ OAS ଅଧିକାରିଣୀଙ୍କୁ ବିବାହ କରି ହରଡ଼ଘଣାରେ ପଡ଼ିଛନ୍ତି ନିଜକୁ ନାଲକୋର ଡେପୁଟୀ ମ୍ୟାନେଜର କହୁଥିବା ସ୍ବାମୀ। ପତ୍ନୀଙ୍କ ଅଭିଯୋଗ, ମିଛରେ ନାଲକୋର ଡେପୁଟୀ ମ୍ୟାନେଜର କହି ତାଙ୍କୁ ତାଙ୍କ ସ୍ବାମୀ ବିବାହ କରିଛନ୍ତି। ଏହାକୁ ନେଇ ବିବାଦ ଉପୁଜିବା ପରେ ସଂପୃକ୍ତ ମହିଳା ଅଧିକାରୀ ଜଣକ ଥାନାର ଦ୍ବାରସ୍ଥ ହୋଇଛନ୍ତି। ପୋଲିସ ଏନେଇ ଏକ ମାମଲା ରୁଜୁ କରି ସଂପୃକ୍ତ ଯୁବକଙ୍କୁ ଧରିବା ପାଇଁ ତନାଘନା ଚଳାଇଛି। 

Advertisment

ପ୍ରଥମେ ମାଟ୍ରିମୋନିରୁ ପରିଚୟ। ପରେ ଦେଖାସାକ୍ଷାତ। ଆଉ ତା’ପରେ ପରେ ନିର୍ବନ୍ଧ ସହ ବିବାହ। କିନ୍ତୁ ଦୁର୍ଭାଗ୍ୟ, ୩ ମାସ ବି ଗଲାନି। ସେହି ବିବାହ ଏବେ ବିବାଦ ଘେରରେ। ହଙ୍ଗାମା ମଚାଉଛନ୍ତି ପତ୍ନୀ। ଶାଶୂ ଘର ଆଗରେ ପାଟିତୁଣ୍ଡ...ଥାନା ଯାଏଁ ଟାଣିଲେଣି ମାମଲାକୁ। ଅଭିଯୋଗକାରିଣୀ କୌଣସି ସାଧାରଣ ମହିଳା ନୁହଁନ୍ତି, ସେ ଜଣେ ଲେଡି OAS ଅଫିସର। ଯାହାଙ୍କ ଏତଲା ଆଧାରରେ ଶାଶୁ ଶ୍ୱଶୁର ବି ଟଣା ହୋଇଗଲେଣି ଥାନାକୁ। ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ସହରରେ।

ବିବାହ ବେଳର ଫଟୋବିବାହ ବେଳର ଫଟୋ

ଅଭିଯୋଗକାରିଣୀ ହେଉଛନ୍ତି, ORSରୁ OASକୁ ପଦୋନ୍ନତି ପାଇ ଜୟପୁର ବ୍ଲକରେ ପ୍ରୋବେସନରେ ଥିବା ଅଧିକାରୀ ରିତୁ ସିଂ। ତାଙ୍କ ଅଭିଯୋଗ, ଜୟପୁର ଲିଙ୍ଗରାଜ ନଗରର ସ୍ବାମୀ ହରିହର ରଥ ନିଜକୁ ଦିଲ୍ଲୀରେ ନାଲକୋର ଡେପୁଟୀ ମ୍ୟାନେଜର ଥିବା କହି ବିବାହ କରିଛନ୍ତି। କିନ୍ତୁ ସେ ସେମିତି କୌଣସି ପଦବୀରେ ଥିଲା ଭଳି ଲାଗୁନାହିଁ। ମୋତେ ମିଛ କହି ବିବାହ କରିଛନ୍ତି, ମୁଁ ଠକାମୀର ଶୀକାର ହୋଇଛି। 

Advertisment

ରିତୁ ସିଂଙ୍କ ଅଭିଯୋଗ, ମ୍ୟାଟ୍ରିମୋନିରୁ ପରିଚୟ ହେବା ପରେ ଗତ ଅକଟୋବର ୨୩ରେ ହରିହରଙ୍କ ସହ ହୋଇଥିଲା ନିର୍ବନ୍ଧ। ପରେ ଫେବ୍ରୁୟାରୀ ୯ରେ ବୈଦିକ ରୀତିନୀତି ଅନୁଯାୟୀ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା। ହରିହରଙ୍କ ସହ ବିବାହ ପରେ ଦିଲ୍ଲୀକୁ ବି ଯାଇଛନ୍ତି ରିତୁ ସିଂ। ଦିଲ୍ଲୀରେ ମାର୍ଚ୍ଚ ୨୭ରୁ ଏପ୍ରିଲ ୩୦ ଯାଏଁ ରହିଛନ୍ତି। ଏହି ରହଣୀ ଭିତରେ ସେଠାରେ ସନ୍ଦେହ ହେବା ପରେ ଜୟପୁରକୁ ଫେରିଆସି ଅନୁସନ୍ଧାନ ଚଳାଇଥିଲେ ରିତୁ। ଏପରିକି ସ୍ବାମୀ ହରିହର ରଥଙ୍କୁ ବି ବାରମ୍ବାର କଲ କରି ପଚାରିଛନ୍ତି। କିନ୍ତୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ଗତ ରାତିରେ ଶାଶୁ ଘରକୁ ଯାଇ ଚାକିରୀ ସମ୍ବନ୍ଧୀୟ କାଗଜପତ୍ର ମାଗିଛନ୍ତି। 

ଏଥିରେ ବିଫଳ ହେବାରୁ ପାଟିତୁଣ୍ଡ କରିବା ସହ ଥାନାର ଦ୍ବାରସ୍ଥ ହୋଇଛନ୍ତି OAS ବୋହୂ ରିତୁ ସିଂ। ପୋଲିସ ଏନେଇ ଏକ ମାମଲା ରୁଜୁ କରି ହରିହରଙ୍କ ବାପା, ମା’ଙ୍କୁ ଟାଉନଥାନାକୁ ଡାକି ପଚରାଉଚରା କରିଛି। ତେବେ ମୋବାଇଲ ସୁଇଚ୍ ଅଫ୍ ରହୁଥିବାରୁ ଏନେଇ ହରିହରଙ୍କ ପ୍ରତିକ୍ରିୟା ମିଳିପାରିନଥିବାବେଳେ ତାଙ୍କ ବାପା, ମା’ କହିଛନ୍ତି, ପୁଅ ନାଲକୋରେ ମ୍ୟାନେଜର ଅଛି, କିନ୍ତୁ ରେଗୁଲାର ପୋଷ୍ଟରେ ନାହିଁ। ପୁଅ ବୋହୂ ଭିତରେ କ’ଣ ଘଟିଛି ଆମେ କିଛି ଜାଣିନୁ।

Advertisment

ଜୟପୁର ସହରର ପାରାବେଡ଼ାର ରିତୁ ସଂ କେବଳ ଜଣେ OAS ଅଫିସର ନୁହଁନ୍ତି, ସେ ଜଣେ ପ୍ରତିଷ୍ଠିତ କ୍ରିକେଟ ଖେଳାଳୀ। ଓଡ଼ିଶା ରଣଜୀ ଟ୍ରଫିରେ ୧୯ ବର୍ଷରୁ କମ୍ ମହିଳା ବର୍ଗରେ ଖେଳି ଗୌରବ ଅର୍ଜନ ମଧ୍ୟ କରିଛନ୍ତି। କିନ୍ତୁ ଗୋଟିଏ ସହରରେ ରହୁଥିବା ହରିହରଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ନକରି ମାଟ୍ରିମୋନି ଆଧାରରେ କାହିଁକି ବିଶ୍ବାସ କଲେ ଏବଂ ଏବେ ଏଭଳି ଅଭିଯୋଗ କଲେ, ଏହାକୁ ନେଇ ନାନା ଚର୍ଚ୍ଚା ଲାଗିରହିଥିବାବେଳେ ଅପେକ୍ଷା ହରିହର 
ରଥଙ୍କ ପ୍ରତିକ୍ରିୟାକୁ।

Couple Matrimony Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ