Advertisment

ଏକ ତରଫା ପ୍ରେମର ସାଇଡ୍ ଇଫେକ୍ଟ: ଥାନାକୁ ଗଲା ମାମଲା, ନ୍ୟାୟ ପାଇଁ ପୀଡ଼ିତାଙ୍କ ଆତ୍ମହତ୍ୟା ଉଦ୍ୟମ

ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଂଚଳରେ । ରାଇଘର ଅଞ୍ଚଳର ଝିଅ ଜୟପୁର ଠାରେ ଏକ କଲେଜରେ BSC ନର୍ସିଂ ଦ୍ୱିତୀୟ ବର୍ଷ ର ଛାତ୍ରୀ ଥିଲେ, ହଷ୍ଟେଲରେ ରହି ପାଠ ପଢୁଥିଲେ, ଝିଅର ପୋଡ଼ଶୀ ଗ୍ରାମର ପୁଅ କୃଷି ବିଜ୍ଞାନ ଛାତ୍ର ପୀଡିତା ଛାତ୍ରୀକୁ ଏକ ତୋରଫା ପ୍ରେମ କରୁଥିଲେ ।

ଅଦ୍ୟତନ ହୋଇଛି
Nursing Student

Nursing Student

Advertisment

ମାନସିକ ଓ ଶାରୀରିକ ନିର୍ଯାତନା ସହି ନପାରି ନର୍ସିଂ ଛାତ୍ରୀଙ୍କ ବିଷଖାଇ ଆତ୍ମହତ୍ୟା ଉଦ୍ୟମ । ଛାତ୍ରୀ ଜଣକ ମୁତ୍ୟୁ ସହ ସଂଗ୍ରାମ କରୁଛନ୍ତି, ପରିବାର ଲୋକ ନିଜ ଝିଅକୁ ବଞ୍ଚାଇବାକୁ ଚେଷ୍ଟା କରି ବିଭିନ୍ନ ଚିକତ୍ସାଳୟରେ ଚିକିତ୍ସା କରିବାକୁ ନେଇ ନିରାଶ ହୋଇ ଫେରିଛନ୍ତି । ଏକ ତରଫା ପ୍ରେମର କରୁଣ ପରିଣତି ବୋଲି ସ୍ଥାନୀୟ ଅଂଚଳରେ ଆଲୋଚନା ହେଉଛି ।

Advertisment

ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଂଚଳରେ । ରାଇଘର ଅଞ୍ଚଳର ଝିଅ ଜୟପୁର ଠାରେ ଏକ କଲେଜରେ BSC ନର୍ସିଂ ଦ୍ୱିତୀୟ ବର୍ଷ ର ଛାତ୍ରୀ ଥିଲେ, ହଷ୍ଟେଲରେ ରହି ପାଠ ପଢୁଥିଲେ, ଝିଅର ପୋଡ଼ଶୀ ଗ୍ରାମର ପୁଅ (ସତ୍ୟଜିତ ସରକାର) କୃଷି ବିଜ୍ଞାନ ଛାତ୍ର ପୀଡିତା ଛାତ୍ରୀକୁ ଏକ ତୋରଫା ପ୍ରେମ କରୁଥିଲେ । ପୀଡିତାଙ୍କୁ ଏଥି ପାଇଁ ବାରମ୍ବାର ହଇରାଣ କରୁଥିଲେ ।

ଗତ ଜୁଲାଇ ୧୩ ତାରିଖ ଦିନ ଜୟପୁର ସହରରେ ଛାତ୍ରୀ ଜଣକ ବଜାରକୁ ସଉଦା କିଣିବାକୁ ଯାଇଥିବା ବେଳେ ଏକ ତୋରଫା ପ୍ରେମ କରୁଥିବା ସତ୍ୟଜିତ ବିଚ ବଜାରରେ ଛାତ୍ରୀଙ୍କୁ ମାରପିଟ କରିଥିଲେ । ସତ୍ୟଜିତ ଛାତ୍ରୀଙ୍କୁ ଏତେ ମାଡ଼ ମାରିଥିଲେ ଆଖି ଓ ମୁହଁ ଫୁଲି ଯାଇଥିଲା । ଯାହା ଜୟପୁର ଟାଉନ ଥାନା ପର୍ଯ୍ୟନ୍ତ କଥା ଗଲା । କିନ୍ତୁ ପୋଲିସ ଉଭୟଙ୍କୁ ବୁଝାସୁଝା କରି ଛାଡିଦେଇ ଥିଲେ । ୧୫ ଜୁଲାଇରେ ଜୟପୁର ଟାଉନ ଥାନାରେ ପୀଡିତା ନିଜ ତରଫରୁ ଏକ FIR ଦେଇଥିଲେ ଓ ନିଜ ଅଭିଭାବକଙ୍କ ସହ ଘରକୁ ଫେରି ଆସିଥିଲେ ।

Advertisment

ଜୟପୁର ପୋଲିସ କିନ୍ତୁ ଘଟଣାକୁ ଅତି ହାଲକାରେ ନେଇଥିଲେ ସତ୍ୟଜିତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ । ଅନ୍ୟପଟେ ସତ୍ୟଜିତ ପୀଡିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ କିଛି ଫୋଟ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ କରିଥିଲେ । ଏଥିରେ ପୀଡିତା ଲୋକା ଲଜ୍ୟା ସହି ନପାରି ୧୭ ଜୁଲାଇରେ ଘରେ ଥିବା ଘାସମରା ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଘର ଲୋକ ଘାସମରା ବିଷ ଖାଇବା ଜାଣି ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର, କୋଣ୍ଡାଗାଁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅବସ୍ଥା ଗୁରୁତର ହେବାରୁ ରାୟପୁର ନେଇଥିଲେ କିନ୍ତୁ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନହେବା ଯୋଗୁଁ ୨୧ ଜୁଲାଇରେ ଚିକିତ୍ସାଳୟ ପକ୍ଷରୁ ଘରକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ । ପୀଡିତା ଙ୍କ ପରିବାର ଘରକୁ ନେଇ ଆସିଥିଲେ ବର୍ତ୍ତମାନ ପୀଡିତା ଜଣକ ଘରେ ମରଣ ସହ ଜୁଝୁଛନ୍ତି ।

Advertisment

ଆଜି ରାଇଘର ଥାନାରେ ପୀଡିତାଙ୍କ ଦାଦା ଏକ ଲିଖିତ ଅଭିଯୋଗ କରିବା ପରେ ରାଇଘର ପୋଲିସ ପୀଡିତାଙ୍କ ଷ୍ଟେଟମଣ୍ଟ (ଜମାନବନ୍ଦୀ )ନେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତ ସତ୍ୟଜିତଙ୍କୁ ପୋଲିସ ଗିରଫ କରିନାହିଁ । ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି । ଜୟପୁର ଠାରେ ସତ୍ୟଜିତ ପୀଡିତାଙ୍କୁ ବିଚ ବଜାରରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଲା ପରେ ପୋଲିସ ସତ୍ୟଜିତଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନ ନେବା ଯୋଗୁଁ ସତ୍ୟଜିତ ଗାଁକୁ ଆସି ସୋସିଆଲ ମିଡିଆରେ ପୀଡିତାଙ୍କ ଚରିତ୍ର ସଂହାର ପାଇଁ ଉଦ୍ୟମ କରିଥିଲା । ଯାହା ଫଳରେ ପୀଡିତା ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅତ୍ୟାଚାରର ନ୍ୟାୟ ନ ପାଇବା ଆଶଙ୍କାରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ । ଜୟପୁର ପୋଲିସ ଯଦି ସତ୍ୟଜିତଙ୍କୁ ଅଟକ ରଖିଥାନ୍ତେ କିମ୍ବା ଗିରଫ କଲେ ଆଜି ଆମ ଝିଅ ଅବସ୍ଥା ଏମିତି ହୋଇ ନଥାନ୍ତା ବୋଲି ପୀଡ଼ିତାଙ୍କ ପରିବାର ପ୍ରକାଶ କରିଛନ୍ତି ।

Nabarangpur One Sided Love Harassment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ