ମହିଳା କର୍ମଚାରୀଙ୍କ ନାଁରେ ବଢ଼ୁଛି ଦୁର୍ନୀତି ! ୫ ବର୍ଷରେ ୧୬୮ ଜଣଙ୍କ ଘରେ ରେଡ୍

ରାଜ୍ୟ ସରକାରଙ୍କ ଚାକିରି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାରେ ମହିଳାଙ୍କ ସଂଖ୍ୟା ଅଧିକ ରହୁଥିବାରୁ ଦୁର୍ନୀତି ତାଲିକାରେ ସେମାନଙ୍କ ନାଁ ବି ଅଧିକ ରହୁଛି ।

Crime

ଦୁର୍ନୀତିରେ ମହିଳାଙ୍କ ସମ୍ପୃକ୍ତି । ୫ ବର୍ଷ ଭିତରେ ୧୬୮ ଜଣ ମହିଳା କର୍ମଚାରୀଙ୍କ ଉପରେ ଭିଜିଲାନ୍ସ, ମାମଲା ରୁଜୁ କରିଛି । ଆଜି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ରାଜ୍ୟ ସରକାର । ଗୃହ ବିଭାଗ ଦାୟିିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଖିତ ଉତ୍ତରରେ ଅବଗତ କରିଛନ୍ତି ଯେ, ଚଢ଼ାଉ ବେଳେ ଏହି ୫ ବର୍ଷ ଭିତରେ ୭୧ କୋଟି ୨୬ ଲକ୍ଷ ୨୩ ହଜାର ୯୪୯ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି ।

ମହିଳା ଓ ଶିଶୁ ବିକାଶ ବିଭାଗ ସମେତ ଅନ୍ୟାନ୍ୟ ସରକାରୀ ବିଭାଗର କେତେ ମହିଳା କର୍ମଚାରୀଙ୍କ ବିରୋଧରେ ଗତ ୫ ବର୍ଷ ଭିତରେ କେତେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି ଏବଂ ଚଢ଼ାଉ ବେଳେ ସେମାନଙ୍କର କେତେ ମୂଲ୍ୟର ସମ୍ପତ୍ତି ଠାବ ହୋଇଛି, ସେନେଇ ଗୃହରେ ଲିଖିତ ପ୍ରଶ୍ନ ଜରିଆରେ ଉତ୍ତର ଚାହିଁଥିଲେ ସୌମ୍ୟରଂଜନ । ତେବେ ପୂର୍ବତନ ଡିଜିପିଙ୍କ ମତ, ଯେହେତୁ ରାଜ୍ୟ ସରକାରଙ୍କ ଚାକିରି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାରେ ମହିଳାଙ୍କ ସଂଖ୍ୟା ଅଧିକ ରହୁଥିବାରୁ ଦୁର୍ନୀତି ତାଲିକାରେ ସେମାନଙ୍କ ନାଁ ବି ଅଧିକ ରହୁଛି ।