Advertisment

Sambalpur Police Encounter: ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନ୍‌କାଉଣ୍ଟର, ବାମ ଗୋଡ଼ରେ ବାଜିଛି ଗୁଳି

ଗୋବିନ୍ଦପୁର ଥାନାର ଏକ ମାମଲାରେ ପୋଲିସ୍ ସୀତାରାମକୁ ରଙ୍ଗିଆଟିକ୍ରାରେ ଗିରଫ କରିବାକୁ ଯାଉଥିବା ବେଳେ ପୋଲିସ୍ ଉପରକୁ ଗୁଳି ଚଳାଇଥିଲା । ଏହାର ଜବାବ ଦେଇଥିଲା ପୋଲିସ୍ ।

ଅଦ୍ୟତନ ହୋଇଛି
ସମ୍ବଲପୁରରେ ଏନକାଉଣ୍ଟର

ସମ୍ବଲପୁରରେ ଏନକାଉଣ୍ଟର

Advertisment

ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ଷଡ଼ଙ୍ଗୀକୁ ଏନକାଉଣ୍ଟର । କୁଚିଣ୍ଡା ରଙ୍ଗିଆଟିକ୍ରାରେ ପୋଲିସ ଏହି ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରିଛି । ସୀତାରାମ ନାଁରେ ହତ୍ୟା, ଡକାୟତି, ଲୁଟ୍‌ ଭଳି ୨୫ରୁ ଅଧିକ ମାମଲା ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ରହିଛି ।

Advertisment

ଅଧିକ ପଢ଼ନ୍ତୁ: ଅପରାଧୀଙ୍କୁ ସାବାଡ୍ ପାଇଁ ଓଡ଼ିଶା ପୋଲିସ୍ ଆପଣାଇଛି କି ୟୁପି ଫଣ୍ଡା ? 

ଗୋବିନ୍ଦପୁର ଥାନାର ଏକ ମାମଲାରେ ପୋଲିସ୍ ସୀତାରାମକୁ ରଙ୍ଗିଆଟିକ୍ରାରେ ଗିରଫ କରିବାକୁ ଯାଉଥିବା ବେଳେ ପୋଲିସ୍ ଉପରକୁ ଗୁଳି ଚଳାଇଥିଲା । ଏହାର ଜବାବ ଦେଇଥିଲା ପୋଲିସ୍ । ପୋଲିସ୍‌ ଗୁଳି ସୀତାରାମଙ୍କ ବାମ ଗୋଡ଼ର ଆଣ୍ଠୁ ତଳେ ବାଜିଛି । ଏନକାଉଣ୍ଟର ପରେ ସୀତାରାମକୁ ପ୍ରାଥମିକ ଚିକିତ୍ସା ପାଇଁ ପ୍ରଥମେ କୁଚିଣ୍ଡା ମେଡିକାଲରେ ପରେ ତାକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ସୀତାରାମ ନିକଟରୁ ଦେଶୀ ପିସ୍ତଲ, ଗୋଟିଏ ଗୁଳି ଓ ୨ଟି କ୍ୟାଟ୍ରିଜ୍ ଜବତ ହୋଇଛି । ଏହା ସହ ତା ନିକଟରୁ ଏକ ଲକ୍ଷ ଟଙ୍କା ଓ ନମ୍ବର ବିହୀନ ଏକ ବାଇକ୍ ବି ମିଳିଛି ।

Advertisment

ରାଜ୍ୟ ଅପରାଧ ଓ ଅପରାଧୀ ମୁକ୍ତ ପାଇଁ ତିଆରି ହୋଇଛି କି ସ୍ପେଶାଲ ଷ୍ଟ୍ରାଟେଜି ? କ୍ରମାଗତ ଏନକାଉଣ୍ଟର ପରେ ଏବେ ବଢ଼ିଛି ଏଭଳି ଚର୍ଚ୍ଚା । ଛୋଟ ହୁଅନ୍ତୁ କି ବଡ଼, ଉତ୍ପାତ ଚଳାଇଥିବା ଅପରାଧୀଙ୍କ ବିରୋଧରେ ଜବରଦସ୍ତ ଆକ୍ସନ୍ ମୋଡ୍‌କୁ ଆସିଛି ଓଡ଼ିଶା ପୋଲିସ। ସେ ଲୁଟେରା ହେଉ ଅବା ନିଶା ବେପାରୀ, ଦୁଷ୍କର୍ମୀ ହେଉ ଅବା ଅନ୍ୟ କୌଣସି ଅପରାଧୀ। ଏମାନଙ୍କୁ ସାବାଡ୍ କରିବା ପାଇଁ ଏବେ ସିଧା ଏନକାଉଣ୍ଟର କରୁଛି ପୋଲିସ। କାଲି ଭୁବନେଶ୍ବର, ଆଜି ଝାରସୁଗୁଡ଼ା ପୁଣି ସମ୍ୱଲପୁର। ଏଭଳି ଗତ ୩ ମାସରେ ଓଡ଼ିଶା ପୋଲିସ କରିସାରିଲାଣି ୧୫ରୁ ଅଧିକ ଏନକାଉଣ୍ଟର। ଲାଗୁଛି, ସତେ ଯେମିତି ଓଡ଼ିଶା ପୋଲିସ୍ ଆପଣାଇଛି ୟୁପିର ଯୋଗୀ ସରକାରଙ୍କ ଏନ୍‌କାଉଣ୍ଟର ଫଣ୍ଡା । 

Odisha Sambalpur Odisha Police Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ