Advertisment

ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେଲା ପୁଅ, ପ୍ରଥମେ ଛୁରାମାଡ, ପରେ ହାତଗୋଡ ବାନ୍ଧି ବୁଲାଇଲା ବାଇକରେ

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ପୋଲିସର ସୂଚନା ମୁତାବକ ନୋଏଡା ସେକ୍ଟର-୧୯ ବାରୋଲା ଅଂଚଳରେ ବିଳମ୍ୱିତ ରାତିରେ ଏପରି ଘଟଣା ଘଟିଛି।

Noida man stabbed

Noida man stabbed

Advertisment

ବାପାଙ୍କ ମୃତ୍ୟୁର ପ୍ରତିଶୋଧ ପାଇଁ ଅଭିଯୁକ୍ତକୁ ଛୁରାମାଡ ପରେ ଗୋଡହାତ ବାନ୍ଧି ବାଇକରେ ବୁଲାଇଲା ପୁଅ। ନୋଏଡା ସେକ୍ଟର-୧୯ରେ ଘଟିଥିବା ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୁକ୍ତକୁ ଗାଁ ସାରା ବୁଲାଇବା ପରେ ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ବାରୋଲା ପୋଲିସ ଷ୍ଟେସନରେ ପଶି କିଛି ଲୋକ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଛନ୍ତି। ଘଟଣାକୁ ନଜରରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Advertisment

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ପୋଲିସର ସୂଚନା ମୁତାବକ ନୋଏଡା ସେକ୍ଟର-୧୯ ବାରୋଲା ଅଂଚଳରେ ବିଳମ୍ୱିତ ରାତିରେ ଏପରି ଘଟଣା ଘଟିଛି। ମୃତ ବ୍ୟକ୍ତି ହେଉଛନ୍ତି ହସନ। ଦୁଇ ଅଭିଯୁକ୍ତ ହେଉଛନ୍ତି ଅନୁଜ ଓ ନିତିନ । ୨୦୧୮ରେ ହସନ ଅନୁଜଙ୍କ ବାପାଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲା । ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ତିକ୍ତତା ରହିଥିଲା। ଏହାକୁ ନେଇ ବିଳମ୍ୱିତ ରାତିରେ ଅନୁଜ ଓ ନିତିନଙ୍କ ସହ ହାସନଙ୍କର ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଉଭୟ ହାସନଙ୍କୁ ପ୍ରଥମେ ଛୁରୀରେ ଆକ୍ରମଣ କରିଥିଲେ।

ପରେ ହାତ ଗୋଡ ବାନ୍ଧି ଗାଁ ଦାଣ୍ତରେ ଟାଣିଟାଣି ନେଇଥିଲେ। ଘଟଣାର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଅଭିଯୁକ୍ତ ଦୁହେଁ ହସନଙ୍କୁ ନେଇ ସ୍ଥାନୀୟ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଫିଙ୍ଗିଦେଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ସେତେବେଳକୁ ସେଠାରେ ବହୁ ସଂଖ୍ୟାକ ଲୋକ ଏକତ୍ରିତ ହୋଇଥିଲେ। ଏହି ଘଟଣା ପରେ ପୋଲିସ ଷ୍ଟେସନରେ ବିଶୃଙ୍ଖଳା ଦେଖାଦେଇଥିଲା । ସ୍ଥାନୀୟଲୋକ ଥାନାରେ ପଶି ଭଙ୍ଗାରୁଜା କରିଥିଲେ। ତେବେ ଆହତ ହାସନଙ୍କୁ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଥିଲା କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Advertisment

ତେବେ ଏହି ଘଟଣାକୁ ନେଇ ନୋଏଡାର ଅତିରିକ୍ତ ଡିସିପି ମନୀଷ ମିଶ୍ର କହିଛନ୍ତି, ପୂର୍ବ ଶତ୍ରୁତାରୁ ଆକ୍ରମଣ କରାଯାଇଥିଲା। ମୃତ ହସନ ନାଁରେ ପୂର୍ବରୁ ସ୍ଥାନୀୟ ପୋଲିସ ଷ୍ଟେସନରେ ମାମଲା ରହିଛି। ବିଳମ୍ୱିତ ରାତିରେ ଉଭୟଙ୍କ ମଧ୍ୟରେ ହୋଇଥିବା ବଚସାକୁ ନେଇ ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

India News Murder Noida
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ