• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

EMI ଟଙ୍କା ମାଗିବାରୁ ଯୁବକଙ୍କୁ ତଣ୍ଟି ଚିପି ମାରିଦେଲେ । ବିଶ୍ୱାସରେ ବିଷ ମିଶାଇଲା ସାଙ୍ଗ । ଯାହା ସହ ଉଠୁଥିଲା ବସୁଥିଲା, ତା’ର ଜୀବନ ନେବାକୁ ପଛାଇଲାନି । ନିଜ ହାତରେ ସାଙ୍ଗର ତଣ୍ଟି ଚିପି ହତ୍ୟା କଲା । ମୃତଦେହକୁ ନାଳରେ ଫୋପାଡ଼ି ଦେଲା । ଏଭଳି ଘଟଣା ଦିଲ୍ଲୀରେ ନୋଏଡ଼ା ସହରରେ ଦେଖିବାକୁ ମିଳିଛି । ପୋଲିସ ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଏବେ ଫେରାର୍‌ ଅଛି ।

ପୋଲିସର କହିବାନୁଯାୟୀ ମୃତ ଯୁବକ ଜଣକ ନୋଏଡ଼ାରେ ସେଲ୍ସମ୍ୟାନ୍‌ ଭାବରେ କାମ କରୁଥିଲେ । ତାଙ୍କ ନାମ ଶୁବଞ୍ଜୟ(୨୪) । ତାଙ୍କର ଜଣେ ବନ୍ଧୁ ଅମନ୍‌ କିଛିଦିନ ତଳେ ତାଙ୍କ କ୍ରେଡିଟ୍‌ କାର୍ଡ ବ୍ୟବହାର କରି ୩୦ ହଜାର ଟଙ୍କାର ମୋବାଇଲ୍‌ କିଣିଥିଲେ । ଶୁଭଞ୍ଜୟ ଯେତେବେଳେ ଅମନ୍‌କୁ ପ୍ରଥମ ମାସର କିସ୍ତି ମାଗିଥିଲେ, ଅମନ୍‌ ଟଙ୍କା ଦେବାକୁ ସଫା ସଫା ମନା କରିଦେଇଥିଲା । ଏନେଇ ଦୁହିଁଙ୍କ ମଧ୍ୟରେ ପାଟିଟୁଣ୍ତ ଲାଗିଥିଲା ।

ଅମନ୍‌ ଏହାର କିଛିଦିନ ପରେ ଶୁଭଞ୍ଜୟଙ୍କୁ ମଦ ପିଇବା ପାଇଁ ଡାକିଥିଲା ଓ କହିଥିଲା ସେ ଆସିଲେ ମୋବାଇଲ୍‌ର EMI ମଧ୍ୟ ଦେଇଦେବ । ଏହାଶୁଣି ଶୁଭଞ୍ଜୟ ଅମନ୍‌ଙ୍କ ପାଖକୁ ଯାଇଥିଲେ । ସେଠାରେ ଅମନ୍‌ ଓ ତାଙ୍କ ଦୁଇ ବନ୍ଧୁ ପୁନିତ୍‌ ଓ ବିବେକ୍‌ ଶୁଭଞ୍ଜୟଙ୍କ ରୁମାଲରେ ତଣ୍ଟି ଚିପି ହତ୍ୟା କରିଥିଲେ । ଏହାପରେ ଶବକୁ ନାଳରେ ଫୋପାଡି ଦେଇଥିଲେ ।

ପୁଅ ନିଖୋଜ ନେଇ ମୃତକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍‌ ଖୋଜାଖୋଜି ଆରମ୍ଭ କରିଥିଲା । ଏହାପରେ ଗତକାଲି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ମାମଲାରେ ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଜଣେ ଏବେବି ଫେରାର ଅଛନ୍ତି।