• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସ୍ତ୍ରୀର ବର୍ବରକାଣ୍ତ । ମିଳିଲାନି ବିବାହ ବାର୍ଷିକୀ ଉପହାର, ସ୍ୱାମୀକୁ ଛୁରୀ ଭୁସି ଦେଲା ସ୍ତ୍ରୀ । ସ୍ୱାମୀ ଶୋଇଥିବା ବେଳେ ରୋଷେଇ ଘରର ଛୁରୀ ନେଇ ସ୍ୱାମୀ ହାତରେ ଭୁସି ଦେଲା ସ୍ତ୍ରୀ । ଆହତ ହୋଇଥିବା ୩୭ ବର୍ଷିୟ ସ୍ୱାମୀ ଏକ ଘରୋଇ କମ୍ପାନୀର କର୍ମଚାରୀ ଭାବରେ କାମ କରନ୍ତି । ତେବେ ଘଟଣାଟି ବେଙ୍ଗାଲୁରୁ ଅଞ୍ଚଳରେ ଘଟିଥିବା ନେଇ ସୂଚନା ରହିଛି । 

ଆହତ ହୋଇଥିବା ସ୍ୱାମୀ ପୋଲିସକୁ କହିଛନ୍ତି ଯେ ଫେବୃଆରୀ ୨୭ ତାରିଖରେ ରାତି ପ୍ରାୟ ୧.୩୦ ସମୟରେ ସେ ଶୋଇଥିବା ବେଳେ ତାଙ୍କ ସ୍ତ୍ରୀ ରୋଷେଇ ଘରର ଛୁରୀରେ ତାଙ୍କ ହାତକୁ ଭୁସି ଦେଇଥିଲେ । ଏହି ଘଟଣା ଘଟିବା ପରେ ହତ୍ୟା ଉଦ୍ୟମ ମାମଲାରେ ବେଲାଣ୍ଡୁର ପୋଲିସ ଷ୍ଟେସନରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି ।

ତାଙ୍କ ସ୍ୱାମୀଙ୍କ କହିବା ଅନୁଯାୟୀ ଏଭଳି ଘଟଣା ଘଟିବା ପରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଘର ଭିତରେ ତାଙ୍କ ସ୍ତ୍ରୀକୁ ଠେଲି ବାହାରକୁ ପଲେଇ ଆସିଥିଲେ । ପରେ ପଡ଼େଶୀମାନଙ୍କ ସହାୟତାରେ ସେ ଏକ ଘରୋଇ ଡାକ୍ତରଖାନାକୁ ଯାଇ ଚିକିତ୍ସା ହୋଇଥିଲେ । ଏହା ଏକ ଛୁରାମାଡ଼ ଘଟଣା ହୋଇଥିବାରୁ ଡାକ୍ତରମାନେ ମେଡିକୋ-ଲିଗାଲ୍ କେସ୍ ରିପୋର୍ଟ କରିବାକୁ ପୋଲିସକୁ ପଠାଇଥିଲେ ।

ସୂଚନା ଅନୁସାରେ ତାଙ୍କ ସ୍ୱାମୀଙ୍କର ଜେଜେବାପାଙ୍କ ମୃତ୍ୟୁ ତାଙ୍କ ବିବାହ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ହେବାରୁ ତାଙ୍କ ସ୍ତ୍ରୀଙ୍କ ପାଇଁ ସେ ଉପହାର କିଣି ପାରିନଥିଲେ । ସେ ପ୍ରଥମ ଥର ତାଙ୍କୁ ଉପହାର ଦେଇ ନ ଥିବାରୁ ସେ ଏଭଳି ରାଗି ଯାଇଥିଲେ । ଯାହାଫଳରେ ସେ ତାଙ୍କ ସ୍ୱାମୀଙ୍କୁ ଛୁରୀ ଭୁସି ଦେଇଥିଲେ ।