Advertisment

ଚୁଡ଼ା ଓ ଚିନି ଖାଇଲେ ନିରଞ୍ଜନ ସେଠୀ, ଘର ଖାଦ୍ୟ ଦେବାକୁ ମନା କରିଦେଲେ ଜେଲ କତ୍ତୃପକ୍ଷ

କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଗତକାଲି ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ଗିରଫ କରିଥିଲା ପୋଲିସ। ଚାନ୍ଦବାଲି ପୋଲିସ କୋର୍ଟ ଚାଲାଣ ପରେ ପରେ କଡା ସୁରକ୍ଷା ମଧ୍ୟରେ ଚାନ୍ଦବାଲିରୁ ଭଦ୍ରକ ଦୀର୍ଘ ୫୨ କିଲୋମିଟର ଆଣି ଭଦ୍ରକ ସ୍ୱତନ୍ତ୍ର ଉପକାରଗାରକୁ ପଠାଇଥିଲେ । ତେବେ ଜେଲ୍‌ ଯିବାପରେ ନରଞ୍ଜନଙ୍କ ଘରୁ ଆସିଥିବା ଖାଦ୍ୟକୁ ଦେବାକୁ ମନା କରିଦେଇଥିଲେ ଜେଲ କତ୍ତୃପକ୍ଷ। ଏହାପରେ ନିରଞ୍ଜନ ରାତିରେ ଚୂଡା ଓ ଚିନି ଖାଇଥିବା ଜେଲର କହିଛନ୍ତି।

ଅଦ୍ୟତନ ହୋଇଛି
niranjan sethy

niranjan sethy

Advertisment

ପୂର୍ବରୁ ଅନୁମାନ କରାଯାଉଥିବା କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଗିରଫ ହେଲେ ପ୍ରଭାବଶାଳୀ ବ୍ୟକ୍ତି। ଜେଲ୍‌ ଗଲେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅବସରପ୍ରାପ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ। ଭଦ୍ରକ ସ୍ୱତନ୍ତ୍ର ଉପକାରଗାରର ୧୧ ନମ୍ବର ସେଲରେ ରାତ୍ରୀ ଯାପନ କଲେ। ଜେଲ୍‌ ଯିବାପରେ ଘରୁ ଆସିଥିବା ଖାଦ୍ୟକୁ ଦେବାକୁ ମନା କରିଦେଇଥିଲେ ଜେଲ କତ୍ତୃପକ୍ଷ। ଏହାପରେ ନିରଞ୍ଜନ ରାତିରେ ଚୂଡା ଓ ଚିନି ଖାଇଥିବା ଜେଲର କହିଛନ୍ତି।

Advertisment

ମାନସ ସ୍ୱାଇଁ ହତ୍ୟାକାଣ୍ଡରେ ସେ ଥିଲେ ମୁଖ୍ୟ ଷଡଯନ୍ତ୍ରକାରୀ ଯାହା କାଲି ସାମ୍ବାଦିକ ସମ୍ମଳନୀରେ ସ୍ପଷ୍ଟ କରିଥିଲେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜତିନ ପଣ୍ଡା। ଚାନ୍ଦବାଲି ପୋଲିସ ମାନସଙ୍କୁ ଅପହରଣ କରି ମାଡ଼ ମାରିବା, ହତ୍ୟା ଯୋଜନା ଓ ମୃତଦେହକୁ ପୋତିବାରେ ନିରଞ୍ଜନଙ୍କ ସଂପୃକ୍ତି ରହିଛି।

ମେମୋରୀ କାର୍ଡ ପାଇଁ ନିରଞ୍ଜନଙ୍କ ନିର୍ଦ୍ଦେଶରେ ମାନସଙ୍କୁ ହତ୍ୟା କରାଯାଇଥିଲା। ନିରଞ୍ଜନଙ୍କ ବ୍ୟତୀତ ଖଣ୍ଡଗିରିସ୍ଥିତ ରାଜ କମ୍ୟୁନିକେସନ୍‌ ନାମକ ମୋବାଇଲ ଦୋକାନୀ ରଞ୍ଜନ ମଧ୍ୟ ଗିରଫ ହୋଇଛି। ନିରଞ୍ଜନ ଓ ରଞ୍ଜନଙ୍କ ଜାମିନ ଆବେଦନକୁ ଚାନ୍ଦବାଲି JMFC କୋର୍ଟ ନାମଞ୍ଜୁର କରି ଉଭୟଙ୍କୁ ୧୪ ଦିନ ପାଇଁ ଭଦ୍ରକ ଜେଲ୍‌କୁ ପଠାଇ ଦେଇଛନ୍ତି। ମେମୋରୀ ଚିପ, ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ ଅଧିକ ତଥ୍ୟ ପାଇଁ ନିରଞ୍ଜନଙ୍କୁ ରିମାଣ୍ଡରେ ଅଣାଯାଇପାରେ ବୋଲି ସୂଚନା ମିଳିଛି ।

Advertisment

ଏହି ମେମୋରି ଚିପ୍‌ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି। ତେବେ ଏବେବି ମେମୋରି ଚିପ୍‌ ପୋଲିସ ହାତରେ ପହଞ୍ଚି ନାହିଁ। ସେପଟେ ମାନସ ସ୍ୱାଇଁ ହତ୍ୟା ମାମଲାରେ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା ଭଦ୍ରକ ପୋଲିସ । ମୁଖ୍ୟ ଷଡ଼ଯନ୍ତ୍ରକାରୀ ଶର୍ମିଷ୍ଠା ରାଉତ ଓ ଅନ୍ୟ ଜଣେ ମହିଳା ସହଯୋଗୀ ଝୁନା ଏବେବି ଫେରାର୍‌ ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ଭଦ୍ରକ ପୋଲିସର ୪ଟି ଟିମ ରାଜ୍ୟ ଓ ରାଜ୍ୟ ବାହାରେ ତନାଘନା ଚଳାଇଛି ପୋଲିସ ।

Niranjan Sethi Manas MurderCase
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ