Newly-Weds Found Dead Before Reception
ଛତିଶଗଡର ରାଜଧାନୀ ରାୟପୁରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ବିବାହର ୨ ଦିନ ପରେ ବର-କନ୍ୟାଙ୍କ ମୃତ ଦେହ ମିଳିଛି। ମଙ୍ଗଳବାର ରାତିରେ ଏନେଇ ଏକ ରିସେପ୍ସନ୍ ପାର୍ଟି ଅନୁଷ୍ଠିତ ହେବାର ଥିଲା। ଏହା ପୂର୍ବରୁ ଏମିତି ଦୁଃଖଦ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ ବର ପ୍ରଥମେ କନ୍ୟା ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି। ଏହି ହତ୍ୟାକାଣ୍ଡ ପରେ ରାୟପୁରରେ ଉତ୍ତେଜନା ଦେଖାଦେଇଛି।
ବରିଷ୍ଠ ପୋଲିସ ଅଧିକାରୀ ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜଣାଯାଇଛି ଯେ ନବ ବିବାହିତ ଫେବୃଆରୀ ୧୯ ରେ ବିବାହ କରିଥିଲେ ଏବଂ ଫେବୃଆରୀ ୨୧ରେ ଏନେଇ ରିସେପ୍ସନ୍ ପାର୍ଟି ଥିଲା। ଏହା ପୂର୍ବରୁ ଉଭୟଙ୍କର ମୃତ୍ୟୁ ହୋଇଛି।
ଅଧିକ ପଢ଼ନ୍ତୁ: ବିବାହର ୩ ଦିନ ପରେ ଲିଭିଗଲା ନବ ଦମ୍ପତିଙ୍କ ଜୀବନ ଦୀପ
ପରିବାରର ସମସ୍ତ ସମ୍ପର୍କୀୟମାନେ ରିସେପ୍ସନ୍ ପାଇଁ ପ୍ରସ୍ତୁତ ହେଉଥିଲେ। ଘରେ ଖୁସିର ମାହୋଲ ଥିଲା। ଏହି ସମୟରେ ବର ଓ କନ୍ୟା ନିଜ ନିଜ କୋଠରୀକୁ ପ୍ରସ୍ତୁତ ହେବାକୁ ଯାଇଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ପାରସ୍ପରିକ ମତଭେଦ ହୋଇଥିଲା, ଯାହା ପରେ ବର ଏକ ଧାରୁଆ ଅସ୍ତ୍ରରେ କନ୍ୟାକୁ ହତ୍ୟା କରିଥିଲା।
ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି। ଏଥିରେ, କୋଠରୀର ଚାରିଆଡେ ରକ୍ତ ପଡିଛି। କନ୍ୟାର ଶବ ଶେଯ ଉପରେ ପଡିଥିବା ବେଳେ ବରର ଶବ ଚଟାଣ ଉପରେ ପଡ଼ିଛି। ରାୟପୁର ପୋଲିସ ହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଛି ଏବଂ ଉଭୟଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।
ତେବେ ହତ୍ୟା ପଛର କାରଣ ପୋଲିସ ଏପର୍ଯ୍ୟନ୍ତ ଜାଣିପାରି ନାହିଁ। ଅନ୍ୟପକ୍ଷରେ ଟିକରାପରା ପୋଲିସ ଏହି ହତ୍ୟାକାଣ୍ଡ ବିଷୟରେ କହିଛି ଯେ ବର ଏବଂ କନ୍ୟା ରାୟପୁରର ବାସିନ୍ଦା। ଅସଲମ୍ ଅହମ୍ମଦ(୨୪) ୧୯ ଫେବୃଆରୀରେ କହକଶାଂ ବାନୋ(୨୨)ଙ୍କୁ ବିବାହ କରିଥିଲେ। ଦୁଇ ଦିନ ପରେ, ୨୧ ଫେବୃଆରୀ ରାତିରେ ଏକ ରିସେପ୍ସନ୍ ପାର୍ଟି ଅନୁଷ୍ଠିତ ଥିଲା।
ପୋଲିସ ଆହୁରି ମଧ୍ୟ କହିଛି ଯେ ଉଭୟ ନବ ଦମ୍ପତ୍ତି ରିସେପ୍ସନ୍ ପାଇଁ ନିଜ କୋଠରୀକୁ ଯାଇ ଭିତର ପଟୁ କବାଟ ବନ୍ଦ କରି ପ୍ରସ୍ତୁତି ହେଉଥିଲେ। କିଛି ସମୟ ପରେ ପୁଅର ମାଆ ତାଙ୍କ ନବ ବିବାହିତ ବୋହୂର କାନ୍ଦିବା ଶୁଣିଲେ ଓ କୋଠରୀ ନିକଟକୁ ଗଲେ।
ଦୀର୍ଘ ସମୟ ଧରି କବାଟ ବାଡେଇବା ପରେ ମଧ୍ୟ କବାଟ ଖୋଲିଲା ନାହିଁ। ପରିବାର ଓ ସମ୍ପର୍କୀୟଙ୍କୁ ଜଣାଇବା ପରେ, ସେମାନେ ଝରକା ଭାଙ୍ଗି ଦେଖିଲା ବେଳକୁ ଉଭୟଙ୍କ ମୃତଦେହ ପଡିଥିଲା। ଏହାରେ ସେମାନେ ପୋଲିସ୍କୁ ସୂଚନା ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677073176.jpg)