Advertisment

ସାବିତ୍ରୀ ପାଳିବା ପୂର୍ବରୁ ସତ୍ୟବାନ୍‌ ନେଲା ସାବିତ୍ରୀର ଜୀବନ, ମାସକ ପୂର୍ବରୁ ହୋଇଥିଲା ବିବାହ...

ଯୌତୁକ ପାଇଁ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କୌଣସି ଉପାନ୍ତ ଅଞ୍ଚଳରେ ଏହି ଘଟଣା ନାହିଁ ବରଂ ରାଜଧାନୀ ଭୁବନେଶ୍ୱରରେ ଘଟଣା ଘଟିଛି। ପ୍ରଥମ ସାବିତ୍ରୀ ବ୍ରତ ପାଳନ କରିବା ପୂର୍ବରୁ ସତ୍ୟବାନ୍‌ ଖୋଦ୍‌ ସାବିତ୍ରୀର ଜୀବନ ନେଇଯାଇଛନ୍ତି।

ଅଦ୍ୟତନ ହୋଇଛି
Newly-Wed Woman Found Dead In Bhubaneswar

Newly-Wed Woman Found Dead In Bhubaneswar

Advertisment

ଏତେ ଆଇନ୍‌ ଓ ସଚେତନତା ପରେ ବି ଯୌତୁକ ଲୋଭୀ ମଣିଷ ସୁଧୁରୁନି। ସାମାନ୍ୟ କିଛିଟା ଯୌତୁକ ପାଇଁ ଝିଅକୁ ହତ୍ୟା କରୁଛନ୍ତି। କେଉଁଠି ବିଷ ଦେଇ ତ ଆଉ କେଉଁଠି ତଣ୍ଟି ଚିପି ହତ୍ୟା କରାଯାଉଛି। ଯୌତୁକ ପାଇଁ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କୌଣସି ଉପାନ୍ତ ଅଞ୍ଚଳରେ ଏହି ଘଟଣା ଘଟି ନାହିଁ ବରଂ ରାଜଧାନୀ ଭୁବନେଶ୍ୱରରେ ଘଟଣା ଘଟିଛି। ପ୍ରଥମ ସାବିତ୍ରୀ ବ୍ରତ ପାଳନ କରିବା ପୂର୍ବରୁ ସତ୍ୟବାନ୍‌ ଖୋଦ୍‌ ସାବିତ୍ରୀର ଜୀବନ ନେଇଯାଇଛନ୍ତି। 

Advertisment

ସୂଚନା ଅନୁସାରେ, ଗତ ଏପ୍ରିଲ ୨୮ରେ ଭଦ୍ରକ ଜିଲ୍ଲା ତିହିଡ଼ି ଅଣ୍ଡରାଇ ଗାଁର ରାଧାକାନ୍ତ ନାୟକଙ୍କ ଝିଅ ପ୍ରଭାପତିଙ୍କ ବିବାହ ହୋଇଥିଲା। ଭୁବନେଶ୍ୱର ସରକାନ୍ତରାର ପ୍ରକାଶ ଖୁଣ୍ଟିଆଙ୍କୁ ପ୍ରଭାପତି ବାହା ହୋଇଥିଲେ। ଚଳିତ ମାସ ୨୯ ତାରିଖରେ ପ୍ରଭାପତି ରଶି ଲଗାଇ ଆତ୍ମହତ୍ୟା କରିଥିବା ବାପ ଘର ଲୋକେ ଖବର ପାଇଥିଲେ। ପ୍ରଭାପତିଙ୍କ ପରିବାର ଲୋକ ଗ୍ୱାଲିୟରରେ ରହୁଥିବାରୁ ଏହା ପରଦିନ ଅର୍ଥାତ୍‌ ମେ’ ୩୦ରେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ହେଲେ ଏହା ପୂର୍ବରୁ ଝିଅର ମରଶରୀରକୁ ଶାଶୁ ଘର ଲୋକ ଶ୍ମଶାନକୁ ନେଇଯାଇଥିଲେ ବୋଲି ପ୍ରଭାପତିଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। 

ଝିଅକୁ ବାହାଘର ପରେ ନିର୍ଯାତନା ଦିଆଯାଉଥିବା ନେଇ ପ୍ରଭାପତିଙ୍କ ମା’ ମାଧବୀ ନାୟକ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି। ପ୍ରଭାପତିଙ୍କ ସ୍ୱାମୀ ଓ ଶାଶୁ ଘର ଲୋକେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରିବା ସହ ପ୍ରଭାପତିଙ୍କ ସ୍ୱାମୀଙ୍କୁ ଗିରଫ କରିଛି। 

Advertisment
Dowry Torture Dowry Death Newly Wed Woman Found Dead
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ