Advertisment

Wife Murdered Husband: ନାଁ ବଦଳାଇ ବାହା ହେଲା, ଚଉଠି ରାତିରେ ସ୍ୱାମୀକୁ ମାରି ଫିଙ୍ଗିଦେଲା ଶବ

ଏହାପରେ ଚଉଠି ରାତିରେ ପନିର୍‌ରେ ନିଶା ମେଡିସିନ୍‌ ଦେଇ ଇନ୍ଦ୍ରଙ୍କୁ ନିର୍ମମ ଭାବେ ଛୁରୀ ଭୂଷି ହତ୍ୟା କରିଥିଲେ ସାହିବା। ଦୁଇ ଜଣ ସାଥୀଙ୍କ ସହ ମିଶି ତାଙ୍କ ମୃତଦେହକୁ ସୁକାରରୌଲି ନେଇ ଏକ ବୁଦା ମୂଳେ ଫିଙ୍ଗି ଦେଇ ସେଠାରୁ ଅଭିଯୁକ୍ତ ଚମ୍ପଟ ମାରିଥିଲେ। ଏବେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି। ପୋଲିସ ସମସ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି।

ଅଦ୍ୟତନ ହୋଇଛି
ଜମି ପାଇଁ ହତ୍ୟା

ଜମି ପାଇଁ ହତ୍ୟା

Advertisment

ଧର୍ମ ବଦଳାଇଲା, ନାଁ ବି ବଦଳାଇଲା। ମଥାରେ ସିନ୍ଦୁର ଲଗାଇ ହାତରେ ଚୁଡି ପିନ୍ଧିଲା। ସାତ ଜନମର ସାଥୀ କରିବାକୁ କଥା ମଧ୍ୟ ଦେଲା। ଚାରି କାନ୍ଥ ମଧ୍ୟରେ ହେଲା ବାହାଘର। ଏପଟେ ଜୀବନ ସାଥୀକୁ ପାଇ ଖୁସିରେ ଗଦ୍‌ ଗଦ୍‌ ହୋଇଗଲା ବର। ନବବିବାହିତ ପତ୍ନୀକୁ ନେଇ ମନରେ କେତେ କ’ଣ ସ୍ୱପ୍ନ ଦେଖିଲା। ହେଲେ ତା’ର ସ୍ୱପ୍ନକୁ ନିମିଷକରେ ଭାଙ୍ଗିଦେଲା ପତ୍ନୀ। ଚଉଠି ରାତିରେ ସ୍ୱାମୀକୁ ହତ୍ୟା କଲା। ଜମି ଲୋଭରେ ଜଘନ୍ୟକାଣ୍ଡ ଘଟାଇଲା ନବବଧୂ।

Advertisment

ମଧ୍ୟପ୍ରଦେଶର ଜବଲପୁରର ୪୫ ବର୍ଷୀୟ ଇନ୍ଦ୍ର ତିୱାରୀ। ପେସାରେ ସେ ଶିକ୍ଷକ। ଦୀର୍ଘ ଦିନ ହେବ ସେ ଅବିବାହିତ ଥିଲେ। ଏଥିପାଇଁ ଗୁରୁ ଅନିରୁଦ୍ଧ ଆଚାର୍ଯ୍ୟ ମହାରାଜଙ୍କ ପ୍ରବଚନ ସଭାରେ ସେ ବିବାହ ପ୍ରସ୍ତାବ ଦେଇଥିଲେ। କହିଥିଲେ, ତାଙ୍କର ୧୮ ଏକର ଜାଗା ଅଛି। ଏହି ଭିଡିଓ ସେତେବେଳେ ଖୁବ୍‌ ଭାଇରାଲ ହୋଇଥିଲା। ଭିଡିଓ ଦେଖି ଇନ୍ଦ୍ର ତିୱାରୀଙ୍କ ସମ୍ପତ୍ତି ହଡ଼ପ କରିବାକୁ ହୋଇଥିଲା ଯୋଜନା। ତାଙ୍କୁ ବିବାହ କରିବାକୁ ଗୋରଖପୁରର ସାହିବା ବାନୋ ଓରଫ ଖୁସି ତିୱାରୀ ପ୍ରସ୍ତାବ ଦେଇଥିଲେ।

ଜୁନ୍‌ ୬ ତାରିଖ। ଜବଲପୁରରୁ ଇନ୍ଦ୍ର ତିୱାରୀଙ୍କୁ ଗୋରଖପୁର ଡାକିଥିଲେ ଖୁସି। ଏହାପରେ ଦୁହେଁ ମିଶି ଏକ ହୋଟେଲକୁ ଯାଇଥିଲେ। ସେଠାରେ ପୂର୍ବରୁ ଉପସ୍ଥିତ ଥିଲେ ଖୁସିଙ୍କ ପୂର୍ବତନ ସ୍ୱାମୀ। ତାଙ୍କୁ ନିଜ ଭାଇ ବୋଲି ପରିଚୟ ଦେଇଥିଲେ। ସେଠାରେ ରୁମ୍‌ ଭିତରେ ହିଁ ସାହିବା ଓରଫ ଖୁସିଙ୍କ ମଥାରେ ସିନ୍ଦୁର ଦେଇ ବିବାହ କରିଥିଲେ ଇନ୍ଦ୍ର। ସବୁ ସମ୍ପତ୍ତି ଖୁସିଙ୍କ ନାଁରେ ବି କରିଦେଇଥିଲେ।

Advertisment

ଏହାପରେ ଚଉଠି ରତିରେ ପନିର୍‌ରେ ନିଶା ମେଡିସିନ୍‌ ଦେଇ ଇନ୍ଦ୍ରଙ୍କୁ ନିର୍ମମ ଭାବେ ଛୁରୀ ଭୁଷି ହତ୍ୟା କରିଥିଲେ ସାହିବା। ଦୁଇ ଜଣ ସାଥୀଙ୍କ ସହ ମିଶି ତାଙ୍କ ମୃତଦେହକୁ ସୁକାରରୌଲି ନେଇ ଏକ ବୁଦା ମୂଳେ ଫିଙ୍ଗି ଦେଇ ସେଠାରୁ ଅଭିଯୁକ୍ତ ଚମ୍ପଟ ମାରିଥିଲେ। ଏବେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି। ପୋଲିସ ସମସ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି।

ଅଭିଯୁକ୍ତମାନଙ୍କଠାରୁ ମୃତକଙ୍କ ମୋବାଇଲ୍, ଆଧାର କାର୍ଡ, ଏଟିଏମ୍ କାର୍ଡ, ମୃତକଙ୍କ ନାମରେ ଥିବା ଜମିର ଦସ୍ତାବିଜ, ବିବାହ ପାଇଁ ମୃତକ ଆଣିଥିବା ଅଳଙ୍କାର ଏବଂ ଘଟଣାରେ ବ୍ୟବହୃତ କାର ଜବତ କରାଯାଇଛି। ପୂରା ମାମଲାର ତଦନ୍ତ ଜାରି ରହିଛି। 

Advertisment
Murder Land Dispute Man Killed By Wife Woman Kills Husband
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ