ପୁଣି ଅଲୋଡା ଶିଶୁକନ୍ୟା; ମସଜିଦ ପାଖରୁ ନବଜାତ ଶିଶୁ ଉଦ୍ଧାର

ଶିଶୁକନ୍ୟାକୁ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ମହିଳାମାନେ ସେହି ଅଞ୍ଚଳର ଜଣେ ମହିଳାଙ୍କ ଉପରେ ସନ୍ଦେହ କରି ପଚରାଉଚରା କରିଥିଲେ ।

ମସଜିଦ ପାଖରୁ ଶିଶୁକନ୍ୟା ଉଦ୍ଧାର

ପୁଣି ଅଲୋଡା ଶିଶୁକନ୍ୟା । ନୀଳଗିରି ୬ ନମ୍ବର୍ ୱାର୍ଡ ମସଜିଦ ପାଖରୁ ଶିଶୁକନ୍ୟା ଉଦ୍ଧାର । କେହି ଜଣେ ଶିଶୁକୁ ସେଠାରେ ଛାଡି ପଳେଇଥିଲା । ଏନେଇ IICଙ୍କୁ ଜଣାଇବା ପରେ ଶିଶୁଟିକୁ ଉଦ୍ଧାର କରି ନୀଳଗିରି SDHରେ ଭର୍ତ୍ତି କରାଯାଇଥିଲା ।

ତେବେ ଅବସ୍ଥା ଗୁରୁତର ହେବାରୁ ଶିଶୁକନ୍ୟାକୁ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ମହିଳାମାନେ ସେହି ଅଞ୍ଚଳର ଜଣେ ମହିଳାଙ୍କ ଉପରେ ସନ୍ଦେହ କରି ପଚରାଉଚରା କରିଥିଲେ । ଶେଷରେ ବାପା ମାଆ ଘଟଣାକୁ ସ୍ୱୀକାର କରିବା ସହ ଭୁଲ ହେଇଯାଇଛି ବଲି କହିଥିଲେ । ଉଦ୍ଧାର ଶିଶୁର ବାପା କଳାକାଦ ଅଞ୍ଚଳର ଥିବାବେଳେ ଏଠାରେ ଭଡା ଘରେ ରହୁଛନ୍ତି ।