Sambalpur Fire Mishap: ବିଭତ୍ସ, ଭୟଙ୍କର !! ସମ୍ପତ୍ତି ପାଇଁ ଜୀଅନ୍ତା ଜାଳିଦେଲେ

ଘର ଭିତରେ ଶୋଇଥିବା ବେଳେ ଲାଗିଗଲା ନିଆଁ । ମାଆ ଓ ଝିଅ ଜୀବନ୍ତ ଦଗ୍‌ଧ ।

Sambalpur Fire Mishap

ଘର ଭିତରେ ଶୋଇଥିବା ବେଳେ ଲାଗିଗଲା ନିଆଁ । ମାଆ ଓ ଝିଅ ଜୀବନ୍ତ ଦଗ୍‌ଧ । ସମ୍ବଲପୁର ମାନେଶ୍ୱର ହାଟପଦା ଅଞ୍ଚଳରେ ଘଟିଛି ଏଭଳି ଭୟାବହ ଅଗ୍ନିକାଣ୍ଡ । ତେବେ ଏହି ନିଆଁ କେମିତି ଲାଗିଲା, ସେ ସମ୍ପର୍କରେ କିଛି ଜଣାପଡ଼ିନି । ମୃତକମାନେ ହେଲେ ମାଆ ସ୍ନେହଲତା ଦିକ୍ଷୀତ ଓ ଝିଅ ସୈରେନ୍ଦ୍ରୀ ଦିକ୍ଷୀତ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲାl ତେବେ ଘଟଣାଟି ବିଳମ୍ବିତ ରାତିରେ ଘଟିଥିବା ଜଣାପଡ଼ିଛି । ନିଆଁ ଲାଗିଥିବା ଘର ଦୁଇ ମହଲା ଘରର ପ୍ରଥମ ମହଲା । ଏଠି ନିଆଁ କେମିତି ଲାଗିଲା ତାହା ଜଣାପଡ଼ିନି । ଏହା ଏକ ଆକସ୍ମିକ ଦୁର୍ଘଟଣା ନାଁ ଆଉ କଣ ସେ ନେଇ ତଦନ୍ତ କରୁଛି ପୋଲିସ।

ଅଧିକ ପଢ଼ନ୍ତୁ: Accident: ରାଜଧାନୀରେ ଦୁର୍ଘଟଣା; ଦ୍ରୁତଗତିରେ ଆସି ଟ୍ରାଫିକ ଫୋଷ୍ଟକୁ ଉଡାଇଲା କାର୍

ସେପଟେ ଏହି ଘଟଣାରେ ନୂଆ ମୋଡ଼ ଆସିଛି । ମାଆ ଓ ଝିଅଙ୍କୁ ନିଆଁ ଲଗାଇ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି । ସମ୍ପତ୍ତି ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ଆସିଛି । ଅଭିଯୁକ୍ତ ନିଜେ ମୃତ ବୃଦ୍ଧାଙ୍କ ପୁଅ ବୋହୁ ବୋଲି ଅଭିଯୋଗ କରିଛନ୍ତି ତାଙ୍କ ଝିଅ । ବୃଦ୍ଧା ମା ଓ ଝିଅଙ୍କୁ ତାଙ୍କ ପୁଅ ହିଁ ପୋଡି ମାରିଛି ବୋଲି ଝିଅ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଯେ, ଅନେକ ବର୍ଷ ହେଲା ସମ୍ପତ୍ତିକୁ କେନ୍ଦ୍ର କରି ପରିବାର ମଧ୍ୟରେ ସମ୍ପର୍କ ଭଲ ନ ଥିଲା । ଉପର ମହଲା ଘରେ ୯୦ ବର୍ଷୀୟା ବୃଦ୍ଧା ମା ଓ ୬୨ ବର୍ଷ ବୟସ୍କ ଝିଅ ରହୁଥିଲେ । ତଳ ମହଲାରେ ପୁଅ ଜଗନ୍ନାଥ ଦିକ୍ଷିତ ନିଜ ପରିବାର ସହ ରହୁଥିଲେ । ମୃତ ଝିଅ ସୈରେନ୍ଦ୍ରୀ ଜଣେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଥିଲେ ।

ଏହା ସହ ସେ ଅବିବାହିତା ମଧ୍ୟ ଥିଲେ । ମୃତ ବୃଦ୍ଧା ସ୍ନେହଲତା ଦିକ୍ଷିତଙ୍କର ୪ ଝିଅ ଓ ଜଣେ ପୁଅ ଅଛନ୍ତି । ତେବେ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।