୧୮ ପତ୍ନୀଙ୍କ ସ୍ୱାମୀ ରମେଶ ନାଁରେ ନୂଆ ଷ୍ଟୋରୀ, ଯୁବତୀଙ୍କୁ ଫସାଇବାକୁ କ୍ରିଏଟ୍ କରୁଥିଲା ଇମୋସ୍‌ନାଲ ସିନ୍‌

ଯୁବତୀଙ୍କୁ ଫସାଇବା ପାଇଁ ଳକରୁଥିଲେ ଇମୋସ୍‌ନାଲ ଡ୍ରାମା । ଆପଣାଉଥିଲେ ନୂଆ ନୂଆ ତରିକା । ବିଶ୍ୱାସ ଜିତିବା ପାଇଁ କ୍ରିଏଟ୍ କରୁଥିଲେ ଇମୋସ୍‌ନାଲ ସିନ୍‌ । ଯାହାର ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

Fake Doctor Ramesh Swain

ପୁଣି ଯୋଡ଼ି ହେଲା ଆଉ ଏକ ନୂଆ କାହାଣୀ । ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ଯୋଡ଼ି ହୋଇଛି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି କାହାଣୀ । ସେ ଯୁବତୀଙ୍କୁ ଫସାଇବା ପାଇଁ ଳକରୁଥିଲେ ଇମୋସ୍‌ନାଲ ଡ୍ରାମା । ଆପଣାଉଥିଲେ ନୂଆ ନୂଆ ତରିକା । ବିଶ୍ୱାସ ଜିତିବା ପାଇଁ କ୍ରିଏଟ୍ କରୁଥିଲେ ଇମୋସ୍‌ନାଲ ସିନ୍‌ । ଯାହାର ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

ସେ କହିଛନ୍ତି ରସିକିଆ ନକଲି ଡାକ୍ତର ଯୁବତୀଙ୍କୁ ଫସାଇବାକୁ ଇମୋସନାଲ ଡ୍ରାମା କଂରୁଥିଲେ । ମହିଳାଙ୍କୁ ଫସାଇବାକୁ ତିଆରି କରୁଥିଲେ ଇମୋସନାଲ ଭିଡିଓ ।କେତେବେଳେ ଲୁହ ନିଗିଡ଼ାଇ କାନ୍ଦୁଥିଲେ ତ ଆଉ କେତେବେଳେ କହୁଥିଲେ ଇମୋସ୍‌ନାଲ ଡାଇଲଗ୍‌ । ଆଖିରୁ ମିଛ ଲୁହ ଗଡ଼ାଇ ମହିଳାଙ୍କୁ ପ୍ରେମ ଜାଲରେ ଫସାଉଥିଲେ ନକଲି ଡାକ୍ତର ରମେଶ ସ୍ୱାଇଁ ।

ଏମିତିକି ସିମ୍ପାଥି ହାତେଇବା ପାଇଁ ଇମୋସ୍‌ନାଲ ସିନ୍‌ ବି କ୍ରିଏଟ୍ କରୁଥିଲେ । ହାତରେ ସାଲାଇନ୍ ଲଗାଇ ଅସୁସ୍ଥ ବୋଲି ନିଜକୁ ଦର୍ଶାଉଥିଲେ ଆଉ ପ୍ରେମ ଆଗ୍ରହ କରୁଥିଲେ । ଅନେକ ଦିଗରୁ ତଦନ୍ତ ପରେ ଏଭଳି ଘଟଣାର ଖୁଲାସା କରିଛି ପୋଲିସ । ଏକ ସାମ୍ବାଦିକ ସମ୍ମିଳନୀରେ ଡିସିପି ଉମାଶଙ୍କର ଦାସ ଏନେଇ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି, ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ଲମ୍ବି ଚାଲିଛି ଅଭିଯୋଗ ଫର୍ଦ୍ଦ । ୧୮ ପତ୍ନୀଙ୍କୁ ବିବାହ କରି ଚର୍ଚ୍ଚାରେ ରହିଥିବା ନକଲି ଡାକ୍ତର ରମେଶ ସ୍ୱାଇଁ ନାଁ ପୁଣି ଏବେ ଚର୍ଚ୍ଚାରେ ରହିଛି ।

ନିକଟରେ ରମେଶ ବିରୋଧରେ ୬୯ ହଜାର ଟଙ୍କା ଠକେଇ ଅଭିଯୋଗରେ ପାହାଳ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ କାର ନମ୍ବର ରେଜିଷ୍ଟ୍ରେସନ୍‌ ପାଇଁ ଜାଲ୍ ଡକ୍ୟୁମେଣ୍ଟ ଦେଇଥିବାରୁ ସହିଦନଗର ଥାନାରେ ରୁଜୁ ହୋଇଥିଲା ମାମଲା । ତେବେ ଏହି ଅଭିଯୋଗ ପାଇବା ପରେ ପୋଲିସ ଆହୁରି ତତ୍ପରତା ଦେଖାଇଥିଲା । ଏବେ ସୁଦ୍ଧା ନକଲି ଡାକ୍ତର ରମେଶ ସ୍ୱାଇଁ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ୧୫ରୁ ଅଧିକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।

ବିବାହ ନାଁରେ ମହିଳାଙ୍କୁ ଠକେଇ, ଚାକିରି କରାଇ ଦେବା ନାଁରେ ଠକେଇ ଭଳି ସଙ୍ଗୀନ ଅପରାଧିକ ମାମଲା ଏହି ନକଲି ଡାକ୍ତର ରମେଶ ନାଁରେ ରହିଛି । ସମସ୍ତ ଅପରାଧର ତଦନ୍ତ ପାଇଁ ସାଇବର ଅଧିକାରୀ, ଆଣ୍ଟି ଫ୍ରଡ୍ ସେଲକୁ ନେଇ ଗୋଟିଏ ଟିମ୍ ଗଠନ ହୋଇଛି । ତେବେ ରମେଶ ଯେଉଁ ୧୮ ଜଣ ମହିଳାଙ୍କୁ ବିବାହ କରିଛନ୍ତି, ସେହି ସବୁ ବାହାଘରର ଏକମାତ୍ର ସାକ୍ଷୀ ଓ ଠକେଇରେ ସଂପୃକ୍ତ ହେଉଛନ୍ତି ତାଙ୍କ ଭଉଣୀ ଓ ଭିଣେଇ ।