Advertisment

ଫେକ୍ ସିମ୍ ରୋକିବାକୁ ଗାଇଡଲାଇନ ଜାରି କଲା କ୍ରାଇମବ୍ରାଞ୍ଚ

ଅଭିଯୁକ୍ତମାନେ, ବିଭିନ୍ନ ଲୋକଙ୍କ ନାଁରେ ବିପୁଳ ପରିମାଣର ମୋବାଇଲ ସିମ୍ କିଣୁଥିଲେ ଏବଂ ପାକିସ୍ତାନୀ ଏଜେଣ୍ଟଙ୍କୁ ଓଟିପିି ବିକୁଥିଲେ। ଯାହାକି ଅତ୍ୟନ୍ତ ଧର୍ତ୍ତବ୍ୟ ଓ ଦେଶବିରୋଧୀ କାର୍ଯ୍ୟକଳାପ ବୋଲି କହିଛନ୍ତି ପୂର୍ବତନ ପୋଲିସ୍ ଡିଜି

ଅଦ୍ୟତନ ହୋଇଛି
New Guidelines issued for fake Sim

New Guidelines issued for fake Sim

Advertisment

ପାକିସ୍ତାନରେ କେମିତି କାମ କରୁଥିଲା ଓଡ଼ିଶା ସିମ୍। ରହସ୍ୟ ଭେଦିବାକୁ କ୍ରାଇମବ୍ରାଞ୍ଚ ଆସନ୍ତାକାଲି ଅଭିଯୁକ୍ତ ନୟାଗଡ଼ର ଆଇଟିଆଇ ଶିକ୍ଷକ ପଠାଣି ଲେଙ୍କାକୁ ରିମାଣ୍ଡରେ ଆଣି ଜେରା କରିବ। ତା ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବ ବୋଲି କହିଛି କ୍ରାଇମବ୍ରାଞ୍ଚ। ତେବେ ଓଟିପି ନେଇ ଓଡ଼ିଶା ସିମରେ ଦେଶ ବିରୋଧୀ ଶକ୍ତିଙ୍କ ଖୁଲମଖୁଲା ତଥ୍ୟ କାରବାର ରୋକିବାକୁ ମୋବାଇଲ୍ ସର୍ଭିସ୍ ପ୍ରୋଭାଇଡରଙ୍କୁ କ୍ରାଇମବ୍ରାଞ୍ଚ କେତେକ ତାଗିଦ୍ କରିଛି।

Advertisment

କେମିତି ପାକିସ୍ତାନରେ ଅପରେଟ୍ ହେଉଥିଲା ଓଡିଶା ସିମ୍ ? କେଉଁ ଉପାୟରେ ଓଟିପି ନେଇ ଆଇଏସଆଇ ଓ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଅପରେଟ୍ କରୁଥିଲେ ଓଡ଼ିଶା ଫୋନ୍ ନମ୍ବର ? ରାକେଟର ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାକୁ ଆସନ୍ତାକାଲି ରିମାଣ୍ଡରେ ଆଣି ଗୋଟି ଗୋଟି କରି ସତ ଓଗାଳିବାକୁ ଚେଷ୍ଟା କରିବ କ୍ରାଇମବ୍ରାଞ୍ଚ ଏସଟିଏଫ୍। ତାସହ ପଠାଣି ନାଁରେ ଦେଶଦ୍ରୋହ ମାମଲାର ଦଫା ଲାଗିବ ବୋଲି ଏସଟିଫ୍ ସୂଚନା ଦେଇଛି।

ଦିଲ୍ଲୀ,  ରାଜସ୍ଥାନ, ଗୁଜରାଟ ଓ ପଶ୍ଚିମବଙ୍ଗରେ ଥିବା ପାକିସ୍ତାନୀ ଆଇଏସଆଇ ଏଜେଣ୍ଟଙ୍କ ସହ କେମିତି ପଠାଣି ଯୋଡ଼ୁଥିଲା ସଂପର୍କ ? ରାଜ୍ୟର କେଉଁ ସବୁ ଅଞ୍ଚଳରୁ ଫେକ୍ ସିମକାର୍ଡ ସଂଗ୍ରହ ହୋଇଥିଲା ତାର ବି ଖିଅ ଖୋଜିବ ଏସଟିଏଫ୍। ଗତ ୧୨ ତାରିଖରେ ପାକିସ୍ତାନରେ ଓଡ଼ିଶା ସିମ୍ ଅପରେଟ୍ ମାମଲାରେ ତିନିଜଣଙ୍କୁ ଏସଟିଫ୍ ବାନ୍ଧିଥିଲା, ଯାହାଙ୍କ ମଧ୍ୟରେ ଅଛି ନୟାଗଡ଼ର ଜଣେ ଆଇଟିଆଇ ଶିକ୍ଷକ ପଠାଣି ଲେଙ୍କା।

Advertisment

ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଅଭିଯୁକ୍ତମାନେ, ବିଭିନ୍ନ ଲୋକଙ୍କ ନାଁରେ ବିପୁଳ ପରିମାଣର ମୋବାଇଲ ସିମ୍ କିଣୁଥିଲେ ଏବଂ ପାକିସ୍ତାନୀ ଏଜେଣ୍ଟଙ୍କୁ ଓଟିପିି ବିକୁଥିଲେ। ଯାହାକି ଅତ୍ୟନ୍ତ ଧର୍ତ୍ତବ୍ୟ ଓ ଦେଶବିରୋଧୀ କାର୍ଯ୍ୟକଳାପ ବୋଲି କହିଛନ୍ତି ପୂର୍ବତନ ପୋଲିସ୍ ଡିଜି। ଏଣେ ଫେକ୍ ଓ ପ୍ରି-ଆକଟିଭେଟ୍ ସିମର ଅପବ୍ୟବହାରକୁ ଅତି ଗୁରୁତ୍ବର ସହ ନେଇଛି କ୍ରାଇମବ୍ରାଞ୍ଚ। ଏନେଇ ତଦନ୍ତକାରୀ ସଂସ୍ଥା, ଟେଲିକମ୍ ସର୍ଭିସ୍ ପ୍ରୋଭାଇଡରଙ୍କ ସହ ଗୁରୁତ୍ବପୂର୍ଣ ଆଲୋଚନା କରି ଦେଶ ସୁରକ୍ଷା ଦୃଷ୍ଟିରୁ ଗ୍ରାହକଙ୍କୁ ସିମ୍ ବିକ୍ରି କରିବା ପୂର୍ବରୁ ସଜାଗ ହେବାକୁ ତାଗିଦ୍ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି। 

ତେବେ କେବଳ ଏଇ ଗୋଟିଏ ଘଟଣା ନୁହେଁ ପୂର୍ବରୁ ମଧ୍ୟ ଓଡିଶାରେ ବହୁବାର ନକଲି ଓ ପ୍ରିଆକଟିଭେଟେଡ ସିମ୍ ଜବତ ହୋଇଥିବାର ନଜିର ରହିଛି। ୨୦୨୨ ମସିହା ମେ ମାସରେ ୨୦ ହଜାର ଫେକ୍ ସିମ୍ ସହ ୧୪ ଲକ୍ଷ ଟଙ୍କା, ସେହିବର୍ଷ ସେପ୍ଟେମ୍ବରରେ ବାରିପଦାରୁ ଏକ ସିମ୍ ବକ୍ସ ମେସିନ ସମେତ ବିପୁଳ ପରିମାଣର ନକଲି ସିମ୍ ବି ଜବତ ହୋଇଥିଲା। ସେହିପରି ଭୁବନେଶ୍ବରରୁ ମଧ୍ୟ ପୂର୍ବରୁ ୧୭ ହଜାର ସିମ୍ ଜବତ ହୋଇଥିଲା। ନିକଟରେ ଡିପାର୍ଟମେଣ୍ଟ ଅଫ୍ 
ଟେଲି କମ୍ୟୁନିକେଶନ୍ ପକ୍ଷରୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନସକୁ ବ୍ୟବହାର କରାଯାଇ ସଫଳତା ପାଇବା ପରେ ଖୋଲିଥିଲା ନକଲି ସିମ୍‌ର ଅସଲି ଗୁମର। ସେଥିପାଇଁ କ୍ରାଇମବ୍ରାଞ୍ଚ ଏବେ ପ୍ରି-ଆକ୍ଟିଭେଟେଡ୍ ସିମ୍ ପାଇଁ କେତେକ ପରାମର୍ଶ ଦେଇଛି।

Advertisment

ଯେମିତିକି ଟେଲି ଭେରିଫିକେସନବେଳେ ଆଧାର କାର୍ଡ ସହ ଲିଙ୍କ୍ ହୋଇନଥିବା ସିମ୍ ରିଜେକ୍ଟ କରିବା, ସ୍ଥାୟୀ ଦୋକାନ କରିଥିବା ଡିଲରଙ୍କୁ କେବଳ ସିମ୍ ବିକ୍ରି ପାଇଁ ଅନୁମତି ଦେବା। ଗ୍ରାହକ ନକଲି ସିମ୍ ବାବଦରେ ଅଭିଯୋଗ କରିବା ସହ ଏହାକୁ ଡି-ଆକ୍ଟିଭେଟ୍ କରିବାର କ୍ଷମତା, ଟେଲିକମ୍ ସର୍ଭିସ ପ୍ରୋଭାଇଡର ଏକ ମେକାନିଜିମ୍ ପ୍ରସ୍ତୁତ କରିବା ଏବଂ ପରିଶେଷରେ ସିମ୍ ଆକଟିଭେସନ ଏସଓପି ଉଲ୍ଲଂଘନ କରୁଥିବା ସେଲ୍ସ ପଏଣ୍ଟ ଗୁଡ଼ିକୁ ବ୍ଲାକ୍ ଲିଷ୍ଟ କରିବାକୁ ପରାମର୍ଶ ଦେଇଛି କ୍ରାଇମବ୍ରାଞ୍ଚ।

Crime Branch
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ