Advertisment

Infant Abduction: ହସପିଟାଲରୁ ମା’ ପାଖରୁ ନେଇଯାଉଥିଲେ ଛୁଆ; ମାଡ଼ି ବସିଲେ ଲୋକେ

ବାଲେଶ୍ୱର ଜିଲ୍ଲା ଭୋଗରାଇ ଆରୁହାବୃତ୍ତି ଅଞ୍ଚଳର ସତ୍ୟବ୍ରତ ଦାସଙ୍କର ୧୦ ଦିନ ତଳେ ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା। ତେବେ ଗତରାତି ପ୍ରାୟ ଅଢ଼େଇଟା ସମୟରେ ୨ ଜଣ ମହିଳା ୱାର୍ଡ ଭିତରେ ପଶିଥିଲେ।

ଅଦ୍ୟତନ ହୋଇଛି
balasore

balasore

Advertisment

ବିଳମ୍ବିତ ରାତି....। ସମସ୍ତେ ଶୋଇଛନ୍ତି...। ଏହି ସମୟରେ ୱାର୍ଡ ଭିତରକୁ ପଶିଥିଲେ ୨ ମହିଳା...। ହସପିଟାଲ ବେଡ୍‌ରୁ ମା’ ପାଖରେ ଖେଳୁଥିବା ନବଜାତ ଶିଶୁଟିକୁ ଚୋରି କରିବାକୁ କରିଥିଲେ ଉଦ୍ୟମ। ହଠାତ୍ ଲୋକମାନଙ୍କ ନଜରକୁ ଆସିଯାଇଥିଲେ ୨ ମହିଳା।

Advertisment

ଅଧିକ ପଢ଼ନ୍ତୁ: ପୂରଣ ହେଲା ସ୍ୱପ୍ନ; କମର୍ସିଆଲ ପାଇଲଟ୍ ହେଲେ ଓଡ଼ିଆ ଝିଅ

ଛୁଆ ଚୋରିକରି ନେଲେ... ଛୁଆ ଚୋରି କରି ନେଲେ ଜୋରରେ ଚିତ୍କାର କରିଥିଲେ ଲୋକେ। ପରେ ହସ୍ପିଟାଲରୁ ଛୁଆ ଚୋରି ଅଭିଯୋଗରେ ୨ ମହିଳାଙ୍କୁ କାବୁ କରି ଅଟକ ରଖିଥିଲେ। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ।

ଅଭିଯୋଗ ଅନୁସାରେ, ବାଲେଶ୍ୱର ଜିଲ୍ଲା ଭୋଗରାଇ ଆରୁହାବୃତ୍ତି ଅଞ୍ଚଳର ସତ୍ୟବ୍ରତ ଦାସଙ୍କର ୧୦ ଦିନ ତଳେ ଏକ ଶିଶୁକନ୍ୟା ଜନ୍ମ ହୋଇଥିଲା। ତେବେ ଗତରାତି ପ୍ରାୟ ଅଢ଼େଇଟା ସମୟରେ ୨ ଜଣ ମହିଳା ୱାର୍ଡ ଭିତରେ ପଶିଥିଲେ। ମା’ ପାଖରେ ଖେଳୁଥିବା ଶିଶୁକନ୍ୟାଟିକୁ ଉଠାଇନେବା ପାଇଁ ଉଦ୍ୟମ କରିଥିଲେ। ତେବେ ସେମାନେ ଲୋକଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ।

Advertisment

ଲୋକମାନେ ଜୋରରେ କରିବାରୁ ସେମାନେ ଦଉଡ଼ି ପଳାଉଥିଲେ। ଜଣେ ମହିଳା ତଳେ ପଡ଼ିଯିବାରୁ ତାକୁ କାବୁ କରିଥିଲେ ସ୍ଥାନୀୟ ଲୋକେ । ଆଉ ଜଣେ ମହିଳା ବି ପରେ ଧରାପଡ଼ିଥିଲା । ଏହାପରେ ଲୋକମାନେ ଟାଉନ ଥାନା ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଉଭୟ ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖିଛି।

ସୂଚନା ଯୋଗ୍ୟ ଯେ, ଗତବର୍ଷ ୨ଥର ହସ୍ପିଟାଲ ପରିସରରୁ ପିଲା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ପିଲାଚୋରି ଅଭିଯୋଗକୁ ସମ୍ପୃକ୍ତ ମହିଳା ଖଣ୍ଡନ କରିଥିବା ବେଳେ ଏନେଇ ପୋଲିସ କିମ୍ବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ॥

Advertisment

ଅଧିକ ପଢ଼ନ୍ତୁ: ନାଣ୍ଡୁ ବାବୁଙ୍କ ବିରୋଧରେ ଆଉ ଏକ ଅଭିଯୋଗ, ନରି ପଣ୍ଡାଙ୍କ ପରେ ମାମୁନୀ ଷଡ଼ଙ୍ଗୀ

 

Odisha News Odisha Balsore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ