• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୁସଲିମ୍‌ ବୃଦ୍ଧ ଦମ୍ପତିଙ୍କୁ ଲାଠି ଓ ଲୁହା ରଡ୍‌ରେ ପିଟି ପିଟି ହତ୍ୟା । ବିପଦ ବେଳେ ସାହା ହେବେ କ’ଣ ବୃଦ୍ଧ ଦମ୍ପତିଙ୍କୁ ତାଙ୍କର ପଡ଼ୋଶୀ ହିଁ ହତ୍ୟା କରିଥିବା ଖବର ଆସିଛି । ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲା ଅନ୍ତର୍ଗତ ରାଜେପୁର ଗାଁରେ ଏଭଳି ହୃଦୟବିଦାରକ ଘଟଣା ଘଟିଛି । ମୁସଲମାନ ପୁଅ ପଡ଼ିଶା ଘର ହିନ୍ଦୁ ଝିଅକୁ ନେଇ ପଳାଇଯିବାରୁ ରକ୍ତମୁଖା ପାଲଟି ଯାଇଥିଲେ ଝିଅର ପରିବାର ଲୋକ । ଆଉ ସେମାନେ ପୁଅର ବୃଦ୍ଧ ବାପାମା’ଙ୍କୁ ପିଟି ପିଟି ହତ୍ୟା କରିଥିବା ପୋଲିସ ପକ୍ଷରୁ ପ୍ରକାଶ । ଅଭିଯୋଗ ପରେ ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି ।

ଶୁକ୍ରବାର ସନ୍ଧ୍ୟା‌ରେ ଦମ୍ପତି ଆବ୍ବାସ୍‌ ଓ କମ୍‌ରୁଲ୍‌ ନିଶାଙ୍କୁ ପଡ଼ିଶାଘର ଲୋକ ମରଣାନ୍ତକ ଆକ୍ରମଣ କରିଥିଲେ । ଆଉ ଏହି ଆକ୍ରମଣରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ଜୀବନ ଚାଲିଯାଇଥିଲା । ଦମ୍ପତିଙ୍କୁ ମାରିଦେବା ପରେ ସମସ୍ତ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇଥିଲେ।

ସୀତାପୁର ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅନୁସାରେ, କିଛି ବର୍ଷ ତଳେ ଆବ୍ବାସ୍‌ଙ୍କ ପୁଅ ଶୌକତ ପଡ଼ିଶା ଘର ଝିଅକୁ ନେଇ ପଳାଇଯାଇଥିଲା । ଏନେଇ ଝିଅ ଘର ଥାନାରେ ଅଭିଯୋଗ କରିବା ପରେ ଶୌକତକୁ ଜେଲ୍‌ ପଠାଇ ଦିଆଯାଇଥିଲା । ଆଉ କିଛି ଦିନ ତଳେ ହିଁ ଜେଲ୍‌ରୁ ମୁକୁଳିଥିଲା ଶୌକତ । ଆଉ ସେ ଫେରିବା ପରେ ଝିଅ ଘର ଲୋକ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲା ।

ଗାଁ ଲୋକଙ୍କ ଅନୁସାରେ, ମୃତ ଦମ୍ପତିଙ୍କ ପୁଅ ସହ ରାମପାଲଙ୍କ ଝିଅ ରୁବି ସହ ପ୍ରେମ ସମ୍ପର୍କ ଥିଲା । ୨୦୨୦ରେ ଶୌକତ ରୁବିକୁ ନେଇ ପଳେଇ ଯାଇଥିଲା । ହେଲେ ସେତେବେଳେ ରୁବି ନାବାଳିକ ଥିଲା । ତେଣୁ ଅଭିଯୋଗ କରି ଶୌକତକୁ ଜେଲ୍‌ ପଠାଇ ଦେଇଥିଲା ପୋଲିସ୍ । ହେଲେ ଜୁନ୍‌ ମାସରେ ସେ ପୁଣି ରୁବିକୁ ନେଇ ବିବାହ କରିଥିଲା ।

ତେଣୁ ଝିଅ ପରିବାରର କିଛି ଲୋକ ତା’ର ବାପାମା’ଙ୍କୁ ଆକ୍ରମଣ କରିବାକୁ ଯୋଜନା କରିଥିଲେ, ଆଉ ଏଥିରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିଲା । ଏହି ହତ୍ୟାକାଣ୍ଡ ମାମାଲାରେ ୩ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଉ ୨ଜଣଙ୍କୁ ଖୋଜୁଛି ପୋଲିସ ।