Advertisment

ପ୍ରେମଜନିତ ହତ୍ୟାକାଣ୍ଡରେ ଦେଶରେ ଓଡ଼ିଶାର ସ୍ଥାନ ସପ୍ତମ

ପୂର୍ବତନ ମହିଳା କମିଶନ ସଦସ୍ୟାଙ୍କ ମତରେ, ଯୁବ ସମାଜ ଏବେ ବାଟହୁଡ଼ା ହୋଇଛି। ଯୌଥ ପରିବାର ପରିବର୍ତ୍ତେ ଛୋଟ ପରିବାରରେ ରହଣୀ, ସୋସିଆଲ୍ ମିଡିଆର ବହୁଳ ବ୍ୟବହାର ଏଭଳି କାଣ୍ଡ ଭିଆଇବାରେ ସହଯୋଗ କରୁଛି।

Love Crime

Love Crime

Advertisment

ଭୁବନେଶ୍ୱର: ପ୍ରେମ, ପ୍ରତାରଣା ଆଉ ପରେ ହତ୍ୟା କିଛି ମାସ ତଳେ ଜଣେ ବିବାହିତ ମହିଳାଙ୍କ କରୁଣ ପରିଣତି ଦେଖିଥିଲା ରାଜଧାନୀ ଭୁବନେଶ୍ୱର। ଭୀମଟାଙ୍ଗିର ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କୁ ହତ୍ୟା କରିଥିଲା ତାଙ୍କ ପୁରୁଣା ପ୍ରେମିକ ଜଗନ୍ନାଥ ପ୍ରଧାନ। ଅଳ୍ପକେ ବର୍ତ୍ତି ଯାଇଥିଲା ପ୍ରିୟଙ୍କାଙ୍କ ୩ ବର୍ଷର ଛୁଆ। ସେହିପରି ପ୍ରେମିକ ଉପରେ ଭରସା କରି ଅକାଳରେ ଝରିପଡ଼ିଥିଲେ ମୟୂରଭଞ୍ଜ ଅଞ୍ଚଳର ଝରାଫୁଲ। କେବଳ ଏ ଦୁଇଟି ଘଟଣା ନୁହେଁ, ପ୍ରେମଜନିତ ବ୍ୟାପାରରୁ ହତ୍ୟାକାଣ୍ଡ ନିୟମିତ ଦେଖିବାକୁ ମିଳୁଛି। NCRBର ସଦ୍ୟତମ ରିପୋର୍ଟ କହୁଛି, ପ୍ରେମଜନିତ ହତ୍ୟାକାଣ୍ଡରେ ଦେଶରେ ଓଡ଼ିଶାର ସ୍ଥାନ ସପ୍ତମ ପ୍ରତି ମାସରେ ପ୍ରେମ ଯୋଗୁ ଚାଲିଯାଉଛି ୫ ଅମୂଲ୍ୟ ଜୀବନ।

Advertisment

ରିପୋର୍ଟ କହୁଛି, ୩ ବର୍ଷ ହେଲା ରାଜ୍ୟରେ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି। ୨୦୧୮ରେ ରାଜ୍ୟରେ ଘଟିଥିଲା ୩୮ଟି ପ୍ରେମଜନିତ ହତ୍ୟାକାଣ୍ଡ। ୨୦୧୯ରେ ସଂଖ୍ୟା ୫୨ରେ ପହଞ୍ଚିଥିବା ବେଳେ ୨୦୨୦ରେ ପ୍ରେମ ଯୋଗୁ ଝଡ଼ି ପଡ଼ିଥିଲା ୫୯ ଜୀବନ। ପୂର୍ବତନ ମହିଳା କମିଶନ ସଦସ୍ୟାଙ୍କ ମତରେ, ଯୁବ ସମାଜ ଏବେ ବାଟହୁଡ଼ା ହୋଇଛି। ଯୌଥ ପରିବାର ପରିବର୍ତ୍ତେ ଛୋଟ ପରିବାରରେ ରହଣୀ, ସୋସିଆଲ୍ ମିଡିଆର ବହୁଳ ବ୍ୟବହାର ଏଭଳି କାଣ୍ଡ ଭିଆଇବାରେ ସହଯୋଗ କରୁଛି।

ସେପଟେ ପୂର୍ବତନ ପୋଲିସ୍ ଅଧିକାରୀଙ୍କ ମତ ହେଲା, ପ୍ରେମରେ ବିଫଳ ହେଲେ ପ୍ରତିଶୋଧ ପରାୟଣ ହୋଇଯାଉଛନ୍ତି ଯୁବପିଢ଼ି। ଆଉ ଘଟାଉଛନ୍ତି ହତ୍ୟାକାଣ୍ଡ। ପିଲା ଯେଭଳି ଅବାଟକୁ ନଯିବ, ସେଥିଲାଗି ଅଭିଭାବକ ଦୃଷ୍ଟି ଦେବା ଉଚିତ। ପିଲାଙ୍କ ସହିତ ବନ୍ଧୁ ଭଳି ବ୍ୟବହାର ସହ ସେମାନଙ୍କ ମାନସିକ ସ୍ଥିତିକୁ ବୁଝିଲେ, ଏଭଳି ଘଟଣାକୁ କିଛି ମାତ୍ରାରେ କମାଯାଇପାରିବ। 

Advertisment

ମହିଳା ଏସିଡ୍ ଆକ୍ରମଣ ମାମଲାରେ ବି ଓଡିଶା ତୃତୀୟ ସ୍ଥାନରେ ରହିଛି। ଗତବର୍ଷ ରାଜ୍ୟରେ ୬ ଜଣ ମହିଳା ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ।  ସେହିଭଳି ୨୦୨୦ରେ ରାଜ୍ୟରେ ୩, ୭୭୫ ଜଣ ମହିଳାଙ୍କୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ତା ମଧ୍ୟରୁ ୧୯୪ ଜଣଙ୍କୁ ଅପହରଣ କରି ବଳପୂର୍ବକ ବିବାହ କରାଯାଇଥିବା ମାମଲା ସାମ୍ନାକୁ ଆସିଥିଲା।

ରିପୋର୍ଟ: ବିବର୍ତ୍ତନ ପଣ୍ଡା

Murder NCRB Love
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ