Advertisment

ଅଭାବନୀୟ : ମାଡ଼ ମାରିଲେ, ଘର ଭାଙ୍ଗିଲେ; ପୋଲିସ ଉପସ୍ଥିତିରେ ଆଇନକୁ ହାତକୁ ନେଲେ...

ପୋଲିସ ଉପସ୍ଥିତିରେ ଆଇନକୁ ହାତକୁ ନେଲେ ଲୋକେ । ଘର ଭାଙ୍ଗିବା ସହ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ କଲେ । ନୟାଗଡ଼ ରାଜସୁନାଖଳା ଅଞ୍ଚଳରେ ଘଟିଛି ଏମିତି ବର୍ବରୋଚିତ ଘଟଣା।

ଅଦ୍ୟତନ ହୋଇଛି
Nayagarh Police

Nayagarh Police

Advertisment

ପୋଲିସ ଉପସ୍ଥିତିରେ ଆଇନକୁ ହାତକୁ ନେଲେ ଲୋକେ। ଘର ଭାଙ୍ଗିବା ସହ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଭଳି ବର୍ବରୋଚିତ ଘଟଣା ସାମ୍ନାକୁ ଆସିଛି ନୟାଗଡ ରଣପୁର ରାଜସୁନାଖଳା ଅଞ୍ଚଳରୁ। 

Advertisment

ହଡ଼ା ନଈ ଠାରେ ସରକାରୀ ଜାଗାରେ ଘର କରି ଥିବା ଏକ ପରିବାରକୁ ସ୍ଥାନୀୟ ବାସିନ୍ଦା ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। 

ଘଟଣା ସଂପର୍କରେ ଖବର ପାଇ ରାଜସୁନାଖଳା ଫାଣ୍ଡି ପୋଲିସ ପହଞ୍ଚିଥିଲେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ପୋଲିସ ଉପସ୍ଥିତିରେ ବି ବ୍ୟାପକ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି। ଗୁରୁତରଙ୍କୁ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ଛାନଭିନ୍ ଚଳାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଗାଁରେ ୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି  ।

Advertisment

Nayagarh Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ