Advertisment

ନୟାଗଡ଼ ଜିଲ୍ଲାପାଳ ମାଗିଥିଲେ କି ୨୫ ଲକ୍ଷ ଟଙ୍କା ଲାଞ୍ଚ ?

ଅଭିଯୋଗ ନେଇ ପ୍ରଥମେ ଚାନ୍ଦପୁର ଥାନା, ପରେ ନୟାଗଡ଼ SPଙ୍କୁ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ ସୁଶାନ୍ତ । ହେଲେ କୌଣସି ସୁଫଳ ନ ମିଳିବାରୁ ଖଣି ଲିଜଧାରୀ ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଅଦ୍ୟତନ ହୋଇଛି
Nayagarh Collector Asking For 25 Lakh Rupees Bribe

Nayagarh Collector Asking For 25 Lakh Rupees Bribe !

Advertisment

ଖଣି ଲିଜଧାରୀଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ନୟାଗଡ଼ ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ । ଚାନ୍ଦପୁର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ତେବେ ଏହି ଘଟଣାକୁ ଖଣ୍ଡନ କରିବା ସହ ୨ କୋଟି ୮୧ ଲକ୍ଷ ଟଙ୍କାର ଫାଇନ ପଡିଥିବାରୁ ଏହାକୁ ଡାଇଭର୍ଟ କରିବାକୁ ଏପରି ଅଭିଯୋଗ ଅଣାଯାଇଥିବା କହିଛନ୍ତି ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ।

Advertisment

ଅଭିଯୋଗ ଅନୁସାରେ ଗତ ଜାନୁଆରୀ ୨୬ ତାରିଖରେ ନୟାଗଡ଼ ଜିଲ୍ଲା ରଣପୁର ତହସିଲ ମୟୂରଝାଲିଆ ମାଙ୍କଡା ପଥର ଖଣି ଅଞ୍ଚଳକୁ ଯାଇ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ବଜ୍ରକୋଟ ଗ୍ରାମର ଦିଲ୍ଲୀପ କୁମାର ସାମନ୍ତରାୟ, ଓସ୍ତାପଡ଼ାର ଦୀପକ କୁମାର ରାଉତରାୟ, ଚମ୍ପାଗଡ଼ ଗ୍ରାମର ଗଣେଶ୍ୱର ମାନ୍ଧାତା ଏବଂ ଆଉ କିଛି ବ୍ୟକ୍ତି ସମ୍ପୃକ୍ତ ଖଣି ଲିଜଧାରୀ ସୁଶାନ୍ତ କୁମାର ବରାଡ଼ଙ୍କୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ l

ଏହି ଅଭିଯୋଗ ନେଇ ପ୍ରଥମେ ଚାନ୍ଦପୁର ଥାନା, ପରେ ନୟାଗଡ଼ SPଙ୍କୁ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ ସୁଶାନ୍ତ l ହେଲେ କୌଣସି ସୁଫଳ ନ ମିଳିବାରୁ ଖଣି ଲିଜଧାରୀ ବାଧ୍ୟ ହୋଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ l ହାଇକୋର୍ଟଙ୍କ ନିର୍ଦେଶ ପରେ ମାମଲା ରୁଜୁ କରି ତଦନ୍ତ ଚାଲିଥିବା କହିଛନ୍ତି ଚାନ୍ଦପୁର ଥାନା ଅଧିକାରୀ ମୁକେଶ ବେହେରା l 

Advertisment

ଅନ୍ୟପକ୍ଷରେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ l ଜାନୁଆରୀ ୨୬ ତାରିଖରେ ସେ କୌଣସି ଖଣିକୁ ଯାଇନାହାନ୍ତି l ମାଙ୍କଡା ପଥର ଖଣି ଉପରେ ୨ କୋଟି ୮୧ ଲକ୍ଷ ଟଙ୍କାର ଫାଇନ ପଡିଥିବାରୁ ସେଥିପାଇଁ ଜାଣିଶୁଣି ଏଭଳି ଅଭିଯୋଗ ହୋଇଥିବା ସେ ପାଲଟା ଅଭିଯୋଗ କରିଛନ୍ତି । ଏନେଇ ଅଭିଯୋଗକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Bribe Bribery Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ