Advertisment

YouTuber Spy Case in Odisha: ‘ଆଗ ଦେଶ, ଝିଅ ପଛ...ଯଦି କିଛି ହୋଇଥାଏ, କାର୍ଯ୍ୟାନୁଷ୍ଠାନ ହେଉ’

ଝିଆରୀ ପ୍ରିୟଙ୍କାଙ୍କୁ ପଚରାଉଚରା ନେଇ ପ୍ରତିକ୍ରିୟା ରଖିଛନ୍ତି ବଡ଼ବାପା । କହିଛନ୍ତି ଯେ, ଆଗ ଦେଶ, ଝିଅ ପଛ । ମାତ୍ର ଆମର ଝିଅ ଉପରେ ପୂରା ଭରସା ରହିଛି । ସେ ସେପରି ଝିଅ ନୁହେଁ, ଯଦି ହୋଇଥାଏ, କାର୍ଯ୍ୟାନୁଷ୍ଠାନ ହେଉ ।

ଅଦ୍ୟତନ ହୋଇଛି
YouTuber Spy Case in Odisha

YouTuber Spy Case in Odisha

Advertisment

ପାକିସ୍ତାନ ପାଇଁ ଗୁପ୍ତଚରୀ ଅଭିଯୋଗରେ ଗିରଫ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ଲିଙ୍କର ଖୋଳତାଡ। ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ଇଣ୍ଟେଲିଜେନ୍ସ ବ୍ୟୁରୋ ପରେ ପୁରୀ ପୋଲିସର ପଚରାଉଚରା। ପ୍ରିୟଙ୍କାଙ୍କ ଘରେ ଅତିରିକ୍ତ ଏସ୍‌ପି ଓ ସିଟି ଡିଏସପି ପହଞ୍ଚି ତାଙ୍କୁ ପଚରାଉଚରା କରୁଛନ୍ତି। ଜ୍ୟୋତିଙ୍କ ସହ ସଂପର୍କ ନେଇ ପ୍ରିୟଙ୍କାଙ୍କୁ ଜେରା କରାଯାଇଥିବା ସୂଚନା ମିଳିଛି। ସେହିପରି ତାଙ୍କ ପରିବାର ସଦସ୍ୟଙ୍କୁ ବି ପଚରାଉଚରା ହେଉଛି। ଗତକାଲି ପ୍ରିୟଙ୍କାକୁ ଆଇବି ଜେରା କରିଥିଲା। 

Advertisment

ଏପଟେ ଝିଆରୀ ପ୍ରିୟଙ୍କାଙ୍କୁ ପଚରାଉଚରା ନେଇ ପ୍ରତିକ୍ରିୟା ରଖିଛନ୍ତି ବଡ଼ବାପା । କହିଛନ୍ତି ଯେ, ଆଗ ଦେଶ, ଝିଅ ପଛ । ମାତ୍ର ଆମର ଝିଅ ଉପରେ ପୂରା ଭରସା ରହିଛି । ସେ ସେପରି ଝିଅ ନୁହେଁ, ଯଦି ହୋଇଥାଏ, କାର୍ଯ୍ୟାନୁଷ୍ଠାନ ହେଉ । ପ୍ରିୟଙ୍କା ପାକିସ୍ତାନ ଯାଇଥିବା କଥା ମୁଁ ଜାଣିଛି । ପାକିସ୍ତାନକୁ ନେଇ ଆମ ରକ୍ତ ଏବେ ବି ତାତିକି ରହିଛି । ସରକାର ପାକିସ୍ତାନ ବିରୋଧରେ ଯେତେ କାର୍ଯ୍ୟାନୁଷ୍ଠାନ ନେବେ ଖୁସି ।

ଅଧିକ ପଢ଼ନ୍ତୁ: ସତ ମାନିଲା ପାକିସ୍ତାନ, ଭାରତ ଦେଇଛି ଶକ୍ତ ପ୍ରହାର

୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ ଜ୍ୟୋତି ମଲହୋତ୍ରା। ଶ୍ରୀମନ୍ଦିର ଓ ଆଖପାଖରେ ସେ ଫଟୋ ଉଠାଇଥିଲେ। ତେଣୁ ଓଡ଼ିଶାର କିଛି ଗୁପ୍ତ ତଥ୍ୟ ପାକିସ୍ତାନକୁ ଲିକ୍ ହୋଇଛି କି ନାହିଁ ତାକୁ ନେଇ ସନ୍ଦେହ ବଢୁଛି। ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଜ୍ୟୋତି ମଲହୋତ୍ରାଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି ହରିୟାଣାର ହିସାର ପୋଲିସ। ବର୍ଷ ବର୍ଷ ଧରି ଶତ୍ରୁରାଷ୍ଟ୍ର ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜ୍ୟୋତି। କୁହାଯାଉଛି, ସେ ପାକିସ୍ତାନ ହାତରେ ଟେକି ଦେଇଛନ୍ତି ଭାରତୀୟ ସେନାର ବହୁ ଗୁରୁତ୍ବପୂର୍ଣ୍ଣ ଓ ଗୁପ୍ତ ତଥ୍ୟ।

Advertisment

ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ଓ ପ୍ରିୟଙ୍କା ସେନାପତି ଲିଙ୍କର ଖୋଳତାଡ। ସେଣ୍ଟ୍ରାଲ  ଓ ଷ୍ଟେଟ ଇଣ୍ଟେଲିଜେନ୍ସ ସହ ଯୋଗାଯୋଗରେ ଅଛି ପୁରୀ ପୋଲିସ । ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ ଗଠନ ହୋଇଛି। ପୁରୀ ଏସପି ଏହି ଟିମକୁ ଲିଡ଼ କରୁଛନ୍ତି। ହରିୟାଣା ପୋଲିସ ସହ ଯୋଗାଯୋଗରେ ଅଛି ଓଡିଶା ପୋଲିସ। ଜ୍ୟୋତିଙ୍କ ସହ କାହିଁକି ଯୋଗାଯୋଗରେ ଥିଲେ ଓ ପ୍ରିୟଙ୍କା କଣ' ପାଇଁ ପାକିସ୍ତାନର କର୍ତାରପୁର ଯାଇଥିଲେ ସେ ନେଇ ଆରମ୍ଭ ହୋଇଛି ଛାନଭିନ ହୋଇଛି । ତଦନ୍ତ ନସରିବା ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କୁ ପୁରୀ ଛାଡି ନଯିବାକୁ ନିର୍ଦ୍ଦେଶ ରହିଛି । ଏନେଇ ଓଡିଶା ପୋଲିସ ସୂତ୍ରରୁ ସୂଚନା ମିଳିଛି। ସବୁ ଦିଗରୁ ତଦନ୍ତ ଚାଲିଥିବା କହିଛନ୍ତି ପୁରୀ ଏସପି। 

Pakistan PIB Odisha Youtuber
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ