• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜେଲ ଗଲେ ନବରଙ୍ଗପୁର ପୂର୍ବତନ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ । ୫ ଦିନିଆ ରିମାଣ୍ଡ ସରିବା ପରେ ପ୍ରଶାନ୍ତଙ୍କୁ ଆଜି ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଏହାପରେ ତାଙ୍କୁ ସୁନ୍ଦରଗଡ଼ ଜେଲକୁ ପଠାଇ ଦିଆଯାଇଛି । ରିମାଣ୍ଡ ସମୟରେ ପ୍ରଶାନ୍ତଙ୍କ ପାଖରୁ ଆହୁରି ବିପୁଳ ଆୟବହିର୍ଭୁତ ସମ୍ପତ୍ତିର ସୁରାକ ପାଇଛି ଭିଜିଲାନ୍ସ।

ଏହି ଜେରା ସମୟରେ ୬ଟି ବେନାମୀ ଆକାଉଣ୍ଟରେ କୋଟିଏ ୨୦ ଲକ୍ଷ ଟଙ୍କାର ଡିପୋଜିଟ୍, ଭଦ୍ରକ ଓ ଭୁବନେଶ୍ୱରରେ ୨ଟି ବେନାମୀ ପ୍ଲଟ୍ ସମେତ ୩ଟି ପ୍ଲଟ୍ ଥିବା ନେଇ ଭିଜିଲାନସ ତଥ୍ୟ ହାସଲ କରିଛି।..ପୂର୍ବରୁ ବିଭିନ୍ନ୍ ସ୍ଥାନରେ ରେଡ୍ ବେଳେ ତାଙ୍କ ପାଖରୁ ୩ କୋଟିରୁ ଅଧିକ କ୍ୟାସ ସମେତ ୫ କୋଟି ୨୧ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ମିଳିଥିଲା। ଏହାପରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା । ...

ତେବେ ପ୍ରଶାନ୍ତଙ୍କୁ ଆୟବହିର୍ଭୂତ ସଂପତ୍ତି ମାମଲାରେ ଜେଲ ପଠାଯିବା ପରେ ପୁଣି ଥରେ ଅନ୍ୟ ଏକ ମାମଲାରେ କୋର୍ଟରେ ହାଜର କରାଯାଇଛି । ୨୦୧୮ରେ ବିଶ୍ରାରେ ବିଡିଓ ଥିବା ବେଳେ ୧ ଲକ୍ଷ ଟଙ୍କା ଲାଂଚ ନେବା ମାମଲାରେ ପୁଣି ପ୍ରଶାନ୍ତଙ୍କୁ କୋର୍ଟରେ ହାଜର କରିଛି ଭିଜିଲାନ୍ସ ।

OTV is now on Whatsapp

Join and get latest news update delivered to you via whatsapp

Join Now