Advertisment

କ୍ରାଇମବ୍ରାଞ୍ଚର ସାଂଘାତିକ ତଥ୍ୟ:‘ଗୋପାଳ ପାଗଳ ନୁହେଁ,ବ୍ୟକ୍ତିଗତ କାରଣରୁ ନବ ଦାସଙ୍କୁ ହତ୍ୟା କରିଥିଲା’

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ବ୍ୟକ୍ତିଗତ ଆକ୍ରୋଶ ରଖି ଗୋପାଳ, ନବ ଦାସଙ୍କୁ ହତ୍ୟା କରିଥିବା ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି।

ଅଦ୍ୟତନ ହୋଇଛି
Naba Das Murder Case

Naba Das murder case: Accused Gopal Das had developed personal grudge against Naba Das

Advertisment

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ଚାର୍ଜସିଟ୍‌ରେ ରହିଥିବା ତଥ୍ୟ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମଧ୍ୟ ଦିଆଯାଇଛି। ବ୍ୟକ୍ତିଗତ ଆକ୍ରୋଶ ରଖି ଗୋପାଳ, ନବ ଦାସଙ୍କୁ ହତ୍ୟା କରିଥିବା ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି। ଏହାସହ ଏହି ଚାର୍ଜସିଟ୍‌ରେ ଘଟଣାକ୍ରମ, ତଦନ୍ତ ଓ ନିର୍ଯାସ ନେଇ ମଧ୍ୟ ଉଲ୍ଲେଖ ରହିଛି। ତଦନ୍ତ ଅନୁଯାୟୀ, ଗୋପାଳ ବ୍ୟକ୍ତିଗତ ଆକ୍ରୋଶରୁ ନବ ଦାସଙ୍କୁ ହତ୍ୟା କରିଛି।

Advertisment

ଅଧିକ ପଢ଼ନ୍ତୁ: ନବ ଦାସ ମର୍ଡର ମିଷ୍ଟ୍ରିକୁ ପୂରିଲା ୩ ମାସ, ହେଲେ ସାମ୍ନାକୁ ଆସିପାରିଲାନି ହତ୍ୟା ପଛର ମୋଟିଭ୍

କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି ଯେ, ‘ନବଙ୍କ ପ୍ରତି ଗୋପାଳ ମନରେ ବ୍ୟକ୍ତିଗତ ଆକ୍ରୋଶ, ରାଗ ସୃଷ୍ଟି ହୋଇଥିଲା। ନବ ଦାସ ଓ ତାଙ୍କ ସମର୍ଥକଙ୍କ ପଟୁ ବିପଦ ଥିବା ଗୋପାଳ ଭାବୁଥିଲା। ଜୀବନ ପ୍ରତି ବିପଦ ଥିବା ଗୋପାଳ ମନରେ ଧାରଣା ସୃଷ୍ଟି ହୋଇଥିଲା। ତେଣୁ ନବଙ୍କୁ ହତ୍ୟା କରିବା ପାଇଁ ଗୋପାଳ ମନସ୍ଥ କରିଥିଲା।ହତ୍ୟା ପାଇଁ ସେ ଯୋଜନା ପ୍ରସ୍ତୁତ କରିଥିଲା ଓ ତାକୁ କାର୍ଯ୍ୟରେ ମଧ୍ୟ ଲଗାଇଥିଲା।’ ତେବେ ଗୋପାଳ ମନରେ କାହିଁକି ଏଭଳି ଆକ୍ରୋଶ ଥିଲା ? କେଉଁ କାରଣ ପାଇଁ ସେ ନବଙ୍କ ପଟୁ ବିପଦ ଆଶଙ୍କା କରୁଥିଲା, ଏସମ୍ପର୍କରେ ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇ ନାହିଁ। 

Advertisment

ଖାଲି ଏତିକି ନୁହେଁ, ଚାର୍ଜସିଟ୍ ସମ୍ପର୍କିତ ପ୍ରେସ୍‌ ରିଲିଜ୍‌ରେ କ୍ରାଇମବ୍ରାଞ୍ଚ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଦେଇଛି। ଗୋପାଳ ପାଗଳ ନଥିଲା ବୋଲି କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି। ସମ୍ପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଗୋପାଳ ହତ୍ୟା ଘଟାଇଥିବା କ୍ରାଇମବ୍ରାଞ୍ଚ କହିଛି। ‘ହତ୍ୟା ଘଟଣା ପରେ ଗୋପାଳ ପାଗଳ ଥିବା ତା’ର ପରିବାର କହିଥିଲେ। ବାଇପୋଲାର ଡିଜ୍‌ଅର୍ଡର ନେଇ ସେ ଔଷଧ ଖାଉଥିବା ମଧ୍ୟ କହିଥିଲେ। ଏନେଇ ପରୀକ୍ଷା ପାଇଁ DMETଙ୍କ ଦ୍ୱାରା ଏକ ମେଡିକାଲ ଟିମ୍ ଗଠନ ହୋଇଥିଲା। ତେବେ ମେଡିକାଲ ଟିମ୍ ପରୀକ୍ଷା କରି ଗୋପାଳର ମାନସିକ ବିଲକ୍ଷଣ ନଥିବା କହିଥିଲେ ବୋଲି କ୍ରାଇମବ୍ରାଞ୍ଚ କହିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଆହୁରି କୁହାଯାଇଛି ଯେ,ସ୍ଥାନୀୟ ଲୋକ ଓ ସମ୍ପର୍କୀୟ କିନ୍ତୁ ଗୋପାଳ ସୁସ୍ଥ ଥିବା କହିଥିଲେ। ତଦନ୍ତ କାଳରେ ଗୋପାଳ ସହଯୋଗ କରୁଥିଲା ଓ ପ୍ରଶ୍ନର ଉତ୍ତର ଦେଉଥିଲା। ତଦନ୍ତରେ ସ୍ପଷ୍ଟ ହୋଇଥିଲା ଯେ ଗୋପାଳ ସୁସ୍ଥ ମନରେ ମାରିଥିଲା।

ଝାରସୁଗୁଡ଼ା JMFC କୋର୍ଟରେ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଜି ୫୪୩ ପୃଷ୍ଟାର ଚାର୍ଜସିଟ୍‌ ଦାଖଲ କରିଛି। ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି। ବ୍ୟକ୍ତିଗତ ଆକ୍ରୋଶ ରଖି ଗୋପାଳ, ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି। ଅଭିଯୁକ୍ତ ଗୋପାଳ ବିରୋଧରେ IPC ଧାରା ୩୦୨ ହତ୍ୟା, ୩୦୭ ହତ୍ୟା ଉଦ୍ୟମ ଏବଂ ୨୭(୧) ଆର୍ମସ ଆକ୍ଟ ଲାଗିଛି। ମାମଲାରେ ତଦନ୍ତ ଅଧିକାରୀଙ୍କୁ ମିଶାଇ ମୋଟ ୮୯ ଜଣ ସାକ୍ଷୀ ଥିବା ସୂଚନା ରହିଛି। ତେବେ ବିଧାନସଭାରେ ଏହି ମାମଲାକୁ ନେଇ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତ ବେହେରା ଷଡ଼ଯନ୍ତ୍ର କଥା ଉଲ୍ଲେଖ କରିଥିଲେ। ହେଲେ ଚାର୍ଜସିଟ୍‌ରେ 120 B ଦଫା ଲାଗିନି। ତେଣୁ ଏହାକୁ ନେଇ ପୁଣି ସନ୍ଦେହ ଦେଖା ଦେଇଛି।

Advertisment

ସେପଟେ, ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ ପରେ ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିଛନ୍ତି। ଗୃହରାଷ୍ଟ୍ର ମନ୍ତ୍ରୀ ଷଡ଼ଯନ୍ତ୍ର କଥା କହିଥିବା ବେଳେ ଏନେଇ ଚାର୍ଜସିଟ୍‌ରେ ଉଲ୍ଲେଖ କାହିଁକି ନାହିଁ ବୋଲି ବିଜେପି ପ୍ରଶ୍ନ କରିଛି। ଏତେ ଦିନ ଭିତରେ ତଦନ୍ତ ନେଇ କିଛି ତଥ୍ୟ ଦେଲେନି ସରକାର କି କ୍ରାଇମବ୍ରାଞ୍ଚ।ହେଲେ ବିରୋଧୀ ଦଳ ପକ୍ଷରୁ ଯେଉଁମାନଙ୍କ ନାଁ ବିଧାନସଭାରେ ଉଠା ଯାଇଥିଲା ସେମାନଙ୍କୁ କାହିଁକି ତଦନ୍ତ ପରିସର ଭିତରକୁ ନେଲେନି ବୋଲି ବିଜେପି ପ୍ରଶ୍ନ କରିଛି। ବିରୋଧୀଙ୍କ ଅଭିଯୋଗକୁ ନେଇ ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯିଏ ଦୋଷୀ ତାଙ୍କୁ ଦଣ୍ଡ ମିଳିବ। 

Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ