Advertisment

ସ୍ବାମୀ କରୁଥିଲା ଗୁଣିବିଦ୍ୟା, ପତ୍ନୀଙ୍କ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ...

ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ, ତାଙ୍କ ଝିଅକୁ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ କନ୍ଧମାଳ ଜିଲ୍ଲା ସଦର ଥାନା ଡାଡିକେଜୁ ଗାଁରେ ଖେଳିଯାଇଛି ଚାଞ୍ଚଲ୍ୟ।

Mystery Surrounds Womans Death

Mystery Surrounds Womans Death

Advertisment

ସ୍ବାମୀ କରୁଥିଲା ଗୁଣିବିଦ୍ୟା, ରହସ୍ୟଜନକ ଭାବେ ମିଳିଲା ପତ୍ନୀଙ୍କ ମୃତଦେହ। ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ, ତାଙ୍କ ଝିଅକୁ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ କନ୍ଧମାଳ ଜିଲ୍ଲା ସଦର ଥାନା ଡାଡିକେଜୁ ଗାଁରେ ଖେଳିଯାଇଛି ଚାଞ୍ଚଲ୍ୟ। 

Advertisment

ମିଳିଥିବା ସୂଚନା ଅନୁଯାୟୀ, ଡାଡ଼ିକେଜୁ ଗାଁର କୁନା ଦିଗାଲଙ୍କୁ ହିନ୍ଦୁ ରୀତିନୀତି ଅନୁଯାୟୀ, ବିବାହ କରିଥିଲେ ସଂପୃକ୍ତ ମହିଳା। ତେବେ ସଂପୃକ୍ତ ମହିଳାଙ୍କ ବାପାଙ୍କ ଅଭିଯୋଗ, ବିବାହର କିଛି ବର୍ଷ ପରେ କୁନା ଯୌତୁକ ଦାବୀ କରି ଝିଅକୁ ନିର୍ଯାତନା ଦେଇ ଆସୁଥିଲେ। ଫଳରେ ଝିଅ ଯାଇ ତାଙ୍କ ଘରେ ରହୁଥିଲେ। 

କିଛିଦିନ ତଳେ କୁନା ପତ୍ନୀକୁ ଧରି ନିଜ ଘରକୁ ଫେରିଥିବାବେଳେ ଗତ ୨୧ ତାରିଖ ଦିନ କୁନାଙ୍କ ବଡ଼ ଭାଇ ଫୋନ୍ କରି ବୋହୂ କୁଆଡ଼େ ଚାଲିଯାଇଛି, ଖୋଜିବାକୁ କହିଥିଲେ। ଏ ସଂପର୍କରେ ଗତ ୨୩ ତାରିଖରେ ସଦର ଥାନାରେ ଏତଲା ଦିଆଯାଇଥିବାବେଳେ ପୋଲିସ ଆଜି ସଂପୃକ୍ତ ମହିଳାଙ୍କ ମୃତଦେହକୁ ଗଣ୍ଡି ମୁଣ୍ଡ ଅଲଗା ଅବସ୍ଥାରେ ଉଦ୍ଧାର କରିଛି। 

Advertisment

ତେଣୁ ଝିଅକୁ ଜ୍ବାଇଁ କୁନା ହିଁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ବାପା। ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି।

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ