Advertisment

ମା’ଘର ୱାର୍ଡେନ୍ ମୃତ୍ୟୁକୁ ନେଇ ସସପେନ୍ସ, ୮ ଦିନ ପରେ ବି ପୋଲିସ ହାତ ଖାଲି

ଗତ ୨୧ ତାରିଖ ଅପରାହ୍ନ ପ୍ରାୟ ୪ଟାରେ ମା’ଗୃହରୁ ବାହାରକୁ ଯାଇଥିଲେ ଲକ୍ଷ୍ମୀ। କିନ୍ତୁ, ତାଙ୍କ ସହ କ’ଣ ଘଟିଗଲା କେଜାଣି, ସେଦିନ ରାତି ପ୍ରାୟ ୧୧ଟାରେ ମା’ଗୃହ ନିକଟରେ ମିଳିଥିଲା ଦରପୋଡ଼ା ମରଶରୀର।

ଅଦ୍ୟତନ ହୋଇଛି
undefined

Warden Death

Advertisment

ରାୟଗଡ଼ା ପୋଲିସ ଉପରେ ଆଉ ଭରସା ନାହିଁ... ଆଠ ଦିନ ବିତିଗଲାଣି, ଯୁବା ଝିଅକୁ ହରାଇଥିବା ବାପା ଆଜି ନ୍ୟାୟ ମାଗି ମାଗି ନୟାନ୍ତ। କାଶୀପୁର ବ୍ଲକ ଟିକିରି ନାକେଟିଗୁଡ଼ାର ଲକ୍ଷ୍ମୀ ମାଝୀ । ବୟସ ୨୩ । ଗତ ୫ ବର୍ଷ ହେଲା ସ୍ୱେଚ୍ଛାସେବୀ ସଂସ୍ଥା ଆଲିଶା ପକ୍ଷରୁ ଚନ୍ଦ୍ରପୁର ମା’ଗୃହରେ ନିଯୁକ୍ତ ହୋଇଥିଲେ ୱାଡେନ୍ ଭାବେ। ଲକ୍ଷ୍ମୀ ଆଂଶିକ ଦିବ୍ୟାଙ୍ଗ ଥିଲେ। ଗୋଡ଼ରେ ସମସ୍ୟା ଯୋଗୁ ଭଲରେ ଚାଲିପାରନ୍ତିନି । ଗତ ୨୧ ତାରିଖ ଅପରାହ୍ନ ପ୍ରାୟ ୪ଟାରେ ମା’ଗୃହରୁ ବାହାରକୁ ଯାଇଥିଲେ ଲକ୍ଷ୍ମୀ। କିନ୍ତୁ, ତାଙ୍କ ସହ କ’ଣ ଘଟିଗଲା କେଜାଣି, ସେଦିନ ରାତି ପ୍ରାୟ ୧୧ଟାରେ ମା’ଗୃହ ନିକଟରେ ମିଳିଥିଲା ଦରପୋଡ଼ା ମରଶରୀର।

Advertisment

ଏ ସଂପର୍କରେ ସହକର୍ମୀଙ୍କ ପାଖରୁ ଖବର ପାଇ ଗାଁରୁ ଦୌଡ଼ି ଆସିଥିଲେ ଲକ୍ଷ୍ମୀଙ୍କ ବାପା। ସେତେବେଳକୁ ଝିଅର ଆଉ ଜୀବନ ନଥିଲା। ଏ ସଂପର୍କରେ ୨୨ ତାରିଖରେ ଲକ୍ଷ୍ମୀଙ୍କ ବାପା ଚନ୍ଦ୍ରପୁର ଥାନାରେ ଏତଲା ଦେବା ସହ ହତ୍ୟା ଅଭିଯୋଗ ଆଣିଥିଲେ। କିନ୍ତୁ ସପ୍ତାହେ ପରେ ବି ପୋଲିସ ମୃତ୍ୟୁର ରହସ୍ୟ ଉପରୁ ପରଦା ଉଠାଇ ପାରୁ ନ ଥିବାରୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ଲକ୍ଷ୍ମୀଙ୍କ ବାପା । ଏପରିକି ଆଦିବାସୀ ସଂଘ ବି ଘଟଣାକୁ ଗୁରୁତର ସହ ନେଇ ଟିକିରିରେ ଶୋଭାଯାତ୍ରା କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ଲକ୍ଷ୍ମୀଙ୍କ ଏଭଳି ରହସ୍ୟଜନକ ମୃତ୍ୟୁ ପଛର କାରଣ କ’ଣ ? ଏହା ହତ୍ୟା ନା ଆତ୍ମହତ୍ୟା ? ଯଦି ହତ୍ୟା, କିଏ ଓ କାହିଁକି ଲକ୍ଷ୍ମୀଙ୍କୁ ମାରିଛି ? ଯଦି ଆତ୍ମହତ୍ୟା, ତେବେ କାହିଁକି ? ଆଇନ ମନ୍ତ୍ରୀଙ୍କ ଜିଲ୍ଲାରେ ଆଦିବାସୀ ଯୁବତୀଙ୍କ ଏଭଳି ରହସ୍ୟଜନକ ମୃତ୍ୟୁକୁ ସପ୍ତାହେ ବିତିଯାଇଥିଲେ ବି କାହିଁକି ସତକୁ ସାମ୍ନାକୁ ଆଣିପାରୁନି ରାୟଗଡ଼ା ପୋଲିସ ? ଲକ୍ଷ୍ମୀ ମାଝୀ ମୃତ୍ୟୁ ପଛରେ କୌଣସି ପ୍ରଭାବଶାଳୀଙ୍କ ହାତ ନାହିଁ ତ ? ଏବେ ଏଭଳି ନାନା ପ୍ରଶ୍ନ ଉଠିବା ସହ ତଦନ୍ତ ପ୍ରକ୍ରିୟାକୁ ନେଇ ପୋଲିସ ଉପରକୁ ଅଙ୍ଗୁଳି ଉଠାଇଛନ୍ତି ବିରୋଧୀ । ବିଜେପି ମହିଳା ମୋର୍ଚ୍ଚାର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ ପରେ ଗର୍ଜିଛି ରାୟଗଡ଼ାରେ। ୬ ଘଣ୍ଟା ଧରି ଜିଲ୍ଲାରେ ବନ୍ଦ ପାଳନ ସହ ଲକ୍ଷ୍ମୀଙ୍କୁ ନ୍ୟାୟ ଦାବି କରିଛି । ସେପଟେ କଂଗ୍ରେସ ଘଟଣାର ସିବିଆଇ ତଦନ୍ତ ଦାବି କରିଥିବାବେଳେ ଆଇନ ମନ୍ତ୍ରୀ କହିଛନ୍ତି, ଦୋଷୀ ନିଶ୍ଚିତ ଧରାପଡ଼ିବ ।

Advertisment

ଲକ୍ଷ୍ମୀ ମାଝୀଙ୍କ ରହସ୍ୟଜନକ ମୃତ୍ୟୁ ଆଜି ମନେପକାଇଦେଲା ଇତିଶ୍ରୀ ପ୍ରଧାନ ମାମଲାକୁ । ୨୦୧୩ରେ ଏଭଳି ରହସ୍ୟଜନକ ଭାବେ ନିଆଁରେ ପୋଡ଼ି ପ୍ରାଣ ହରାଇଥିଲେ ଶିକ୍ଷୟିତ୍ରୀ ଇତିଶ୍ରୀ । ଅଥଚ ରହସ୍ୟ ହୋଇ ରହିଗଲା ଘଟଣା। ଆଉ ୧୦ ବର୍ଷ ପରେ ଏବେ ସେଭଳି ଏକ ଘଟଣାର ପୁନରାବୃତ୍ତି ହୋଇଛି ରାୟଗଡ଼ା ଜିଲ୍ଲାରେ।

Murder Odisha Rayagada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ