ନବବଧୂଙ୍କୁ ହତ୍ୟା ! ଦେଢଶୁର, ଭାଉଜ, ଶାଶୂ ଓ ଶ୍ୱଶୁରଙ୍କ ନାଁରେ ଅଭିଯୋଗ

ସହଦେବଖୁଣ୍ଟାର କାର୍ତ୍ତିକ ପଣ୍ଡାଙ୍କ ପୁଅ ରାଜେଶ ପଣ୍ଡାଙ୍କୁ ବିବାହ କରିଥିଲେ ଇତିଶ୍ରୀ । ତାଙ୍କର ଦୁଇ ଦୁଇ ଥର ଗର୍ଭ ନଷ୍ଟ ହେବାପରେ ତାଙ୍କ ଯାଆ ଅକଥନୀୟ ମାନସିକ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି ତାଙ୍କ ବାପଘର ଲୋକେ ।

ନବବଧୂଙ୍କୁ ହତ୍ୟା !

ବାଲେଶ୍ୱର ସହରର ସହଦେବଖୁଣ୍ଟାରେ ନବ ବଧୁଙ୍କୁ ହତ୍ୟା ଅଭିଯୋଗ । ଦେଢଶୁର, ଭାଉଜ, ଶାଶୂ ଓ ଶ୍ୱଶୁରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ବାପଘର ଲୋକେ । ମାତ୍ର ୩ ବର୍ଷ ତଳେ ବିବାହ କରିଥିବା ବାଲେଶ୍ୱର ଗୋପାଳ ଗାଁର ଇତିଶ୍ରୀ ତିୱାରୀଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଲାଗିରହିଛି ସସପେନସ ।

ସହଦେବଖୁଣ୍ଟାର କାର୍ତ୍ତିକ ପଣ୍ଡାଙ୍କ ପୁଅ ରାଜେଶ ପଣ୍ଡାଙ୍କୁ ବିବାହ କରିଥିଲେ ଇତିଶ୍ରୀ । ତାଙ୍କର ଦୁଇ ଦୁଇ ଥର ଗର୍ଭ ନଷ୍ଟ ହେବାପରେ ତାଙ୍କ ଯାଆ ଅକଥନୀୟ ମାନସିକ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି ତାଙ୍କ ବାପଘର ଲୋକେ । ଏସବୁ ଭିତରେ ଇତିଶ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିଲା ।

ତା’ସହ ଏକ ହାତଲେଖା ଚିଠି ମିଳିଛି । ପୋଲିସ ମୃତଦେହକୁ ଜବତ କରିବା ସହ ଇତିଶ୍ରୀଙ୍କ ସ୍ୱାମୀଙ୍କୁ ଗିରଫ କରି ଘଟଣାର ଖୋଳତାଡ଼ କରୁଛି । ତେବେ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଇତିଶ୍ରୀଙ୍କ ଶାଶୂ ।