Advertisment

ଖୋଲିବ କି ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଗୁମର? ପୋଲିସ ହାତରେ ଲାଗିଛି ରହସ୍ୟଜନକ ମୋବାଇଲ୍

ଯେଉଁ ମୋବାଇଲ୍‌ରେ ରହିଛି ସେହି ବିବାଦୀୟ ତଥ୍ୟ ଏବଂ ଭିଡ଼ିଓ, ଯାହାକୁ ଲୋକଲୋଚନକୁ ଆଣିବେ ବୋଲି ମୃତ୍ୟୁ ଆଗରୁ କହିଥିଲେ ଧର୍ମେନ୍ଦ୍ର ସାହୁ।

ଅଦ୍ୟତନ ହୋଇଛି
Mystery over BJD ZP member’s death

Mystery over BJD ZP member’s death

Advertisment

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ରହସ୍ୟଜନକ ମୃତ୍ୟୁ। ହତ୍ୟା ନା ଆତ୍ମହତ୍ୟା? ପ୍ରମାଣ ଖୋଜୁଛି ପୋଲିସ। ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ୧୧ ନମ୍ବର ଜୋନ୍ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ। ଭୁବନେଶ୍ୱର ଲକ୍ଷ୍ମୀବିହାର ସ୍ଥିତ ବାସଘରୁ ଝୁଲନ୍ତା ଅବସ୍ଥାରେ ମିଳିଛି ତାଙ୍କ ମୃତଦେହ। ଏପଟେ ପରିବାର ସଦସ୍ୟଙ୍କ କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ଇଲାକା। ଖବର ପାଇବା ପରେ ପହଞ୍ଚିଥିଲେ ନେତା, ଜନତା ଆଉ ଧର୍ମେନ୍ଦ୍ରଙ୍କ ସମର୍ଥକ। ଯେଉଁଠି ନିମାପଡ଼ା ବିଧାୟକ ତଥା ମନ୍ତ୍ରୀ ସମୀର ଦାଶଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

Advertisment

ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, କାହିଁକି ଏଭଳି ଘଟିଲା? ମୃତ୍ୟୁ ପଛର କାରଣ କଣ ? ଏଣେ ଗୋପ ବ୍ଲକ୍ ଅନ୍ତର୍ଗତ ଖଣ୍ଡିଆକୁଦ ଗାଁରେ ରହୁଥିବା ଧର୍ମେନ୍ଦ୍ରଙ୍କ ୯୦ ବର୍ଷିୟା ମା ଅନବରତ ଭାବେ କାନ୍ଦୁଛନ୍ତି। ଖୋଜୁଛନ୍ତି ତାଙ୍କ ଗେହ୍ଲା ପୁଅ ଧରମାକୁ। କୁହାଯାଉଛି, ମୃତ୍ୟୁର କେଇ ଘଣ୍ଟା ଆଗରୁ ସେ ଧର୍ମେନ୍ଦ୍ର ଫେସବୁକ୍‌ରେ ପୋଷ୍ଟ କରିଥିଲେ। ପୋଷ୍ଟ କରିଥିଲେ- ମୋ ଫୋନ୍ ଦୁଇଟାରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ ବୋଲି ଲେଖିଛନ୍ତି। ତେବେ କାହା ଉଦ୍ଦେଶ୍ୟରେ ଏଭଳି ଲେଖିଛନ୍ତି? ଦୁଇ ମୋବାଇଲ୍ ଫୋନ୍‌ରେ ଏମିତି କି ତଥ୍ୟ ରହିଛି? ଧର୍ମେନ୍ଦ୍ରଙ୍କ ମୃତ୍ୟୁ ସହ ଏହି ପୋଷ୍ଟର ସମ୍ପର୍କ କଣ?

ଧର୍ମେନ୍ଦ୍ର ଯେଉଁ ରାଜନୈତିକ କାରଣରୁ ପରିବାରରେ ବିବାଦ କଥା କହିଛନ୍ତି, ତାପଛର ସତ୍ୟତା କଣ? ରାଜନୈତିକ ପ୍ରସଙ୍ଗରେ କିଏ ଓ କାହିଁକି ତାଙ୍କ ପରିବାରକୁ ଡିଷ୍ଟର୍ବ କରୁଥିଲେ? ଏଭଳି ନାନା ପ୍ରଶ୍ନ ଛିଡ଼ା ହୋଇଥିବାବେଳେ ରହସ୍ୟ ବଢ଼ାଉଛି ଧର୍ମେନ୍ଦ୍ରଙ୍କ ପଡ଼ୋଶୀଙ୍କ ଘରେ ଲାଗିଥିବା ସିସିଟିଭିର ଫୁଟେଜ୍। ଏଥିରେ ଜଣେ ବ୍ୟକ୍ତି ଧର୍ମେନ୍ଦ୍ରଙ୍କ ବାଲକୋନୀକୁ ଚଢୁଛନ୍ତି, ଓହ୍ଲାଉଛନ୍ତି। ରାତି ୧୨ଟା ୧୩ରୁ ୧୨ଟା ୧୪ ଅର୍ଥାତ ଗୋଟିଏ ମିନିଟ୍ ମଧ୍ୟରେ ଚଢ଼ି ଓହ୍ଲାଇ ଯାଉଛନ୍ତି।

Advertisment

ଆଉ ଏକ ଫୁଟେଜରେ (ରାତି ୨ଟା ୪୮ରେ) ନିଜ କାର୍ ପାଖରେ ଛିଡ଼ା ହୋଇ ଧର୍ମେନ୍ଦ୍ର ସିସିଟିଭିକୁ ଅନାଉଛନ୍ତି, ତାପରେ କାର୍ ଉପରେ ଚଢ଼ୁଛନ୍ତି। ଏହି ସିସିଟିଭିକୁ ନେଇ ସସପେନ୍ସ ଲାଗିରହିଥିବାବେଳେ ଧର୍ମେନ୍ଦ୍ରଙ୍କ ଶ୍ୱଶୁରଙ୍କ ଅଭିଯୋଗ, ମୋ ଝିଅକୁ ଜ୍ୱାଇଁ ନିର୍ଯାତନା ଦେଉଥିଲେ। ମଦ ଆଉ ଟଙ୍କାକୁ ନେଇ ତାଙ୍କ ଘରେ ଅଶାନ୍ତି ଲାଗିରହୁଥିଲା। ସେପଟେ ଧର୍ମେନ୍ଦ୍ରଙ୍କ ସଂପର୍କିୟ କହିଛନ୍ତି, ସେଭଳି କୌଣସି ପାରିବାରିକ ବିବାଦ ନଥିଲା। 

ପ୍ରଥମ ଥର ପାଇଁ ଜିଲ୍ଲା ପରିଷଦ ସଦସ୍ୟ ହୋଇଥିବା ଧର୍ମେନ୍ଦ୍ର ଓରଫ୍ ଟୁକୁନା ବ୍ୟବସାୟିକ କାରବାର ପାଇଁ ଭୁବନେଶ୍ୱରରେ ସପରିବାର ରହୁଥିଲେ। ତେବେ ଭୁବନେଶ୍ୱରରେ ତାଙ୍କର ଏଭଳି ଅକାଳ ମୃତ୍ୟୁରେ ଶୋକାଭିଭୂତ ସାରା ଗାଁ। କେହି ବି ତାଙ୍କ ଆତ୍ମହତ୍ୟାକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁର ଖୋଳତାଡ଼ ଭିତରେ ପୁରୀ ସ୍ବର୍ଗଦ୍ୱାରରେ ଆଜି ଅନ୍ତିମ ସତ୍କାର କରାଯାଇଛି।

Advertisment

ପୁରୀ ଜିଲ୍ଲା ପରିଷଦର ବିଜେଡି ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁର କାରଣ କଣ, ଏନେଇ ଲାଗିରହିଥିବା ନାନା ଶଙ୍କା ଆଶଙ୍କା ଭିତରେ କମିଶନରେଟ୍ ପୋଲିସ ହାତରେ ଲାଗିଛି ସେହି ରହସ୍ୟଜନକ ମୋବାଇଲ୍। ଯେଉଁ ମୋବାଇଲ୍‌ରେ ରହିଛି ସେହି ବିବାଦୀୟ ତଥ୍ୟ ଏବଂ ଭିଡ଼ିଓ, ଯାହାକୁ ଲୋକଲୋଚନକୁ ଆଣିବେ ବୋଲି ମୃତ୍ୟୁ ଆଗରୁ କହିଥିଲେ ଧର୍ମେନ୍ଦ୍ର ସାହୁ। ଏହି ୨ଟି ମୋବାଇଲ୍ ଭୁବନେଶ୍ୱର ଘର ନିକଟ ଏକ ପ୍ଲଟରୁ ମିଳିଛି। ସନ୍ଧାନୀ କୁକୁର ସହାୟତାରେ ପୋଲିସ ମୋବାଇଲକୁ ଠାବ କରିଛି।

(ରିପୋର୍ଟ: ପୁରୀରୁ ମଧୁସୂଦନ ମିଶ୍ର, କୋଣାର୍କରୁ ସଞ୍ଜୟ ପତି, ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀ ଏବଂ ଆଲୋକ ମହାନ୍ତି)

Dharmendra Sahoo BJD Leader Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ