Advertisment

ସରକାରୀ କ୍ୱାର୍ଟର୍‌ରୁ ମିଳିଲା ଲାପଟପ୍‌ ସହ ACF ସୌମ୍ୟରଂଜନଙ୍କ ହାତଲେଖା

୧୫ ତାରିଖ ପରେ ମୁକ୍ତ ହୋଇଯିବି ବୋଲି ବି ଲେଖାଯାଇଛି। ଅର୍ଥାତ ଅନ୍ୟତ୍ର ବଦଳି କରିଦିଆଯିବାର ଆଭାସ ପାଇବା ପରେ ଏକଥା ଲେଖିଥିଲେ କି ସୌମ୍ୟ? ଯାହାକୁ ଜବତ କରିଛି ପୋଲିସ।

ଅଦ୍ୟତନ ହୋଇଛି
ସରକାରୀ କ୍ୱାର୍ଟର୍‌ରୁ ମିଳିଲା ଲାପଟପ୍‌ ସହ ACF ସୌମ୍ୟରଂଜନଙ୍କ ହାତଲେଖା

ACFO Death Mystery

Advertisment

ଭୁବନେଶ୍ୱର: ACF ସୌମ୍ୟରଂଜନଙ୍କ ମୃତ୍ୟୁ ପଛର ସତ କଣ? କେମିତି ନିଆଁ ଲାଗି ଜଳିଗଲେ ଏହି ଯୁବ ଅଫିସର୍? ଆକସ୍ମିକ ଦୁର୍ଘଟଣା ନା ହତ୍ୟା ପାଇଁ ହୋଇଥିଲା ସୁଚିନ୍ତିତ ଷଡ଼ଯନ୍ତ୍ର? ପାରଳାଖେମୁଣ୍ଡିର ଯେଉଁ ସରକାରୀ କ୍ୱାର୍ଟରରେ ସୌମ୍ୟ ଜଳିଯାଇଥିଲେ ବୋଲି କୁହାଯାଉଥିଲା, ସେ ଘରେ ତନ୍ନତନ୍ନ କରି ତଦନ୍ତ କରିଛି ସାଇଣ୍ଟିଫିକ ଟିମ୍। ହେଲେ  ସେଠାରେ  ନିଆଁଧୂଆଁର କୌଣସି ଚିହ୍ନବର୍ଣ୍ଣ ନାହିଁ କିମ୍ବା ପାରିପାର୍ଶ୍ୱିକ ସ୍ଥିତିରୁ ସେଭଳି କୌଣସି ଜଳିବାର ପ୍ରମାଣ ମିଳିନଥିବା ସୌମ୍ୟଙ୍କ ବାପାଙ୍କ ଓକିଲ କହିଛନ୍ତି। ତେଣୁ କ୍ୱାର୍ଟରରେ ସୌମ୍ୟ ନିଆଁରେ ଜଳିବା ସନ୍ଦେହ ବଢ଼ାଉଥିବା ସେ କହିଛନ୍ତି।

Advertisment

ହେଲେ ଯାଞ୍ଚବେଳେ କିନ୍ତୁ ସାଇଣ୍ଟିଫିକ୍ ଟିମ୍ ହାତରେ ଲାଗିଛି ଏକ ଲାପଟପ୍ ସହ କିଛି ହାତଲେଖା। ଯେଉଁଥିରୁ ସ୍ପଷ୍ଟ ବାରିହେଉଛି, ସୌମ୍ୟ ଏବଂ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟରେ ଥିଲା ଦାମ୍ପତ୍ୟ କଳହ। ଛାଡ଼ପତ୍ର ପାଇଁ ବି ଚୁକ୍ତିନାମା କଥା ଦର୍ଶାଯାଇଛି ଏହି ହାତଲେଖାରେ। ତାସହ ୧୫ ତାରିଖ ପରେ ମୁକ୍ତ ହୋଇଯିବି ବୋଲି ବି ଲେଖାଯାଇଛି। ଅର୍ଥାତ ଅନ୍ୟତ୍ର ବଦଳି କରିଦିଆଯିବାର ଆଭାସ ପାଇବା ପରେ ଏକଥା ଲେଖିଥିଲେ କି ସୌମ୍ୟ? ଏହାବ୍ୟତୀତ ସବୁ ସମ୍ପତ୍ତି ପତ୍ନୀକୁ ଦେବା ପାଇଁ ଅନ୍ୟ ଏକ ଚୁକ୍ତିନାମାର ଦଲିଲ୍ ମିଳିଛି। ଯାହାକୁ ଜବତ କରିଛି ପୋଲିସ। 

ଏହି ହାତଲେଖା ସୌମ୍ୟଙ୍କର ନା ଆଉ କାହାର? କାରଣ କୌଣସି ଦାମ୍ପତ୍ୟ ବିବାଦ ନଥିଲା ବୋଲି ପତ୍ନୀ ବିଦ୍ୟାଭାରତୀ ପୂର୍ବରୁ କହିଥିଲେ। ଯଦି ବିବାଦ ନଥିଲା ତେବେ ଏହି ଲେଖା କିଏ ଲେଖିଥିଲା? ଆଉ ଯଦି ଦାମ୍ପତ୍ୟ କଳହ ଥିଲା ତେବେ ଏହା ପଛରେ ଡିଏଫ୍ଓ ସଂଗ୍ରାମ କେଶରୀଙ୍କର କୌଣସି ଭୂମିକା ନାହିଁ ତ? ଏ  ସବୁ ଦିଗକୁ ନେଇ ଖୋଳତାଡ଼ ଜାରି ରଖିଥିବା ପୋଲିସ୍ ପ୍ରଥମେ ଅଭିଯୋଗକାରୀ ଏବଂ ବନ୍ଧୁ ପରିଜନଙ୍କୁ ପଚରାଉଚରା କରିଛି। 

Advertisment

ସୌମ୍ୟଙ୍କ ଜଣେ ବନ୍ଧୁ କହିଛନ୍ତି, ଡିଏଫ୍ଓ ସୌମ୍ୟଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ସୌମ୍ୟଙ୍କ ଅନୁପସ୍ଥିତିରେ ସରକାରୀ କ୍ୱାର୍ଟର୍ସକୁ ଯାଆସ କରୁଥିଲେ। ଏପରିିକି ସୌମ୍ୟଙ୍କ ପତ୍ନୀ ଓ ଡିଏଫ୍ଓଙ୍କ ମଧ୍ୟରେ ଅନୈତିକ ସମ୍ପର୍କ କଥା ସୌମ୍ୟଠାରୁ ଶୁଣିଥିବା କହିଛନ୍ତି ବନ୍ଧୁ ସୁଭାଶିଷ।

Advertisment

ତେବେ କିଏ ସତ କହୁଛନ୍ତି? ସୌମ୍ୟଙ୍କ ପରିବାର ନା ପତ୍ନୀ ବିଦ୍ୟାଭାରତୀ? ସୌମ୍ୟଙ୍କ ମୃତ୍ୟୁକୁ ବିତିଗଲାଣି ୫ ଦିନ। କେବଳ ରୋଷେୟା ଏବଂ ସୌମ୍ୟଙ୍କ ବାପା ଓ ସମ୍ପର୍କୀୟଙ୍କୁ ପଚରାଉଚରା କରିଥିବା ପୋଲିସ କାହିଁକି ପତ୍ନୀ ଏବଂ ଡିଏଫ୍ଓ ପାଖରେ ଏଯାଏଁ ପହଞ୍ଚିନି? ଗଜପତି ଏସ୍‌ପି କହିଛନ୍ତି, ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ସ୍ୱତନ୍ତ୍ର ଟିମ୍ ଗଠନ କରି ସମସ୍ତଙ୍କୁ ଜେରା କରାଯିବ ଓ ଦୋଷୀ ବିରୋଧୀରେ କାର୍ଯ୍ୟାନୁଷ୍ଠାନ ହେବ। 

ରିପୋର୍ଟ: ଆଦର୍ଶ ଦାସ

Odisha News Crimes In Odisha DFO ACF Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ